ETV Bharat / state

ପୁଣି ବଢ଼ିଲା ବସ ଭଡା, ଆଜିଠୁ ଲାଗୁ ହେବ ବର୍ଦ୍ଧିତ ଦର

author img

By

Published : Mar 4, 2021, 7:12 PM IST

ସାଧାରଣ ଓ ଏକ୍ସପ୍ରେସରେ ୫ ପଇସାକୁ ବୃଦ୍ଧି ପାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୧୦ ପଇସା ବଢିଛି । ସାଧାରଣ ବସ ଭଡା କିଲୋମିଟର ପ୍ରତି ୮୦ ପଇସା ଥିବାବେଳେ ଏବେ ଏହା ୮୫ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ କିଲୋମିଟର ପ୍ରତି ୮୪ ପଇସା ଥିବାବେଳେ ଏବେ ଏହା ୮୯ ପଇସାକୁ ବୃଦ୍ଧି ପାଇଛି। ଅଧିକ ପଢନ୍ତୁ...

ବଢ଼ିଲା ବସ ଭଡା
ବଢ଼ିଲା ବସ ଭଡା

କଟକ: ରାଜ୍ୟରେ ପୁଣି ବଢ଼ିଲା ବସ ଭଡା। କ୍ରମାଗତ ପ୍ରତିଦିନ ତୈଳଦର ବୃଦ୍ଧି ଯୋଗୁଁ ବସ ଭଡା ମଧ୍ୟ ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସରେ ୫ ପଇସାକୁ ବୃଦ୍ଧି ପାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୧୦ ପଇସା ବଢିଛି ।

ଡିଜେଲ ଦର ବୃଦ୍ଧି ପରେ ବଢିଲା ବସ ଭଡ଼ା । ଅଟୋମେଟିକ ମେକାନିଜିମ ମାଧ୍ୟମରେ ଭଡା ବୃଦ୍ଧି କରାଯାଇଛି। ସାଧାରଣ ଓ ଏକ୍ସପ୍ରେସରେ ୫ ପଇସା ବଢିଛି। ଏହାସହ ଡିଲକ୍ସ ଓ ଏସି ଡିଲକ୍ସରେ ୧୦ ପଇସା ବଢିଛି। ସେହିପରି ସୁପର ପ୍ରିମିୟର ବସରେ ବସ ଭଡା୧୫ ପଇସାକୁ ବୃଦ୍ଧି ପାଇଛି ।

ଆଜିଠୁ ଲାଗୁହେବ ବର୍ଦ୍ଧିତ ଦର। ଏନେଇ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସାଧାରଣ ବସ ଭଡା କିଲୋମିଟର ପ୍ରତି ୮୦ ପଇସା ଥିବାବେଳେ ଏବେ ଏହା ୮୫ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ କିଲୋମିଟର ପ୍ରତି ୮୪ ପଇସା ଥିବାବେଳେ ଏବେ ଏହା ୮୯ ପଇସାକୁ ବୃଦ୍ଧି ପାଇଛି।

ସେହିଭଳି ଡିଲକ୍ସ ୧ ଟଙ୍କା ୧୧ ପଇସା ଥିଲା, ଏବେ ଏହା ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ୧ଟଙ୍କା ୩୯ ପଇସା ଥିବାବେଳେ ୧ ଟଙ୍କା ୪୯ ପଇସାକୁ ବୃଦ୍ଧି ପାଇଛି। ସେହିପରି ସୁପର ପ୍ରିମିୟର ବସ ଭଡା କିଲୋମିଟର ପ୍ରତି ୨ ଟଙ୍କା ୧୭ ପଇସାରୁ ୧୫ ପଇସା ବଢି ୨ ଟଙ୍କା ୩୨ ପଇସାରେ ପହଁଞ୍ଚିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.