ETV Bharat / state

‘ଏବର୍ଷ କଟକରେ ଜଳବନ୍ଦୀ ସମସ୍ୟା କମ ରହିବ’

ରାଜ୍ୟରେ ମୌସୁମୀ ଛୁଇଁବା ପରେ ଆରମ୍ଭ ହୋଇଯାଇଛି ବର୍ଷା । ସିଲଭର ସିଟିରେ ଚଳିତବର୍ଷ ଜଳବନ୍ଦୀ ସମସ୍ୟା ଗତବର୍ଷ ଅପେକ୍ଷା କମ ରହିବ ବୋଲି କହିଛନ୍ତି ନବନିର୍ବାଚିତ ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

author img

By

Published : Jun 21, 2019, 8:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ମୌସୁମୀ ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଛି ବର୍ଷା । ଗତକାଲିଠାରୁ କଟକର ଅନେକ ସ୍ଥାନରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଥିବାବେଳେ ଚଳିତବର୍ଷ କଟକରେ ଜଳବନ୍ଦୀ ସମସ୍ୟା କମ ରହିବ ବୋଲି କହିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଜଳବନ୍ଦୀ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବ । ସହରରେ କିଭଳି ଜଳବନ୍ଦୀ ସମସ୍ୟା ନ ହେବ, ସେଥିପ୍ରତି ସଜାଗ ରହିବାକୁ କଟକ ମହାନଗର ନିଗମର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାରବାଟୀ ବିଧାୟକ ।

ଗତକାଲି ରାତିରେ ମୌସୁମୀ ବର୍ଷା ଯୋଗୁଁ କିଛି କିଛି ସ୍ଥାନରେ ପାଣି ଜମିରହିଥିଲା। ହେଲେ ଠିକ୍ ସମୟରେ ପମ୍ପ ଚାଲି ଥିବାରୁ ଜଳବନ୍ଦୀ ସମସ୍ୟା ଦେଖାଯାଇନାହିଁ। ତେବେ ପୁର୍ବରୁ ହେଉଥିବା ସହରର ଜଳବନ୍ଦୀ ସମସ୍ୟା ପାଇଁ ସେ ପରୋକ୍ଷ ଭାବରେ ପୂର୍ବତନ ବିଧାୟକଙ୍କୁ ଦାୟୀ କରିଛନ୍ତି। ଦୀର୍ଘ ୨୦ ବର୍ଷ ହେବ ମୁଖ୍ୟ ଡ୍ରେନ୍ ଗୁଡ଼ିକ ଠିକ୍ ଭାବରେ ସଫେଇ ନ ହେବାରୁ ଏଭଳି ସମସ୍ୟା ଦେଖାଯାଉଥିବା ବିଧାୟକ କହିଛନ୍ତି। ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଜଳବନ୍ଦୀ ସମସ୍ୟା ଅପେକ୍ଷାକୃତ କମ ହେବ ବୋଲି ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଂଙ୍କର - ଆସିଲାଣି ମୌସୁମୀ।କିଛି କିଛି ସ୍ଥାନରେ ମୌସୁମୀ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି।ଗତକାଲି ରାତିରେ ମଧ୍ୟ କଟକର ଅନେକ ସ୍ଥାନରେ ମୌସୁମୀ ଜନିତ ବର୍ଷା ମଧ୍ୟ ହୋଇଛି।ତେବେ ପୂର୍ବପରି ଚଳିତ ବର୍ଷ, ଜଳ ବନ୍ଦି ସମସ୍ୟା କମ ରହିବ ବୋଲି ଆଶା କରିଛନ୍ତି ବାରବାଟି କଟକ ବିଧାୟକ ଇଂ ମହମ୍ମଦ ମୋକିମ।ଜଳ ବନ୍ଦି ସମସ୍ୟାର ସ୍ଥାୟୀ ପ୍ରତିକାର ପାଈଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବ।ସେ ବିଧାୟକ ଭାବେ ଦାୟିତ୍ୱ ନେବାର ପ୍ରାୟ ମାସେ ହୋଇଛି।କିନ୍ତୁ ସହରରେ କିଭଳି ଜଳବନ୍ଦୀ ସମସ୍ୟା ନ ହୁଏ, ସେଥିପ୍ରତି ସଜାଗ ରହିବାକୁ ସେ କଟକ ମହାନଗର ନିଗମ ର ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।ଗତକାଲି ରାତିରେ ମୌସୁମୀ ବର୍ଷା ଯୋଗୁଁ କିଛି କିଛି ସ୍ଥାନରେ ପାଣି ଜମିରହିଥିଲା।ଠିକ୍ ସମୟରେ ପମ୍ପ ଚାଲି ଥିବାରୁ ,ଜଳବନ୍ଦୀ ସମସ୍ୟା ହୋଇନଥିଲା। ତେବେ ପୁର୍ବରୁ ହେଉଥିବା ସହରର ଜଳବନ୍ଦୀ ସମସ୍ୟା ପାଈଁ ସେ ପରୋକ୍ଷ ଭାବରେ ପୂର୍ବତନ ବିଧାୟକଙ୍କୁ ଦାୟୀ କରିଛନ୍ତି।ଦୀର୍ଘ ୨୦ ବର୍ଷ ହେବ ମୁଖ୍ୟ ଡ୍ରେନ୍ ଗୁଡ଼ିକ ଠିକ୍ ଭାବରେ ସଫେଇ ନ ହେବାରୁ ଏଭଳି ସମସ୍ୟା ଦେଖାଯାଉଥିବା ବିଧାୟକ କହିଛନ୍ତି।ତେବେ ପୂର୍ଵ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଳବନ୍ଦୀ ସମସ୍ୟା ଅପେକ୍ଷାକୃତ କମ ହେବ ବୋଲି ସେ କହିଛନ୍ତି ।

ବାଇଟ - ଇଂ ମହମ୍ମଦ୍ ମୋକମ୍,ବିଧାୟକ ,କଟକ ବାରବାଟି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.