ETV Bharat / state

ଟର୍ମିନାଲ କାମ ନସରୁଣୁ ଲୋକାର୍ପିତ ପାଇଁ ତରବର ସରକାର : ବିଜେପି

author img

By ETV Bharat Odisha Team

Published : Sep 14, 2023, 7:54 PM IST

ନେତାଜୀ ବସ ଟର୍ମିନାଲ କାମ ନସୁରୁଣୁ ତରବରିଆ ଭାବେ ମେଗା ପ୍ରକଳ୍ପ ଉଦଘାଟନ ନେଇ ଅଭିଯୋଗ ଆଣିଛି ବିଜେପି । କଟକରେ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ବିଜେପି ଅଭିଯୋଗ ଆଣିଛି । ଅଧିକ ପଢ଼ନ୍ତୁ

bjp slams state govt over netaji bus terminal
ନେତାଜୀ ବସ ଟର୍ମିନାଲ ଉଦଘାଟନ ନେଇ ବର୍ଷିଲା ବିଜେପି

କଟକ: କାମ ନସୁରୁଣୁ ତରବରିଆ ଭାବେ ମେଗା ପ୍ରକଳ୍ପ ଉଦଘାଟନ କରାଯାଉଥିବା ନେଇ ଅଭିଯୋଗ ଆଣିଛି ବିଜେପି । "ବସ୍‌ ଟର୍ମିନାଲର ପରିଚାଳନା ଦାୟିତ୍ବ ରାଜ୍ୟ ବାହାରର ଏକ ଘରୋଇ ସଂସ୍ଥାକୁ କାହିଁକି ଦିଆଯାଇଛି ?" ବୋଲି ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି । ତରବରିଆ ଭାବରେ ଆସନ୍ତା 16 ତାରିଖରେ ତ୍ରୁଟିଯୁକ୍ତ ମେଗା ପ୍ରକଳ୍ପକୁ ରାଜ୍ୟ ସରକାର ଉଦଘାଟନ କରିବାକୁ ଯାଉଥିବା ଅଭିଯୋଗ କରି ବର୍ଷିଛି ବିଜେପି । ଏହାର ଏସଆଇଟି କିମ୍ବା ଉଚ୍ଚ ସ୍ତରୀୟ ତଦନ୍ତ ହେବା ଉଚିତ ବୋଲି ଦଳ ପକ୍ଷରୁ ଦାବି କରାଯାଉଛି ।

ଏନେଇ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ କହିଛନ୍ତି, "ନିର୍ମାଣ ସରିନି ନେତାଜୀ ବସ ଟର୍ମିନାଲ। କିନ୍ତୁ ତରବରିଆ ଭାବରେ ଆସନ୍ତା 16 ତାରିଖରେ ତ୍ରୁଟିଯୁକ୍ତ ଭାବରେ ଏହି ମେଗା ପ୍ରକଳ୍ପକୁ ଉଦଘାଟନ କରାଯିବ। ବସ କେଉଁ ପଟେ ବାହାରିବ ତାହା ସଠିକ ଭାବେ ଜଣା ନାହିଁ। ହେଲେ ଉଦଘାଟନ ତାରିଖ ସ୍ଥିର ହୋଇଛି। ଦେଖିବାକୁ ଗଲେ ଦୈନିକ ଶତାଧିକ ବସ ଖପୁରିଆ-ଖାନନଗର ଦେଇ କାଠଯୋଡ଼ି ନଦୀ କୂଳ ଟର୍ମିନାଲକୁ ପ୍ରବେଶ ଏବଂ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି। ହେଲେ ଏପର୍ଯ୍ୟନ୍ତ ସଠିକ ଢଙ୍ଗରେ ରାସ୍ତା ଘାଟ ନିର୍ମାଣ କରାଯାଇ ନାହିଁ।"

"ବସ ଟର୍ମିନାଲରେ କଟକ ସହରର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ଅଣଦେଖା କରିଛନ୍ତି ସରକାର। ବାଦାମବାଡ଼ି ବସଷ୍ଟାଣ୍ଡରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଥିବା ବ୍ୟବସାୟୀମାନଙ୍କର ଥଇଥାନ ବ୍ୟବସ୍ଥା କରାଯାଉ" ବୋଲି ଦାବି କରିଛି କଟକ ନଗର ବିଜେପି। ଏହାସହ "ତାଳଦଣ୍ଡା କେନାଲ ନବୀକରଣ କାର୍ଯ୍ୟ କେଉଁ ସଂସ୍ଥାକୁ ଦିଆଯାଇଥିଲା? ଏଥିପାଇଁ ମୋଟ କେତେ ଟଙ୍କା ଖର୍ଚ୍ଚ ହୋଇଛି? ଏହାର ହିସାବ ସରକାର ରଖନ୍ତୁ" ବୋଲି ଦାବି କରିଛି ଦଳ।

ଏହା ବି ପଢନ୍ତୁ...ନେତାଜୀ ବସ ଟର୍ମିନାଲ ବିବାଦ, ଧାରଣାରେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ବ୍ୟବସାୟୀ ସଂଘ

ଏହାସହ କଟକ ନଗର ବିଜେପି ସଭାପତି ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକଳ୍ପଗୁଡ଼ିକ ଅଧପନ୍ତରିଆ ଭାବେ ନିର୍ମାଣ କରି ଉଦଘାଟନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ଠିକାଦାରଙ୍କୁ ଠିକା ଦିଆ ନଯାଇ ତାମିଲନାଡୁର ଏକ ସଂସ୍ଥା ଦ୍ୱାରା କାହା ସ୍ୱାର୍ଥରେ ଦିଆଯାଇଛି ? ଏହି ଟର୍ମିନାଲ ପ୍ରକଳ୍ପରେ ବହୁ ଅନିୟମିତତା ରହିଛି।"

ତେବେ କଟକର ସ୍ଥାନୀୟ 90 ପ୍ରତିଶତ ଲୋକଙ୍କୁ ଏଠାରେ ନିଯୁକ୍ତି ସହିତ ବାଦାମବାଡ଼ି ବସ ଷ୍ଟାଣ୍ଡରୁ ଦୀର୍ଘ 50 ବର୍ଷରୁ ଉର୍ଦ୍ଧ୍ବ ବ୍ୟବସାୟୀ କରିଆସୁଥିବା ବ୍ୟବସାୟୀମାନଙ୍କୁ ନବ ନିର୍ମିତ ବସ ଷ୍ଟାଣ୍ଡରେ ବ୍ୟବସାୟ କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେରେ ଦାବି କରିଛନ୍ତି ନଗର ସଭାପତି ଲଲଟେନ୍ଦୁ ବଡୁ । ବସ ଷ୍ଟାଣ୍ଡ ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡିକରେ ଅନିୟମିତତା ଓ ସ୍ଥାନୀୟ ବ୍ୟବସାୟ ଓ ଯୁବକମାନଙ୍କୁ ନିଯୁକ୍ତି ପ୍ରସଙ୍ଗକୁ ନେଇ ଆବଶ୍ୟକ ପଡିଲେ କୋର୍ଟର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦେିଛି ବିଜେପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.