ETV Bharat / state

ରାସ୍ତା ନିର୍ମାଣ ଦାବିରେ ନିଆଁ ଜାଳି ରାସ୍ତାରୋକ, ପୋଲିସର ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ବ୍ରିଜର ସଂଯୋଗୀକରଣ ଓ ରାସ୍ତା ନିର୍ମାଣ ନେଇ ନିଆଁ ଜାଳି ରାସ୍ତାରୋକ କଲେ ବିଳାଶୁଣୀ ପଞ୍ଚାୟତବାସୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 11, 2023, 3:17 PM IST

bilasuni villagers block road
bilasuni villagers block road
ରାସ୍ତାରୋକ

ନିଆଳି: ପୂରଣ ହୋଇ ପାରୁନି ବ୍ରିଜର ସଂଯୋଗୀକରଣ ଓ ରାସ୍ତା ନିର୍ମାଣ ଦାବି । ବ୍ରିଜ ଏବଂ ରାସ୍ତା ନିର୍ମାଣ ଦାବିରେ ନିଆଁ ଜାଳି ରାସ୍ତାରୋକ କଲେ ଉତ୍ୟକ୍ତ ଲୋକେ । ନିଆଳି ବ୍ଲକର କୁଣ୍ଢି ମୁହଁ ଠାରୁ ବିଳାଶୁଣୀ ରାସ୍ତାରେ ବିଳାଶୁଣୀ ପଞ୍ଚାୟତବାସୀ ରାସ୍ତାରୋକ କରିଥିବା ବେଳେ ପୋଲିସର ହସ୍ତକ୍ଷେପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଅନ୍ୟପଟେ ଖୁବ୍ ଶୀଘ୍ର କାର୍ଯ୍ୟ ଶେଷ ହେବ ବୋଲି ସଫେଇ ଦେଇଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ।

ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଆଳି ବ୍ଳକ ବିଳାଶୁଣୀ ପଞ୍ଚାୟତସ୍ଥିତ କନ୍ଦଳ ନଦୀ ଉପରେ 2004 ମସିହାରେ ଏକ ବ୍ରିଜ ନିର୍ମାଣ କରିଥିଲେ ରାଜ୍ୟ ସରକାର । କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡାକୁ ଗମନାଗମନର ସୁବିଧା ପାଇଁ ଏହାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏହାକୁ ନିର୍ମାଣ କରାଯାଇଥିଲା । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ରାଜ୍ୟ ସରକାର । କିନ୍ତୁ ଏହି ବ୍ରିଜ ନିର୍ମାଣକୁ 19 ବର୍ଷ ବିତିଗଲାଣି କିନ୍ତୁ ଆଜି ଯାଏଁ କୁଣ୍ଢି ମୁହଁ ଠାରୁ ବିଳାଶୁଣୀ ବଜାର ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ନିର୍ମାଣ ହୋଇପାରିନାହିଁ। ଫଳରେ ପଥଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହେଉଛି।

ଏହା ମଧ୍ୟ ପଢନ୍ତୁ-ବିକାଶ ହୋଇଛି ବିଫଳ, ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ

ଖାଲି ସେତିକି ନୁହେଁ ଆନ୍ଦୋଳନକାରୀ କହିବା କଥା, 2004 ମସିହାରେ କନ୍ଦଳ ନଦୀର କୁଣ୍ଢି ମୁହଁ ଠାରେ ବ୍ରିଜ ନିର୍ମାଣ ସାରି କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ ତାର ଦାୟିତ୍ବ ସାରି ଦେଇଛି । କୁଣ୍ଢି ମୁହଁ ନିକଟରେ କାକଟପୁର ବ୍ରାଞ୍ଚ କେନାଲ ନିକଟରେ ନିର୍ମାଣଧିନ ବ୍ରିଜ କାର୍ଯ୍ୟ ସରୁନଥିବା କାରଣରୁ ଦୁର୍ଘଟଣା ଘଟୁଛି । ଏହି କୁଣ୍ଢି ମୁହଁ ବ୍ରିଜରୁ କାକଟପୁର ବ୍ରାଞ୍ଚ କେନାଲ ଉପରେ ଅଧ ନିର୍ମିତ ବ୍ରିଜ ତଳକୁ ଖସିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଲୋକ ଭିନ୍ନକ୍ଷମ ପାଲଟିଛନ୍ତି । ତଥାପି ରାଜ୍ୟ ସରକାର କିମ୍ବା କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଚେତା ପଶି ନାହିଁ । ଏଥିପାଇଁ ବହୁବାର ରାସ୍ତା ରୋକ ଓ ଦାବି ପତ୍ର ରାଜ୍ୟ ସରକାର ଏବଂ କଟକ ଜିଲ୍ଲାପାଳଙ୍କ ନିକଟରେ ପ୍ରଦାନ କରାଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ କନ୍ଦଳ ନଦୀ କୁଣ୍ଢି ମୁହଁ ବ୍ରିଜ ନିକଟରେ କାକଟପୁର ବ୍ରାଞ୍ଚ କେନାଲ ଉପରେ ଅଧ ନିର୍ମିତ ବ୍ରିଜ ନିର୍ମାଣ ସରି ପାରୁନାହିଁ ।

କାକଟପୁର ବ୍ରାଞ୍ଚ କେନାଲ ଠାରୁ ବିଳାଶୁଣୀ ବଜାର ପର୍ଯ୍ୟନ୍ତ ଏକ କିମି ରାସ୍ତାରେ ପିଚୁ ହେଉନଥିବା କାରଣରୁ ଧୂଳି ଉଡୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କ ସହିତ ଫୋନରେ ଯୋଗାଯୋଗ କରାଯାଇଥିଲା । ଅଧିକାରୀ ଜଣଙ୍କ କହିବା କଥା, ବିଳାଶୁଣୀ କୁଣ୍ଢି ମୁହଁ କାକଟପୁର ବ୍ରାଞ୍ଚ କେନାଲ ବ୍ରିଜ ଏବଂ ରାସ୍ତା ନିର୍ମାଣ ପାଇଁ ୫ କୋଟି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ ହୋଇଛି । କିନ୍ତୁ କିଛି ଘରୋଇ ଜମି ଯୋଗୁଁ କାର୍ଯ୍ୟ ଆଗେଇ ପାରିନାହିଁ । ଏ ନେଇ ଆଲୋଚନା ଜାରି ରହିଛି, ଖୁବ୍ ଶୀଘ୍ର କାର୍ଯ୍ୟ ଶେଷ ହେବ ବୋଲି ସଫେଇ ଦେଇଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ । ଏହି ବ୍ରିଜ ନିର୍ମାଣକୁ ନେଇ ଏବେ ଅସନ୍ତୋଷ ବୃଦ୍ଧି ପାଇଛି ।‌

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.