ETV Bharat / state

୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ - କଟକ ପୋଲିସ

କିଛି ଦିନ ପରେ କଟକରୁ ପୁଣି ଜବତ ହେଲା 23 ଲକ୍ଷ ଟଙ୍କାର ବ୍ରାଉନସୁଗାର । ଅଧିକ ପଢନ୍ତୁ...

୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ,ଜଣେ ଗିରଫ
୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ,ଜଣେ ଗିରଫ ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ,ଜଣେ ଗିରଫ
author img

By

Published : Mar 2, 2021, 7:23 PM IST

କଟକ: କିଛି ଦିନପରେ କଟକରୁ ପୁଣି ଜବତ ହେଲା ବ୍ରାଉନସୁଗାର । ସହରର ଗଡଗଡିଆ ଘାଟ ନିକଟରୁ 230 ଗ୍ରାମର ବ୍ରାଉନ ସୁଗାର୍ ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 23 ଲକ୍ଷ ଟଙ୍କା ବୋଲି କହିଛି ଅବକାରୀ ବିଭାଗ । ଗିରଫ ହୋଇଥିବା ବ୍ୟକ୍ତି ବାଲେଶ୍ଵରର ହୋଇଥିବାବେଳେ ସେ ନିଜେ ଏହାକୁ ଆଣି ବେପାର କରୁଥିବା ଜଣାପଡିଛି । ଏଥିରେ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରାଯାଉଥିଲା ବୋଲି ଜଣାପଡିଛି ।

୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ,ଜଣେ ଗିରଫ

ସୂଚନା ଅନୁସାରେ ନିଶା କାରବାର ଚାଲିଥିବା ନେଇ ବିଶେଷ ସୂତରୁ ଖବର ପାଇ ଚଢ଼ାଉ କରିଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା । ବାଲେଶ୍ଵରରୁ ଆସୁଥିବା ଏହି ନିଶାଦ୍ରବ୍ୟ କଟକ ଭାୟା ହୋଇ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ଜାଣିବାକୁ ପାଇଛି ପୋଲିସ । ବାଲେଶ୍ବର, ଖୋର୍ଦ୍ଧା ପରେ ଏବେ କଟକରେ ଏପରି ନିଶା କାରବାର ବଢିବା ପୋଲିସର ଚିନ୍ତାକୁ ବଢାଇଛି । ଏବେ କଟକ ସହରରୁ ଗୋଟିଏ ପରେ ଗୋଟିଏ ବ୍ରାଉନ ସୁଗାର ବେପାରୀ ଧରା ପଡୁଥିବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.