ETV Bharat / state

ନିଆଳିରେ ଧୁମଧାମରେ ସରିଲା ବାହୁଡ଼ାଯାତ୍ରା - ବାହୁଡ଼ିଲେ ମହାବାଦୁ

ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଅଧିକ ପଢ଼ନ୍ତୁ

ନିଆଳିରେ ଧୁମଧାମରେ ସରିଲା ବାହୁଡ଼ାଯାତ୍ରା
ନିଆଳିରେ ଧୁମଧାମରେ ସରିଲା ବାହୁଡ଼ାଯାତ୍ରା
author img

By

Published : Jul 9, 2022, 10:51 PM IST

ନିଆଳି: କଟକ ଜିଲ୍ଲା ନିଆଳି ବ୍ଲକ ରତନପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ ଧୁମଧାମରେ ସରିଲା ବାହୁଡ଼ା ଯାତ୍ରା। ଗ୍ରାମର ସଞ୍ଜୟ ମହାରଣା ବୃତ୍ତିରେ ଘରୋଇ କମ୍ପାନୀରେ ଚାକିରି କରି ଥିଲେବି ନିଶା କିନ୍ତୁ କୁନି ରଥ ନିର୍ମାଣ କରିବା । ଅବିକଳ ପୁରୀ ରଥ ନିର୍ମାଣ ଶୈଳୀରେ ସେ ନିର୍ମାଣ କରିଛନ୍ତି କୁନି ରଥ । ଯେଉଁଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମୂର୍ତ୍ତିକୁ ବସାଇ ନିଜ ଗାଁ ପରିକ୍ରମା କରି ନିଜକୁ ଆତ୍ମସନ୍ତୋଷ ଲାଭ କରିଛନ୍ତି ।

ରଥ ତିଆରିରେ ତାଙ୍କ ସହ ତାଙ୍କ ପତ୍ନୀ ପ୍ରଜ୍ଞା ସହ ଯୋଗ କରିଥାନ୍ତି । ପିଲା ବେଳରୁ ପୁରୀ ରଥ ଦେଖି ସେହି ଶୈଳୀରେ ରଥ ନିର୍ମାଣ ପାଇଁ ମନରେ ଲକ୍ଷ୍ୟ ରଖିଥିଲେ ସଞ୍ଜୟ । ଚାକିରି ସମୟ ପରେ ବର୍ଷ ତମାମ ରଥ ନିର୍ମାଣରେ ଲାଗି ପଡନ୍ତି ସଞ୍ଜୟ । ତାଙ୍କର ଏହି କାମ ପାଇଁ ଘର ଗାଁ ଲୋକ ସମସ୍ତେ ଖୁସି ଥିବା ବେଳେ କେବଳ ଜଗନ୍ନାଥଙ୍କ କୃପାରୁ ଅସମ୍ଭବ ବୋଲି ମତ ଦେଉଛନ୍ତି । ତାଙ୍କରି କୃପା ହେଲେ ଆଗାମୀ ଦିନରେ ପୁରୀ ରଥ ନିର୍ମାଣରେ ତାଙ୍କୁ ସୁଯୋଗ ମିଳିବ ବୋଲି ଏହି ଆଶ ରଖିଛନ୍ତି ସମସ୍ତେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.