କଟକ: ଏଯାବତ୍ ନିଖୋଜ ଅଛନ୍ତି ଦେଵବ୍ରତ ମହାପାତ୍ର । ଗତକାଲି(ବୁଧବାର) ପାରିବାରିକ କଳହ କାରଣରୁ କାଠଯୋଡି ନଦୀ ଗର୍ଭକୁ ଡେଇଁଥିଲେ ଦେବବ୍ରତ । ମାତ୍ର ଘଟଣାକୁ 24 ଘଣ୍ଟା ପୁରିଥିଲେ ମଧ୍ୟ ଵର୍ତ୍ତମାନ ସୁଧା ଦେବବ୍ରତ ନିଖୋଜ । ତେବେ ଗତକାଲିଠୁ ଓଡ୍ରାଫ ଟିମ୍ କାଠଯୋଡିରେ କୋଣ କୋଣ ପଇଁତରା ମାରୁଛି । ହେଲେ ଏଯାବତ ମିଳୁନାହାଁନ୍ତି ସେ ।
ତେବେ ଦେଵବ୍ରତ ପତ୍ନୀଙ୍କ ଭାଇଙ୍କ କହିବାନୁଯାୟୀ, ଦେଵବ୍ରତ ଏକ ମାନସିକ ରୋଗୀ। ସେ ପୂର୍ବରୁ ଥରେ ମଧ୍ୟ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ, ଗତକାଲି ଦେବବ୍ରତଙ୍କର ସ୍ତ୍ରୀଙ୍କ ସହ ବଚସା ହୋଇଥିଲା । ଯେଉଁ କାରଣରୁ ସେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ