ETV Bharat / state

କଟକରୁ ବିହାରୀ ATM ଲୁଟେରା ଗିରଫ

author img

By

Published : May 1, 2022, 3:43 PM IST

କଟକରୁ ବିହାରୀ ଏଟିଏମ ଲୁଟେରାଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ । ଅଧିକ ପଢନ୍ତୁ

କଟକରୁ ବିହାରୀ ATM ଲୁଟେରା ଗିରଫ
କଟକରୁ ବିହାରୀ ATM ଲୁଟେରା ଗିରଫ

କଟକ: ମଙ୍ଗଳାବାଗ ପୋଲିସ ହ୍ୟାଣ୍ଡକପରେ ଏଟିଏମ୍ ଲୁଟେରା । ଦୁଇ ବିହାରୀ ଯୁବକଙ୍କୁ ଗିରଫ କଲା ପୋଲିସ । ଏକ ସ୍ବତନ୍ତ୍ର ଲୁହା ପାତିଆକୁ ବ୍ୟବହାର କରି ଏଟିଏମ୍ କାଉଣ୍ଟରରେ କେହି ନ ଥିବା ବେଳେ ଏଟିଏମ ମେସିନରେ ପାତିଆ ଭର୍ତ୍ତି କରି ଲୁଟ କରନ୍ତି ଏହି ଦୁଇ ଅଭିଯୁକ୍ତ ।

କଟକରୁ ବିହାରୀ ATM ଲୁଟେରା ଗିରଫ

ଏଟିଏମ ମେସିନରେ ପାତିଆ ଲଗାଇଦେଲା ପରେ ପରବର୍ତ୍ତୀ ସମୟରେ ଯେଉଁ ବ୍ୟକ୍ତି ଯାଇ କାର୍ଡ ବ୍ୟବହାର କରି ଟଙ୍କା ଉଠେଇବା ପାଇଁ ପ୍ରୟାସ କରନ୍ତି ହେଲେ ଟଙ୍କା ନ ବାହାରି କେବଳ ଟଙ୍କା ଆକାଉଣ୍ଟରୁ କଟି ଯାଇଥାଏ । ପରେ ସେ ବ୍ୟକ୍ତି ଗଲା ପରେ ଏମାନେ ଯାଇ ସେହି ଲୁହା ପାତିଆ କାଢି ଟଙ୍କା ନେଇ ଆସିଥାନ୍ତି । ଏମାନଙ୍କ ନାଁରେ ଅନ୍ୟ ରାଜ୍ୟରେ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି । ତେବେ ଉଭୟଙ୍କୁ ଅଧିକ ତଦନ୍ତ ପରିସରଭୁକ୍ତ କରିବା ପାଇଁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ତେବେ ଗିରଫ ସମୟରେ ଲକ୍ଷାଧିକ ଟଙ୍କା, ମୋବାଇଲ, ପାତିଆ ଆଦି ଜବତ କରିଛି ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.