ETV Bharat / state

Range Rover Accident: ଆଖି ବୁଜିଲେ ଲୋପାମୁଦ୍ରା; ଯୁବତୀଙ୍କ ଆଖି ଓ କିଡନୀ ଦାନ କରାଯିବା ନେଇ ସୂଚନା

author img

By ETV Bharat Odisha Team

Published : Nov 3, 2023, 3:53 PM IST

ଭୁବନେଶ୍ୱର ହିଟ୍ ଆଣ୍ଡ ରନ୍ ଘଟଣା । ଆଖି ବୁଜିଲେ ରେଞ୍ଜ ରୋଭର ଗାଡ଼ିରେ ଦୁର୍ଘଟଣା ଶିକାର ହୋଇଥିବା ଯୁବତୀ ଲୋପାମୁଦ୍ରା । କଟକରେ ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କୁ ମୃତ୍ୟୁ । ଅଧିକ ପଢ଼ନ୍ତୁ

Range rover accident
Range rover accident
Range rover accident

କଟକ: ଭୁବନେଶ୍ୱର ହିଟ୍ ଆଣ୍ଡ ରନ୍ ଘଟଣା । ଆଖି ବୁଜିଲେ ରେଞ୍ଜ ରୋଭର ଗାଡ଼ିରେ ଦୁର୍ଘଟଣା ଶିକାର ହୋଇଥିବା ଯୁବତୀ ଲୋପାମୁଦ୍ରା । କଟକରେ ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କୁ ମୃତ୍ୟୁ ଘୋଷଣା କଲେ ଡାକ୍ତର । ଗତ ତିନି ଦିନ ହେବ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥାରେ ଅଧିକ ଗୁରୁତର ଥିବା ବେଳେ ସେ ଆଜି ଆଖି ବୁଜିଛନ୍ତି । ତେବେ ମୃତ ଯୁବତୀଙ୍କ ଅଙ୍ଗ ଦାନ କରିବେ ପରିବାର । ତାଙ୍କର ଆଖି ଏବଂ କିଡନୀ ଦାନ କରାଯିବ ବୋଲି ପରିବାର ପକ୍ଷରୁ ସ୍ପଷ୍ଟ ହୋଇଛି ।

ସୂଚନା ଅନିସାରେ, ଗତ ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱରର ପାୱାର ହାଉସ ଛକରେ ଜନଗହଳି ସ୍ଥାନରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ବାଇକରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଜଣେ ପୁରୁଷ ଓ ମହିଳା ରହିଥିଲେ । ପୁରୁଷ ଜଣକ କଳିଙ୍ଗ ବିହାର ଅଞ୍ଚଳର ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁ ଚରଣ ଓ ମହିଳା ଜଣକ ଲୋପାମୁଦ୍ରା ସାହୁ ବୋଲି ଜଣାପଡିଛି । ତେବେ କାହ୍ନୁଙ୍କର ଗୋଡ ଭାଙ୍ଗି ଯାଇଥିବାବେଳେ ମୁଣ୍ଡରେ ଆଘାତ ଲାଗିଥିଲା । ସେପଟେ ମହିଳାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଥିଲା । ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.......ପାଓ୍ବାର‌ ହାଉସ ଛକରେ ବାଇକକୁ ପିଟିଲା କାର, 2 ଗୁରୁତର

ଭୁବନେଶ୍ବର ପାୱାର ହାଉସ ଛକରେ ୧୨୦ ବାଟାଲିୟନ ପଟୁ ଏକ ରେଞ୍ଜ ରୋଭର କାରଟି ଟ୍ରାଫିକ ପାଖରେ ପହଞ୍ଚିଥିଲା । ସେହି ସମୟରେ ଡିଏଭି 8 ନମ୍ବର ପଟୁ ଏକ ବାଇକ ଟ୍ରାଫିକ ସିଗନାଲ ଅତିକ୍ରମ କରୁଥିବାବେଳେ କାରଟି ଦ୍ରୁତ ଗତିରେ ଯାଇ ବାଇକକୁ ଧକ୍କା ଦେଇଥିଲା । ତେବେ ଧକ୍କା ଦେଇଥିବା ରେଞ୍ଜ ରୋଭର କାରକୁ ପୋଲିସ ଜବତ କରି ମାମଲା ରୁଜୁ କରିଥିଲା । ଉକ୍ତ ଦାମୀ ଗାଡ଼ି କାହାର ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରେଞ୍ଜରୋଭର ଗାଡିଟି ଏକ ଘରୋଇ କମ୍ପାନୀ ନାଁରେ ରେଜିଷ୍ଟ୍ରେସନ ହୋଇଥିଲା । ସେହି କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ । ତେବେ ଦୁର୍ଘଟଣା ଘଟିବା ଦିନ ବିଶାଳ ଦାସ ସେହି ଗାଡ଼ିରେ ବସିଥିଲେ କି ନାହିଁ, ଘଟଣା ସଂପର୍କରେ ସେ ଜାଣିଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ । ସେପଟେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ଏବେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ଏହି ମୃତ୍ୟ ପଛରେ ଯିଏ ଦାୟୀ ତାକୁ ଶୀଘ୍ର ଶାସ୍ତି ଦେବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି ମୃତ ଲୋପାମୁଦ୍ରାଙ୍କ ପରିବାର ଲୋକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.