କଟକ: ବାଲିଯାତ୍ରାକୁ ନେଇ ତେଜିଲା ବିବାଦ । ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଲା ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି । ସମ୍ପୂର୍ଣ୍ଣ ବାଲିଯାତ୍ରାକୁ ସ୍ପେଶାଲ ଅଡିଟ ଦାବି କରିଛି ମହାନଗର ପୂଜା କମିଟି ।
ଗତକାଲି ଶେଷ ହୋଇଛି ଐତିହାସିକ କଟକ ବାଲିଯାତ୍ରା । ଆଉ ଆଜି ବାଲିଯାତ୍ରାକୁ ନେଇ ଉଠିଛି ବଡ଼ ବିବାଦ । ତମାମ ବାଲିଯାତ୍ରାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ କେତେ ଆୟ ହୋଇଛି ତାହା ସର୍ବ ସମୁଖକୁ ଆଣିବାକୁ ଦାବି ହୋଇଛି । କାରଣ ଗୋଟିଏ ପଟେ ବ୍ୟବସାୟ ଅନ୍ୟପଟେ ମଞ୍ଚରେ ସଂକୃତିକ କାର୍ଯ୍ୟକ୍ରମରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ସମସ୍ତେ ଜାଣିବାର ଅଧିକାର ରହିଛି ବୋଲି କହିଛନ୍ତି ମହାନଗର ପୂଜା କମିଟି ସମ୍ପାଦକ । ଏହା ସହିତ ବଲିଯାତ୍ରାରେ ଘଟିଥିବା ବିଭିନ୍ନ ବିଭ୍ରାଟ ମାମଲାରେ ବାବଦରେ ସ୍ବର ଉତ୍ତୋଳନ କରିଛି ଉକ୍ତ କମିଟି ।
ଏହା ମଧ୍ୟ ପଢନ୍ତୁ: ଶାନ୍ତି ଶୃଙ୍ଖଳାରେ ସରିଲା କଟକ ବାଲିଯାତ୍ରା, ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ DCP
ନିମନ୍ତ୍ରଣ କରାଯାଇଥିବା ଅତିଥି ଚୟନ ,ନିମନ୍ତ୍ରଣ ପତ୍ର ବଣ୍ଟନରେ ବିଭ୍ରାଟ, ମଞ୍ଚର ନାମ କରଣକୁ ନେଇ ତୁ ତୁ ମେଁ ମେଁ , ପଥ ଉତ୍ସବରେ ରାଜନୀତି କରଣ , ଏହା ସହିତ ଅଶ୍ଳିଳ ସଙ୍ଗୀତ ପରିବେଷଣ ଯାହା ରାଜ୍ୟବାସୀଙ୍କୁ ଦେଇଛି ଏକ ଶକ୍ତ ଆଘାତ ବୋଲି କିମିଟି ତରଫରୁ ଅଭିଯୋଗ ହୋଇଛି । ଏହା ଛଡ଼ା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ମଧୁମଞ୍ଚ କରିବା ପାଇଁ ବାଲିଯାତ୍ରାରେ ଜାଗା ଟିକେ ନମିଳିବା ତାହା ମଧ୍ୟ ଏକ ସମ୍ବଦେନଶୀଳ ପ୍ରସଙ୍ଗ ।
କଟକ ଇନ କଟକ , ଦୋକାନ ବଜାର , ମଧ୍ୟରେ ଅହଂକାର ଭରି ରହିଥିଲା ବୋଲି କହିଛି ମହାନଗର ପୂଜା କମିଟି । ଗୋଟିଏ ପଟେ ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା ଦେବା ଲାଗି ସବୁ ପ୍ରୟାସ ଜାରି ରହିଛି । ହେଲେ ବାଲିଯାତ୍ରାରେ ଏପରି ବିଭ୍ରାଟ କେବେ ବି ଗ୍ରହଣୀୟ ନୁହେଁ । ତେଣୁ ବାଲିଯାତ୍ରା ପରିଚାଳନାର ଦାୟିତ୍ୱ ଓ ନିଷ୍ପତ୍ତି ପ୍ରତ୍ୟେକ୍ଷ ଭାବରେ ରାଜ୍ୟ ସରକାର ନିଅନ୍ତୁ ବୋଲି ଦାବି କରିଛି ମହାନଗର ପୂଜା କମିଟି ଓ ଶାନ୍ତି କମିଟି ।
ଇଟିଭି ଭାରତ, କଟକ