କଟକ: ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ମନମୁଖୀ ଶାସନ ଚରମ ସୀମାରେ ପହଁଚିଛି । ରାଜ୍ୟ ସରକାର କେବଳ ପ୍ରଚାର ଓ ପ୍ରସାରରେ ସୀମିତ । କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଜରିଆରେ ରାଜ୍ୟ ବାସୀଙ୍କ ପାଇଁ ଯେଉଁ ସବୁ ଅର୍ଥ ଆସୁଛି ତାହା ଲୋକଙ୍କ ନିକଟରେ ସଠିକ ଭାବେ ପହଞ୍ଚି ପାରୁନାହିଁ। ମଝିରେ ଏହାକୁ ବାଟ ମାରଣ କରାଯାଉଛି। ରାଜ୍ୟ ଶାସନରେ ଥିବା ବହୁ ଅଧିକାରୀ ଏହି ଦୁର୍ନୀତିରେ ସଂଶ୍ଲିଷ୍ଟ ଅଛନ୍ତି । ବିଜେଡି ସରକାର ବିରୋଧରେ ଜନ ଅସନ୍ତୋଷ ବିସ୍ଫୋରଣ ହେବ । ଦଳ ପକ୍ଷରୁ ଆଜି ଠାରୁ ଆରମ୍ଭ ହୋଇଥିବା ଜନଆକ୍ରୋଶ ଆନ୍ଦୋଳନରେ ସାମିଲ ହୋଇ କଟକରେ ଏହା କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ ।
ବିଜେପି ସଭାତି କହିଛନ୍ତି,‘‘ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ମନମୁଖୀ ଶାସନ ଚରମ ସୀମାରେ ପହଁଚିଛି । ରାଜ୍ୟ ସରକାର କେବଳ ପ୍ରଚାର ଓ ପ୍ରସାରରେ ସୀମିତ । କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଜରିଆରେ ରାଜ୍ୟ ବାସୀଙ୍କ ପାଇଁ ଯେଉଁ ସବୁ ଅର୍ଥ ଆସୁଛି ତାହା ଲୋକଙ୍କ ନିକଟରେ ସଠିକ ଭାବେ ପହଞ୍ଚି ପାରୁନାହିଁ। ମଝିରେ ଏହାକୁ ବାଟ ମାରଣ କରାଯାଉଛି। ରାଜ୍ୟ ଶାସନରେ ଥିବା ବହୁ ଅଧିକାରୀ ଏହି ଦୁର୍ନୀତିରେ ସଂଶ୍ଲିଷ୍ଟ ଅଛନ୍ତି । ପଞ୍ଚାୟତସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଦୁର୍ନୀତି ଚାଲିଛି । ଲାଞ୍ଚ ନଦେଲେ କୌଣସି କାର୍ଯ୍ୟ ହେଉନାହିଁ । ସରକାର ବିରୋଧରେ ରାଜ୍ୟବାସୀଙ୍କ ଜନଅସନ୍ତୋଷ ବିସ୍ଫୋରଣ ହେବ।’’
ଅଧିକ ପଢନ୍ତୁ- ବିଜେପି ଯିବେ କି ପ୍ରଦୀପ ? ତାଙ୍କ ପାଇଁ ଦ୍ୱାର ଖୋଲା ଅଛି କହିଲେ ମନମୋହନ ସାମଲ
ମନମୋହନ କହିଛନ୍ତି କେନ୍ଦ୍ର ସରକାର ଗତ ନଅ ବର୍ଷ ମଧ୍ୟରେ 18 ଲକ୍ଷ 83 ହଜାର କୋଟି ରାଜ୍ୟକୁ ଦେଇଛନ୍ତି । ହେଲେ ରାଜ୍ୟରେ ଥିବା ସରକାର କେବଳ ଦୁର୍ନୀତି ଦିଗରେ ଅଗ୍ରସର। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ରାଜ୍ୟରେ ଜଳ ସେଚନ। ଯାହା ବର୍ତ୍ତମାନ ଅନେକ ଜିଲାରେ କେବଳ ଧୂଆଁବାଣ ଭଳି ପ୍ରତିଫଳିତ ହେଉଛି। ଏହାଛଡ଼ା ଚିଟଫଣ୍ଡ , ନାରୀ ନିର୍ଯାତନା ଇତ୍ୟାଦି ଦିଗରେ ବେଶ ଆଗରେ ରହିଛନ୍ତି। ତେଣୁ ସମୟ ଅନୁସାରେ ଜନତା ହିଁ ଏହାର ଉଚିତ ଜବାବ ଦେବେ।
ଆଜିବ ସଦର ଅଞ୍ଚଳର ଗୋଶାଳା ନିକଟରୁ ରାଜ୍ୟ ବିଜେପି ମିଡ଼ିଆ ସେଲ ଅଧକ୍ଷ ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ବରେ ବିଜେପି କର୍ମକର୍ତ୍ତା ଶୋଭାଯାତ୍ରାରେ ରେ ଆସି ସଦର ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏଥିରେ ବିଜେପି ରାଜ୍ୟ ସଭାପତିଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।
ଇଟିଭି ଭାରତ, କଟକ