ETV Bharat / state

ଡିଅର ପାର୍କରୁ ହରିଣ ସ୍ଥାନାନ୍ତର ନେଇ ବିଜେପିର ପ୍ରତିବାଦ - କଟକ ଡିଅର ପାର୍କ

Cuttack Deer Park: କଟକ ଡିଅର ପାର୍କ ହରିଣଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାର ପ୍ରତିବାଦ କରିଛି ବିଜେପି । ନଗର ବିଜେପି ସଭାପତିଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଓ କର୍ପୋରେଟର ହରିଣ ପାର୍କ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଅଧିକ ପଢ଼ନ୍ତୁ

ହରିଣ ସ୍ଥାନାନ୍ତର
ହରିଣ ସ୍ଥାନାନ୍ତର
author img

By ETV Bharat Odisha Team

Published : Jan 3, 2024, 5:06 PM IST

ହରିଣ ସ୍ଥାନାନ୍ତର

କଟକ: ହରିଣଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାର ପ୍ରତିବାଦ । କଟକ ଡିଅର ପାର୍କ ହରିଣଙ୍କୁ ସ୍ଥାନାନ୍ତରକୁ ନେଇ ପ୍ରତିବାଦ କରିଛି ବିଜେପି । ନଗର ବିଜେପି ସଭାପତିଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଓ କର୍ପୋରେଟର ହରିଣ ପାର୍କ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ହରିଣ ପାର୍କ କଟକର ଏକ ଐତିହ ସ୍ଥାନ । ଏହା କଟକର ଅନ୍ୟ ଏକ ପରିଚୟ । ତେଣୁ ସବୁ ହରିଣଙ୍କୁ ସ୍ଥାନାନ୍ତର ନକରି ଅନ୍ତତଃ କିଛି ହରିଣଙ୍କୁ ଡିଅର ପାର୍କରେ ରଖିବାକୁ ଦାବି କରିଛି ନଗର ବିଜେପି ।

ତେବେ ଆଉ ଦେଖିବାକୁ ମିଳିବେ ନାହିଁ କଟକ ସହର ଭିତରେ ଥିବା ଡିଅର ପାର୍କର ହରିଣଙ୍କୁ । 42 ବର୍ଷ ଧରି ଉଭୟ ସହରବାସୀ ଓ ପର୍ଯ୍ୟଟକଙ୍କୁ ମହାନଦୀ କୂଳର ଡିଅର ପାର୍କକୁ ଟାଣି ଆଣୁଥିବା ହରିଣମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ଥାନ ଅଭାବ, ଅଧିକ ସଂଖ୍ୟକ ହରିଣ ହୋଇଯିବା ଓ ପରେ ସ୍ଥାନାନ୍ତର ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଜାତୀୟ ଚିଡିଆଖାନା କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିବା ପରେ ସ୍ଥାନାନ୍ତର ନେଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । କଟକ ଓ ଚନ୍ଦକା ବନ ବିଭାଗ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଚନ୍ଦକା ଡମପଡା ଅଭୟାରଣ୍ୟରେ ପାଖାପାଖି 70 ଏକରରୁ ଅଧିକ ସ୍ଥାନରେ ନିର୍ମିତ ଏକ ସ୍ବତନ୍ତ୍ର ଏନକ୍ଲୋଜରକୁ ହରିଣମାନଙ୍କୁ ସ୍ଥାନାନ୍ତର କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.....ଅବହେଳିତ ଅବସ୍ଥାରେ ବେଙ୍ଗଲ ସଫାରୀ ପାର୍କ, ଦୁଇ ମାସରେ ଗଲାଣି ୨୭ ହରିଣଙ୍କ ଜୀବନ

କଟକ ହରିଣ ପାର୍କରେ 290 ରୁ ଅଧିକ ହରିଣ ଥିବା ବେଳେ ସ୍ଥାନ ଅଭାବ ଯୋଗୁଁ ସେମାନଙ୍କ ସ୍ଥାନାନ୍ତର ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା । ଗତ ରବିବାର ଠାରୁ 4 ଟି ପର୍ଯ୍ୟାୟରେ ବୁଧବାର ସୁଦ୍ଧା 60ରୁ ଅଧିକ ହରିଣଙ୍କୁ ଚନ୍ଦକା ଅଭୟାରଣ୍ୟର ସ୍ବତନ୍ତ୍ର ଏନକ୍ଲୋଜରକୁ ସ୍ଥାନାନ୍ତର କରାଗଲାଣି । ଗତ ଶନିବାର 13 ଟି ଓ ଆଜି ଆଉ 20ରୁ ଉର୍ଦ୍ଧ୍ବ ହରିଣଙ୍କୁ ଚନ୍ଦକାକୁ ସ୍ଥାନାନ୍ତର କରାଯାଇଛି । କିଛିଦିନ ସେମାନଙ୍କୁ ଏନକ୍ଲୋଜରରେ ରଖାଯାଇ ଜଙ୍ଗଲ ପରିବେଶ ସହ ଅଭ୍ୟସ୍ତ କରାଯିବ । 1981 ମସିହାରେ ନନ୍ଦନକାନନରୁ 6 ଟି ହରିଣଙ୍କୁ ଡିଅର ପାର୍କକୁ ଅଣା ଯାଇଥିଲା । ଏବେ ସଂଖ୍ୟା 290 ରୁ ଅଧିକ ହୋଇଠଛନ୍ତି । ଏହା ଭିତରେ 42 ବର୍ଷ ବିତିଗଲାଣି । ମହାବାତ୍ୟା ଠାରୁ ଆରମ୍ଭ କରି କେତେ ପ୍ରାକୃତିକ ବିପର୍ଯ୍ୟୟର ସମ୍ନା କରିଛନ୍ତି ଏହି ହରିଣମାନେ ।

ସେପଟେ କଟକ ସହର ଓ ସହରବାସୀଙ୍କ ସହ ଜଡ଼ିତ ଡିଅରପାର୍କରୁ ସମସ୍ତ ହରିଣଙ୍କୁ ସ୍ଥାନାନ୍ତର କରାନଯାଇ କିଛି ହରିଣଙ୍କୁ ପାର୍କରେ ରଖିବା ପାଇଁ ଦାବି କରିଛି ବିଜେପି । ତେବେ ବଡ଼କଥା ହେଲା ଦାର୍ଘ 42 ବର୍ଷ ଧରି ହରିଣମାନଙ୍କୁ ନିଜର ପିଲା ଭଳି ଯତ୍ନ ନେଇଥିବା ପାର୍କ ଆନିମାଲ କିପର ଶିବ ପ୍ରସାଦ ହରିଣମାନଙ୍କ ସ୍ଥାନାନ୍ତରଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.