ETV Bharat / state

ବାହାନଗା ଟ୍ରେନ ଦୁର୍ଘଟଣା: ଚିକିତ୍ସାଧୀନ ଭାବେ SCBରେ ଆଉ ଜଣେ ମୃତ - ଏସସିବିରେ ଟ୍ରେନ ଦୁର୍ଘଟଣା ଆହତ ମୃତ

ବାହାନଗା ଟ୍ରେନ ଦୁର୍ଘଟଣା । ଚିକିତ୍ସାଧୀନ ଅବସ୍ଥାରେ SCB ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ । ମୃତ ୧୭ ବର୍ଷୀୟ ନାବାଳକ ବିହାରର । ଅଧିକ ପଢନ୍ତୁ

ବାହାନଗା ଟ୍ରେନ ଦୁର୍ଘଟଣା
ବାହାନଗା ଟ୍ରେନ ଦୁର୍ଘଟଣା
author img

By

Published : Jun 16, 2023, 11:59 AM IST

Updated : Jun 16, 2023, 3:51 PM IST

ବାହାନଗା ଟ୍ରେନ ଦୁର୍ଘଟଣା

କଟକ: ବାହାନଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ୧୪ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ । ମୃତକ ହେଲେ ବିହାରର ୧୭ ବର୍ଷୀୟ ନାବାଳକ ପ୍ରକାଶ ରାମ । କଟକ ବଡ ମେଡିକାଲ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଏନେଇ SCB ମଡିକାଲର କୁଳସଚିବ ଡକ୍ଟର ଅଭିନାଶ ରାଉତ ସୂଚନା ଦେଇଛନ୍ତି । ଏହାକୁ ମିଶାଇ SCBରେ ଆହତଙ୍କ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ପୂର୍ବରୁ ବିହାରର ବିଜୟ ପାଶୱାନ ନାମକ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ସେ ସେଣ୍ଟ୍ରାଲ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ବର୍ତ୍ତମାନ ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି ।

ରେଳ ଦୁର୍ଘଟଣାରେ ପ୍ରକାଶଙ୍କ ବାମ ଗୋଡଟି କଟିଯାଇଥିଲା ଏହା ସହିତ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ସ୍ବସ୍ଥ୍ୟାବସ୍ଥା ଗୁରୁତର ଥିଲା । ଏସସିବିରେ ଭର୍ତ୍ତି ହେବା ପରେ ଡାକ୍ତରୀ ଟିମର ଅକ୍ଳାନ୍ତ ଉଦ୍ୟମ ଫଳରେ ପ୍ରକାଶଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା । କିନ୍ତୁ କଟିଯାଇଥିବା ଗୋଡଟି ଅତ୍ୟଧିକ ସଂକ୍ରମିତ ହୋଇଯାଇଥିଲା । ଏହାରି ଭିତରେ ଶୁକ୍ରବାର ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ପ୍ରକାଶଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପ୍ରୟାସ ଚାଲିଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ସେପଟେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଏସସିବିରେ ଟ୍ରେନ ଦୁର୍ଘଟଣା ଜନିତ ମୋଟ ୪୭ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତେବେ ଆଇସିୟୁରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି ବୋଲି କହିଛନ୍ତି ଏସସିବି ଅଧିକ୍ଷକ ।

ବାହାନଗାଠାରେ ଟ୍ରେନ ଦୁର୍ଘଟଣାକୁ ଇତିମଧ୍ୟରେ ୧୪ ଦିନ ପୁରିଗଲାଣି । ଗତ ୨ ତାରିଖ ସନ୍ଧ୍ୟାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଓଡ଼ିଶା ଇତିହାସରେ ଏହି ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଓ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ପରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ବିହାରର ବିଜୟ ପାଶୱାନଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୨୮୯କୁ ବୃଦ୍ଧି ପାଇଥିଲା । ବିଜୟ କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ସେ ଟ୍ରେନରେ ପାଲଘର ଯାଉଥିଲେ । ବାଟରେ ଦୁର୍ଘଟଣା ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ୩ ଦିନ ତଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏବେ ଆଇସିୟୁରେ ଚିକିତ୍ସିତ ହେଉଥିବା ଆଉ ଜଣେ ୧୭ ବର୍ଷୀୟ ନାବାଳକ ଆଖି ବୁଜିଛନ୍ତି ।

ଏହାମଧ୍ୟ ପଢନ୍ତୁ: Odisha Train Tragedy: SCBରେ ଚିକିତ୍ସାଧୀନ ଭାବେ ବିହାରର ଜଣେ ମୃତ

ଅନ୍ୟପଟେ ଦୁର୍ଘଟଣାର ଏତେ ଦିନ ପରେ ବି ଆଜି ଯାଏଁ ଅନେକ ମୃତକଙ୍କ ପରିଚୟ ମିଳିପାରିନି । ଏବେ ବି ୮୧ଟି ମୃତଦେହ ଚିହ୍ନଟ ଅପେକ୍ଷାରେ ରହିଛି । ସମ୍ପର୍କୀୟଙ୍କୁ ଖୋଜିବାରେ ସମସ୍ୟା ନହେବା ପାଇଁ ଭୁବନେଶ୍ବର ଏମ୍ସରେ ସମସ୍ତ ମୃତଦେହକୁ କଣ୍ଟେନରରେ ସଂରକ୍ଷିତ ରଖାଯାଇଛି । ଗୋଟିଏ ମୃତଶରୀର ପାଇଁ ଅନେକ ଦାବିଦାର ଆସୁଥିବାରୁ ଡିଏନଏ ଟେଷ୍ଟ କରାଯାଉଛି । ହେଲେ ରିପୋର୍ଟ ଆସିବାରେ ବିଳମ୍ବ ଯୋଗୁଁ ମୃତଦେହଗୁଡିକୁ ପରିଜନଙ୍କୁ ହସ୍ତାନ୍ତର କରାଯାଇ ପାରୁନାହିଁ ।

ଏହାମଧ୍ୟ ପଢନ୍ତୁ: DNA ରିପୋର୍ଟକୁ ନେଇ ଅନିଶ୍ଚିତତା, ଚିହ୍ନଟ ଅପେକ୍ଷାରେ 81 ମୃତଦେହ

ଇଟିଭି ଭାରତ, କଟକ

Last Updated : Jun 16, 2023, 3:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.