ETV Bharat / state

Dhamnagar by Poll Result: ବିଜେପିର ବିଜୟ ଉତ୍ସବ

ଧାମନଗରରେ ବିଜେପି ର ବିଜୟ। ବିଜେପି ପ୍ରାର୍ଥି ବିଜୟ ଲାଭ କରିଥିବାରୁ କଟକରେ ମଧ୍ୟ ଧୁମଧାମରେ ପାଳନ ହୋଇଛି ଏହି ବିଜୟ ଯାତ୍ରାର ପର୍ବ। ଅଧିକ ପଢନ୍ତୁ

author img

By

Published : Nov 6, 2022, 8:13 PM IST

Dhamnagar by Poll Result: କଟକରେ ବିଜୟ ଉତ୍ସବ

କଟକ: ଭଦ୍ରକ ଧାମନଗରରେ ବିଜେପି ର ବିପୁଳ ବିଜୟ। ଚଳିତ ଧାମନଗରରେ ନିର୍ବାଚନରେ ଶାସକ ବିଜେଡିକୁ ପଛରେ ପକାଇ ବାଜି ମାରିଛି ବିଜେପି । ଗଣତି ଆରମ୍ଭରୁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଗଣତି ଆରମ୍ଭରୁ କଡା ଟକ୍କର ଲାଗି ରହିଥିବା ବେଳେ ଶେଷ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଏନେଇ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବିଜୟ ଉତ୍ସବ ।

ଏହି କ୍ରମରେ କଟକରେ ମଧ୍ୟ ଧୁମଧାମରେ ପାଳନ ହୋଇଛି ଏହି ବିଜୟ ଯାତ୍ରାର ପର୍ବ । କଟକ ମହାନଗର ବିଜେପି ପକ୍ଷରୁ ଗୌରୀ ଶଙ୍କର ପାର୍କ ନିକଟରେ ବାଣ ଫୁଟାଇ ମିଠା ଖୁଆଇ ଏହି ବିଜୟ ଉତ୍ସବ ପାଳନ କରିଛନ୍ତି । ଧାମନଗରରେ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନର ଆଜି ଥିଲା ମତ ଗଣନା । ଯେଉଁଥିରେ ବିଜେପି ପାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିପୁଳ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି । ଏହି ବିଜୟ ରାଜ୍ୟ ବିଜେପି ମଧ୍ୟରେ ଏକ ବଡ଼ ସିହରଣ ଖେଳାଇଛି । ଆଗମୀ ପଦ୍ମପୁର ନିର୍ବାଚନ ଓ 2024 ସାଧରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ଆଣିବ ବଡ଼ ପରିଵର୍ତ୍ତନ ବୋଲି କହିଛନ୍ତି କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.