ETV Bharat / state

ବୋର୍ଡରେ ଖୋଲିବ କଣ୍ଟ୍ରୋଲ ରୁମ, ସବୁ ଡାଉଟ୍‌ କ୍ଲିଅର କରିବେ କାଉନସିଲର - ବୋର୍ଡ ସଭାପତି

ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଡାଉଟ କ୍ଲିଅର ଲାଗି ବୋର୍ଡରେ ଖୋଲିବ କଣ୍ଟ୍ରୋଲ ରୁମ୍‌ । ଏ ନେଇ ଆଜି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାସିସ ହାଜରା । ଅଧିକ ପଢନ୍ତୁ

BSE to open control room
BSE to open control room
author img

By

Published : May 18, 2023, 7:34 PM IST

ବୋର୍ଡରେ ଖୋଲିବ କଣ୍ଟ୍ରୋଲ ରୁମ, ସବୁ ଡାଉଟ କ୍ଲିଅର କରିବେ କାଉନସିଲର

କଟକ: ବୋର୍ଡରେ ଖୋଲିବ କଣ୍ଟ୍ରୋଲ ରୁମ । ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଡାଉଟ୍‌ କ୍ଲିଅର କରିପାରିବେ ଛାତ୍ରଛାତ୍ରୀ । ଏହାସହ ସେଠାରେ ଥିବା କାଉନସିଲର ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଆଗାମୀ ପାଠ୍ୟକ୍ରମ କୋର୍ସ ପାଇଁ ପରାମର୍ଶ ଦେବେ। କେବଳ ଅଫିସ ସମୟରେ ଏହି କଣ୍ଟ୍ରୋଲ ରୁମ ଖୋଲା ରହିବ । ତେବେ ଆଜି ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କଣ୍ଟ୍ରୋଲ୍‌ ରୁମ୍‌ ନେଇ ବୋର୍ଡ ସଭାପତି ରାମାସିସ ହାଜରା ସୂଚନା ଦେଇଛନ୍ତି ।

ଏହି କଣ୍ଟ୍ରୋଲ ରୁମରେ ଓସେପାରୁ ୨ ଜଣ କାଉନସିଲର ରହିଥିଲା ବେଳେ ବୋର୍ଡ କର୍ତ୍ତୃପକ୍ଷ ମଧ୍ୟ ରହିବେ । ତେବେ ଏହି ୨ ଜଣ କାଉନସିଲର ବେଶ ଦକ୍ଷ । ସେମାନେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ଅଭିଭାବକମାନଙ୍କୁ ମଧ୍ୟ କାଉନସିଲ କରିବେ। ଏହାସହ ରି-ଚେକିଂ ବ୍ୟବସ୍ଥା ଯେପରି ସବୁ ବର୍ଷ ପରି ହୁଏ ତାହା ମଧ୍ୟ ଅନଲାଇନ ଆବଦେନରେ ହେବ। ଏନେଇ ଏକ ନୋଟିସ ଜାରି କରାଯିବ ବୋଲି କହିଛନ୍ତି ବୋର୍ଡ ସଭାପତି ରମାସିସ ହାଜରା । ଯଦି କୌଣସି ନାଁ ସମ୍ବନ୍ଧୀୟ ତ୍ରୁଟି ରହିଥାଏ ତାହା ସ୍କୁଲ ଜରିଆରେ ସଂଶୋଧନ କରାଯିବ ।

ତେବେ ସପ୍ଲିମେଣ୍ଟାରୀ ପରୀକ୍ଷା ଏହି ଗୋଟିଏ ସପ୍ତାହ ମଧ୍ୟରେ ନୋଟିସ କରାଯିବ ବୋଲି କହିଛନ୍ତି ବୋର୍ଡ ସଭାପତି । ସୂଚନା ଥାଉ କି ଆଜି ପ୍ରକାଶ ପାଇଛି ବୋର୍ଡ ପରୀକ୍ଷା ଫଳ। । ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଚଳିତ ବର୍ଷ ପାସ୍ ହାର ୯୬.୪ ପ୍ରତିଶତ ରହିଛି । A1 ଗ୍ରେଡରେ ପାସ୍ କରିଛନ୍ତି ୪୧୫୮ ଜଣ ଛାତ୍ରଛାତ୍ରୀ । ସେହିପରି A2 ଗ୍ରେଡରେ ୩୫,୮୩୮ ଜଣ ଛାତ୍ରଛାତ୍ରୀ, B1 ଗ୍ରେଡରେ ୭୭,୫୬୭ ଏବଂ B2 ଗ୍ରେଡରେ ୧,୧୮,୭୫୧ ଜଣ ପାସ କରିଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ୭,୬୪୫ ଜଣ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି । ଯେଉଁମାନେ ପରୀକ୍ଷା ଦେଇନାହାନ୍ତି ସେମାନଙ୍କୁ କାଉନସିଲ କରାଯିବ । ତେବେ କେବଳ ପିଲା ନୁହେଁ ଅଭିଭାବକଙ୍କୁ ମଧ୍ୟ କାଉନସିଲ କରାଯିବ ବୋଲି ବୋର୍ଡ ସଭାପତି କହିଛନ୍ତି।

ଏହା ବି ପଢନ୍ତୁ- BSE Matric Result 2023: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ୍ ହାର ୯୬.୪%

ଅନ୍ୟପଟେ ସମେଟିଭ ୧ ଓ ୨ କୋଭିଡ ପାଇଁ ଥିଲା । ଆସନ୍ତା ବର୍ଷରେ ତାହା ରହିବ କି ନାହିଁ । ତାହା ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଖୁବଶୀଘ୍ର ଏହି ବର୍ଷ ସପ୍ଲିମେଣ୍ଟାରି ପରୀକ୍ଷା ହେବ ବୋଲି କହିଛନ୍ତି ମନ୍ତ୍ରୀ । ସିବିଏସି ଓ ଆଇସିଏସି ପରୀକ୍ଷା ଅପେକ୍ଷା ବୋର୍ଡ ପରୀକ୍ଷାରେ ଅଧିକ ମାର୍କ ଆସିଛି । ଏହାର କାରଣ ହେଉଛି ଶିକ୍ଷା ବ୍ୟବସ୍ଥାରେ ଅଧିକ ଉନ୍ନତି ଆସିଛି। ପିଲାମାନଙ୍କ ମନୋଭାଵ ଶିକ୍ଷକଙ୍କ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲଅପ୍‌ କରିଥିଲେ । ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା । ସେହିପରି ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର ହୋଇଥିଲା । କନ୍ଧମାଳରେ ୭ଟି, କୋରାପୁଟରେ ୫, ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା । ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରଗୁଡିକ ୧୦ କିମି ଭିତରେ କରାଯାଇଥିଲା ବୋଲି ବୋର୍ଡ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.