କଟକ: ବାଲିଯାତ୍ରାର ଶୀତୁଆ ସନ୍ଧ୍ୟାକୁ ସରଗରମ କରିବେ ବଲିଉଡର ପ୍ରସିଦ୍ଧ ସିଙ୍ଗର କ୍ରିଷ୍ଣ କୁମାର କୁନନାଥ। ବିଭିନ୍ନ ଭାଷାରେ ସଙ୍ଗୀତ ପରିବେଷଣ କରିଥିବା କେକେ ପ୍ରଥମ ଥର କଟକ ବାଲିଯାତ୍ରାରେ ଆଜି ସଙ୍ଗୀତ ପରିବେଷଣ କରିବେ ସେ। ଆଉ ଏଥିପାଇଁ ସେ ବେଶ ଉତ୍ସାହିତ ଥିବା କହିଛନ୍ତି।
ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେଉଥିବାବେଳେ ଏତେ ସଂଖ୍ୟକ ଦର୍ଶକଙ୍କ ଆଗରେ ସଙ୍ଗୀତ ପରିବେଷଣ କରିବାକୁ ତାଙ୍କୁ ଭଲ ଲାଗେ ବୋଲି ସେ କହିଛନ୍ତି । ତେବେ ଆଜିର ଏହି ସଂନ୍ଧ୍ୟା 'ତଡପ ତଡପ କେ', 'କ୍ୟା ମୁଝେ ପ୍ୟାର ହେ', 'ତୁହି ମେରି ସବ୍ ହେ' ଭଳି ଗୀତରେ ବାଲିଯାତ୍ରା ପଡିଆ ପ୍ରକମ୍ପିତ ହେବ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ