ETV Bharat / state

ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ

author img

By

Published : Apr 18, 2021, 9:20 PM IST

କଟକ ମଧୁପାଟଣା ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ । ଜଣେ ଅଭିଯୁକ୍ତଙ୍କ ଗିରଫଦାରୀ ପରେ ପୁରା ଗ୍ୟାଙ୍ଗ ବାବଦରେ ସୁରାକ ପାଇଛି ପୋଲିସ । ଅଧିକ ପଢନ୍ତୁ...

ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ
ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ

କଟକ: ମଧୁପାଟଣା ପୋଲିସ ହ୍ୟାଣ୍ଡକପରେ ବାଇକ ଲୁଟେରା ଗ୍ୟାଙ୍ଗ । ଆଳୁ ଖୋଳୁ ଖୋଳୁ ମହାଦେବ ପରି ଜଣେ ଲୁଟେରାକୁ ଗିରଫ ସମୟରେ ପୋଲିସ ହାତରେ ଲାଗିଛି ପୁରୀ ଗ୍ୟାଙ୍ଗର ସୁରାକ ।

ସୂଚନା ଅନୁଯାୟୀ ମଧୁପାଟଣା ଅଞ୍ଚଳର ବାଲି ସାହିରେ ଭଉଣୀ ଘରକୁ ଆସିଥିଲେ ଅଂଶ ନାୟକ ରାତିରେ ଗାଡି ପାର୍କିଂ କରି ଶୋଇକି ଉଠିବା ପରେ ସକାଳୁ ଦେଖନ୍ତି ତ ପାର୍କିଂ ସ୍ଥାନରେ ଗାଡି ନାହିଁ । ଏନେଇ ସେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ଖବର ପାଇ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ପ୍ରଥମ ଅଭିଯୁକ୍ତ ଭାବରେ ଅରୁଣ ବେହେରାକୁ ଗିରଫ କରିଥିଲା ପୋଲିସ ।

ଏହାପରେ ଖୋଳତାଡ଼ କରି ଲୁଟ୍ ପଛରେ 2 ଜଣଙ୍କର ଲିଙ୍କ ଥିବା ସୂଚନା ପାଇଥିଲା ପୋଲିସ । ଆଉ ଶେଷରେ ବଳରାମ ନାୟକ ଓ ଚନ୍ଦନ କୁମାର ଖଟୁଆକୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ ଗିରଫ ସମୟରେ 5 ଟି ଗାଡି ଜବତ କରିଛି ମଧୁପାଟଣା ଥନା ପୋଲିସ । ପୂର୍ବରୁ ଏହି ଗ୍ୟାଙ୍ଗ ନାଁରେ କଟକର ବିଭିନ୍ନ ଥାନାରେ ମାମଲା ରହିଛି । ଲୁଟେରା ଗ୍ୟାଙ୍ଗକୁ ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.