ETV Bharat / state

ନଭେମ୍ବର 27ରୁ ଐତିହାସିକ ବାଲିଯାତ୍ରା, ଓରମାସ ଖୋଲିବ 400ଟି ଷ୍ଟଲ୍‌ - ଚଳିତ ବର୍ଷ ବାଲିଯାତ୍ରା

ଚଳିତ ବର୍ଷ ବାଲିଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

baliyatra preparation meeting
baliyatra preparation meeting
author img

By ETV Bharat Odisha Team

Published : Oct 20, 2023, 8:49 AM IST

baliyatra preparation meeting

କଟକ: ଆସନ୍ତା ନଭେମ୍ବର 27 ତାରିଖରୁ ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା । ଏହା ପୂର୍ବରୁ ବାଲିଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନେକ ନୂଆ ନିଷ୍ପତି ଗ୍ରହଣ କରାଯାଇଛି । ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବ । ଓରମାସ ପକ୍ଷରୁ ଏକ ଜାତୀୟ ସ୍ତରର ପଲିଶ୍ରୀ ମେଳା କରାଯିବା ସହ ଷ୍ଟଲ ସଂଖ୍ୟା 400କୁ ବୃଦ୍ଧି ହେବ । ଚଳିତ ବର୍ଷ 32 କୋଟି ଟଙ୍କାର କାରବାର କରିବାକୁ ଓରମାସ ଲକ୍ଷ୍ୟ ରଖିଥିବା ବୈଠକରେ କୁହାଯାଇଛି ।

ବାଲିଯାତ୍ରା ପଡ଼ିଆକୁ ଲାଗି ଥିବା ନଦୀ ଶଯ୍ୟାରେ ବାରିକେଡ୍‌ ଲାଗିବାକୁ ନିଷ୍ପତି ହୋଇଛି । ଚଳିତ ବର୍ଷ କଟକ ଇନ୍‌ କଟକ ପାଭିଲିୟନରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ହେବ ସ୍ୱତନ୍ତ୍ର ମେଳା ଲାଗିବ । ଏହି ମେଳା ପାଇଁ ବାଲିଯାତ୍ରା ପଡିଆରେ ଏକ ମଡେଲ ଗାଁ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ନଭେମ୍ବର ମାସ 27ରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ 8 ଦିନ ଧରି ଚାଲିବ ବାଲିଯାତ୍ରା । ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଲୋକାଭିମୁଖୀ ଚିତ୍ତାକର୍ଷକ, ତ୍ରୁଟି ଶୂନ୍ୟ ଓ ସୁରକ୍ଷିତ କରିବା ପାଇଁ ନିଆଯାଇଛି ନିଷ୍ପତ୍ତି । ଏହାସହ କିଛି ନୂଆ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Baliyatra 2023: ନଭେମ୍ବର ୨୭ରୁ ଐତିହାସିକ ବାଲିଯାତ୍ରା ଆରମ୍ଭ

କଟକ ଜିଲ୍ଲାପାଳଙ୍କ ଦ୍ୱାରା ଆୟୋଜିତ ବୈଠକରେ, କେନ୍ଦ୍ରାଞ୍ଚଳ ଆର୍‌ଡିସି, ସିଡିଏ ଅଧକ୍ଷ, କଟକ ଡିସିପି ଯୋଗ ଦେଇଥିବା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ। ଏହା ସହ ଅନ୍ୟାନ୍ୟ ସରକାରୀ ବିଭାଗର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି, ଜଳଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ-ଇଣ୍ଡୋନେସିଆରେ ଆୟୋଜନ ହେବ ଐତିହାସିକ ବାଲିଯାତ୍ରା, ରହିବ ଓଡ଼ିଆ ଛାପ

ସେହିଭଳି ଚଳିତବର୍ଷ କିଛି ନୂଆ କରାଯିବ ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ବୈଠକରେ ମତ ରଖିଥିଲେ। କଟକ ଇନ କଟକରେ ଏଥର ନୂଆନୂଆ ଆକର୍ଷଣ ଦେଖିବାକୁ ମିଳିବ। ଗତବର୍ଷ ଯେତିକି ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା ସେହି ସମାନ ପରିମିତ ଜାଗାରେ ଚଳିତବର୍ଷ ବାଲିଯାତ୍ରା ଅନୁଷ୍ଠିତ ହେବ । ତେବେ ଏହି 8 ଦିନ ମଧ୍ୟରେ ବାଲିଯାତ୍ରାକୁ ବେଶ ଉପଭୋଗ କରିବେ ଦର୍ଶକ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.