କଟକ: ନକଲି ସାର୍ଟିଫିକେଟ ଦେଇ ବୋର୍ଡ କର୍ମଚାରୀ ଗିରଫ । ସୁଇପର ସୁପର ଭାଇଜର ଭ୍ରମର ବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ । କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି ସାର୍ଟିଫିକେଟ ବିକ୍ରି କରିଥିଲେ । ଭ୍ରମର ବର 45 ହଜାର ଟଙ୍କାରେ କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି OSTEET ସାର୍ଟିଫିକେଟ ବିକ୍ରି କରିଥିଲେ ।
ସମ୍ପୃକ୍ତ ବ୍ୟକ୍ତି ସାର୍ଟିଫିକେଟ ନକଲି ବୋଲି ଜାଣିବା ପରେ ବୋର୍ଡକୁ ଅବଗତ କରାଇ ଥିଲେ । ପରେ ବୋର୍ଡ଼ ମଙ୍ଗଳାବାଗ ଥାନାକୁ ତଦନ୍ତ ପାଇଁ ଚିଠି କରିଥିଲା । ତେବେ ଏହି ଘଟଣା ନେଇ ପୋଲିସ ତଦନ୍ତ କରି ଭ୍ରମର ବରଙ୍କୁ ଗିରଫ କରିଛି । ଏନେଇ ବୋର୍ଡ ସଭାପତି ରାମାସିସ ହାଜେରା କହିଛନ୍ତି, " ନକଲି ସାର୍ଟିଫିକେଟ ସମ୍ପର୍କରେ ଆମେ ଜାଣିନାହୁଁ । ଏନେଇ ବୋର୍ଡର କୌଣସି ସମ୍ପୃକ୍ତି ନାହିଁ । ପୋଲିସ ତାର ତଦନ୍ତ କରୁଛି ।" ଏହିଭଳି ଅନେକଙ୍କୁ ନକଲି ସାର୍ଟିଫିକେଟ ଦେଇଥିବା ପୋଲିସ ସନ୍ଦେହ କରୁଛି । ଗିରଫ କର୍ମଚାରୀଙ୍କୁ ବୋର୍ଡ କାର୍ଯ୍ୟାଳୟରେ ପଚରାଉଚରା କରୁଛି ପୋଲିସ । ଏହି ଘଟଣାରେ ଅନ୍ୟ କେହି ସାମିଲ ଥିବା ନେଇ ପୋଲିସ ଖୋଳତାଡ଼ କରୁଛି ।
ଇଟିଭି ଭାରତ, କଟକ