ETV Bharat / state

ପରିବାର ଅଦାଲତରେ ହୋଇପାରିଲାନି ବର୍ଷା-ଅନୁଭବଙ୍କ ଛାଡପତ୍ର ମାମଲାର ଶୁଣାଣି - ବର୍ଷା-ଅନୁଭବ ଛାଡପତ୍ର ମାମଲା

ଷ୍ଟାର ଦମ୍ପତି ଅନୁଭବ-ବର୍ଷା ଛାଡପତ୍ର ମାମଲା । ଆଜି ପରିବାର ଅଦାଲତରେ ଛାଡପତ୍ର ମାମଲା ଶୁଣାଣି ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ମାମଲାର ଶୁଣାଣି ହୋଇପାରିନାହିଁ । ଅଧିକ ପଢନ୍ତୁ...

ପରିବାର ଅଦାଲତରେ ଶୁଣାଣି ହୋଇପାରିଲାନି ବର୍ଷା-ଅନୁଭବ ଛାଡପତ୍ର ମାମଲା

author img

By

Published : Apr 19, 2021, 1:13 PM IST

କଟକ: ଷ୍ଟାର ଦମ୍ପତି ଅନୁଭବ-ବର୍ଷା ଛାଡପତ୍ର ମାମଲା । ପରିବାର ଅଦାଲତରେ ଅଧାରେ ଅଟକିଲା ମାମଲାର ଶୁଣାଣି । ଆଜି ମାମଲା ଶୁଣାଣି ନେଇ ତାରିଖ ଧାର୍ଯ୍ୟ ସତ୍ତ୍ବେ ମାମଲାର ଶୁଣାଣି ହୋଇପାରିନାହିଁ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମାମଲାର କପି ଆବେଦେକାରୀ ପ୍ରଦାନ କରି ପାରିନଥିବାରୁ ଶୁଣାଣି ଅଟକି ରହିଛି ।

ପ୍ରତିପକ୍ଷଙ୍କୁ ପିଟିସନର କପି ପ୍ରଦାନ କରାଯିବା ପରେ ପୁନଃ ମାମଲାର ଶୁଣାଣି କରାଯିବ ବୋଲି ଆଇନଜୀବୀ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟ ପଟିଆଲା ହାଉସ ବଦଳରେ କଟକ ପରିବାର ଅଦାଲତରେ ମାମଲା ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପତ୍ନୀ ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ସାଂସଦ ଅନୁଭବ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ଏହା ପରେ ବର୍ଷା ଅନୁଭବଙ୍କ ବିରୁଦ୍ଧରେ କଟକ ଏସଡିଜେଏମଙ୍କ ଅଦାଲତରେ ଘରୋଇ ହିଂସା ଓ ପରିବାର ଅଦାଲତରେ ବୈବାହିକ ଜୀବନକୁ ସ୍ଥାୟୀ କରିବା ପ୍ରାର୍ଥନା କରି ଦୁଇ ଦୁଇଟି ମାମଲା ଦାୟର କରିଥିଲେ ।

ଏହାର କିଛି ଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡପତ୍ର ମାମଲାରୁ କଟକ ସ୍ଥାନାନ୍ତରିତ ପାଇଁ ପ୍ରାର୍ଥନା କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ମାର୍ଚ୍ଚ 5 ତାରିଖରେ ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ଜବାବ ଦାଖଲ ପିଟିସନ ଦାୟର ହୋଇଥିଲା ।

ଏହି ପିଟିସନରେ ଅନୁଭବ ଉଲ୍ଲେଖ କରିଥିଲେ, ସେ ଓ ତାଙ୍କ ପରିବାର ଲୋକେ ଏହି ମାମଲା ଯୋଗୁଁ ମାନସିକ ଅବସାଦ ମଧ୍ୟରେ ରହୁଛନ୍ତି । ତାଙ୍କ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନାହିଁ । ବର୍ଷା ତାଙ୍କ ପ୍ରତିଷ୍ଠାନକୁ ନଷ୍ଟ କରିବାକୁ ଚେଷ୍ଟ ଜାରି ରଖିଛନ୍ତି। ଆଉ ଏହି ମାମଲା ଯୋଗୁଁ ସେ ରାଜନୈତିକ ସ୍ତରରେ ଆକ୍ରୋଶର ଶିକାର ହେଉଥିବା ଉଲ୍ଲେଖ କରି ମାମଲାକୁ ତୁରନ୍ତ ଫଇସଲା କରିବାକୁ କହିଥିଲେ ।

ଅନ୍ୟପଟେ, ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରୋଟେକସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ ଭାଉଲେନ୍ସ ଆକ୍ଟ ୨୦୦୫ର ଧାରା ୧୨,୧୭, ୧୮, ୧୯, ୨୦ ଓ ୨୨ ଅନୁସାରେ କଟକ ଏସଡିଜେଏମରେ ମକଦ୍ଦମା ଦାୟର କରିଛନ୍ତି। ମକଦ୍ଦମାରେ ବର୍ଷା ନିଜ ସ୍ବାମୀଙ୍କୁ ମଦ୍ୟପ ଓ ମଧୁମେହ ରୋଗୀ ବୋଲି ଦର୍ଶାଇଛନ୍ତି। ଡୋମେଷ୍ଟିକ ଭାଉଲେନ୍ସ ଆକ୍ଟ ମାମଲା ଆପୋଷ ସମାଧାନ ପାଇଁ ମଧ୍ୟସ୍ତତା କେନ୍ଦ୍ରକୁ ଯାଇଛି। କିନ୍ତୁ ଅଦ୍ୟାବଧି ସେଥିରେ ସୁଫଳ ମିଳିନାହିଁ। ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶରେ ଅନୁଭବ ଦାୟର କରିଥିବା ଛାଡପତ୍ର ମାମଲାର ଅତିଶୀଘ୍ର ଶୁଣାଣି କରିବା ସହିତ ଶୁଣାଣି ସମୟରେ ଉଭୟ ବର୍ଷା ଓ ଅନୁଭବ କଟକ ପରିବାର ଅଦାଲତରେ ହାଜର ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ୧୫ ଦିନ ମଧ୍ୟରେ ମାମଲାଟିକୁ ବିଚାରପାଇଁ ତାଲିକାଭୁକ୍ତ କରିବା ପାଇଁ ମଧ୍ୟ କହିଥିଲେ ସର୍ବୋଚ୍ଚ ଅଦାଲତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.