ETV Bharat / state

ଡ୍ରାଇଭର ମହାସଙ୍ଘ ନାଁରେ ଏତଲା ଦେଲା କଟକ ଅଟୋ ମହାସଂଘ

author img

By

Published : Mar 17, 2023, 10:56 AM IST

ଡ୍ରାଇଭର ମହାସଙ୍ଘ ନାଁରେ ଏତେଲା ଦେଲା କଟକ ଅଟୋ ମହାସଂଘ । ଗତକାଲି(ଗୁରୁବାର) ବାଦାମବାଡି ଖାନାରେ ଏତଲା ଦିଆଯାଇଛି । ଅଧିକ ପଢନ୍ତୁ

ଡ୍ରାଇଭର ମହାସଙ୍ଘ ନାଁରେ ଏତେଲା
ଡ୍ରାଇଭର ମହାସଙ୍ଘ ନାଁରେ ଏତେଲା
ଡ୍ରାଇଭର ମହାସଙ୍ଘ ନାଁରେ ଏତେଲା

କଟକ: ଅଟୋ ଚାଳକକୁ ଡ୍ରାଇଭର ସଙ୍ଘର ଦୁର୍ବ୍ୟବହାର ଘଟଣା । ଏନେଇ ବାଦାମବାଡ଼ି ଥାନାରେ ଏତଲା ଦେଲା କଟକ ଅଟୋ ମହାସଂଘ । ଓଡିଶା ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ କଟକର ଅଟୋ ସଙ୍ଘ କାହିଁକି ଏହି ବଦନାମ ହେବ ବୋଲି ପ୍ରଶ୍ନ କରିଛନ୍ତି କଟକ ଅଟୋ ମହାସଙ୍ଘ ଉପ ସଭାପତି ।

ସୂଚନାଅନୁସାରେ, ଗତ ବୁଧବାର ଦିନ ଡ୍ରାଇଭର ସଂଘ ମଙ୍ଗୁଳି, ତ୍ରିଶୂଳିଆ, ଜଗତପୁର, ଗୋପାଳପୁର ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିବା ସମୟରେ ଏକ ଅଟୋ ଯାଉଥିଲା । ସେହି ସମୟରେ ଉକ୍ତ ଆନ୍ଦୋଳନର କିଛି ଚାଳକ ଅଟ ଚାଳକକୁ ଏକ ସିଲଟରେ ଡାଇଭର ନାଁରେ କଳଙ୍କ ଲେଖି ତାଙ୍କୁ ଧରାଇବା ସହ ତାଙ୍କର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହି ଦୃଷ୍ଟିକୋଣରୁ ସେହି ଅଟୋ ଚାଳକ ବର୍ତ୍ତମାନ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ନେଇ ଅଟୋ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏପରିକି ଚାଳକ ଜଣଙ୍କ ଘରେ ଜୀବନ ହାରିବାକୁ ମନ ବଳାଉଥିବା ପରିବାର ପକ୍ଷରୁ ସ୍ପଷ୍ଟ କରଯାଇଛି ।

ତେବେ ଓଡିଶା ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ କଟକର ଅଟୋ ସଙ୍ଘ କାହିଁକି ଏହି ବଦନାମ ହେବ ବୋଲି କହିଛନ୍ତି କଟକ ଅଟୋ ମହାସଙ୍ଘ ଉପ ସଭାପତି । ବୁଧବାର ଠାରୁ ଯାତ୍ରୀମାନେ ବସ ଷ୍ଟାଣ୍ଡରେ ଅଟକି ରହିଛନ୍ତି । ସେପଟେ ଯଦିଓ ଵାଦାମଵାଡିରୁ ସରକାରୀ ଵସ୍ ଗୁଡିକ ଚଳାଚଳ କରୁଛି, ତଥାପି ରାସ୍ତାରେ ଆନ୍ଦୋଳନରତ ଡ୍ରାଇଭରମାନେ ପିକେଟିଂ କରିବା ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଜଙ୍ଗଲ ନିଆଁ ମନୁଷ୍ୟକୃତ, ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି: ଜଙ୍ଗଲ ପରିବେଶ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ: ସନ୍ଧ୍ୟା ସୁଦ୍ଧା ସରକାର ନଶୁଣିଲେ କାଲି ବସ ରଖି ଆନ୍ଦୋଳନ: ଘରୋଇ ବସ ମାଲିକ ସଂଘ

ଏନେଇ ଅଟୋ ମହାସଂଘ ସଭାପତି କହିଛନ୍ତି, "ଅଟୋ ଚାଳକମାନେ ବୁଧବାର ଅଟୋ ଚଳାଉଥିବା ବେଳେ ଆନ୍ଦୋଳନରତ ଡ୍ରାଇଭରମାନେ ସେମାନଙ୍କୁ ଦୁର୍ଵ୍ୟଵହାର ପ୍ରଦର୍ଶନ କରିବା କଟକ ଅଟୋ ମହାସଙ୍ଘ ପାଇଁ ଏକ ନିନ୍ଦା ସୃଷ୍ଟି କରିଛି । ଅଟୋ ଚାଳକଙ୍କୁ ଦୁର୍ବ୍ୟବହାର କରିବା ଦ୍ୱାରା ଯାତ୍ରୀ ମାନେ ମଧ୍ୟ ନାନାବିଧ ଅସୁବିଧାର ସମୁଖୀନ ହେଉଛନ୍ତି । ତେଣୁ ଗଣତାନ୍ତ୍ରିକ ଉପାୟରେ ସବୁ ଆନ୍ଦୋଳନ କରିବେ । କିନ୍ତୁ ତା ମାନେ ନୁହେଁ ଯେ ସମସ୍ତଙ୍କ ସମର୍ଥନ ମିଳିବା ନିଶ୍ଚୟ । ତେଣୁ ବର୍ତ୍ତମାନ ସମୟରେ ଡ୍ରାଇଭର ଯେଉଁ ଆକ୍ରୋଶ ମୂଳକ ଆଚରଣ କରୁଛନ୍ତି ତାହା କେବେବି ଗ୍ରହଣୀୟ ନୁହେଁ । "

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.