ETV Bharat / state

ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ: OPSC ଆଗରେ ଶତାଧିକ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ - OPSC ଆଗରେ ଶତାଧିକ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ

୭୯୬ ASO ପଦ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଜାରି କରିଥିବା ମେରିଟ ଲିଷ୍ଟକୁ ଶୁକ୍ରବାର ଖାରଜ କରିଛନ୍ତି ହାଇକୋର୍ଟ । ତେବେ ଓପିଏସସିର ଭୁଲ ଯୋଗୁଁ ଏବେ ଚିନ୍ତାରେ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ୧୧୦୪ ଜଣ ପରୀକ୍ଷାର୍ଥୀ । ଏନେଇ ଶତାଧିକ ପରୀକ୍ଷାର୍ଥୀ ଆଜି ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ନ୍ୟାୟ ଦାବିରେ ଓପିଏସସି ଅଧ୍ୟକ୍ଷଙ୍କୁ ମଧ୍ୟ ଭେଟିଛନ୍ତି । ଅଧିକ ପଢ଼ନ୍ତୁ

OPSC ଆଗରେ ଶତାଧିକ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ
OPSC ଆଗରେ ଶତାଧିକ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ
author img

By

Published : May 20, 2023, 5:14 PM IST

OPSC ଆଗରେ ଶତାଧିକ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ

କଟକ: ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ୭୯୬ ପଦ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଜାରି କରିଥିବା ମେରିଟ ଲିଷ୍ଟକୁ ଶୁକ୍ରବାର ଖାରଜ କରିଛନ୍ତି ହାଇକୋର୍ଟ । ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬କୁ ଓପିଏସସି ଉଲ୍ଲଙ୍ଘନ କରି ଏହି ମେରିଟ ଲିଷ୍ଟ ପ୍ରକାଶ କରିଥିବା ଦର୍ଶାଇ କୋର୍ଟ ଏହାକୁ ଖାରଜ କରିଛନ୍ତି ବୋଲି ଆବେଦନକାରୀଙ୍କ ଓକିଲଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ଓପିଏସସିର ଭୁଲ ଯୋଗୁଁ ଏବେ ଚିନ୍ତାରେ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ୧୧୦୪ ଜଣ ପରୀକ୍ଷାର୍ଥୀ । ଏନେଇ ଶତାଧିକ ପରୀକ୍ଷାର୍ଥୀ ଆଜି ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ନ୍ୟାୟ ଦାବିରେ ଓପିଏସସି ଅଧ୍ୟକ୍ଷଙ୍କୁ ମଧ୍ୟ ଭେଟିଛନ୍ତି ।

୨୭ ଅଗଷ୍ଟ ୨୦୨୨ ମସିହାରେ ଏଏସଓ ପାଇଁ ରାଜ୍ୟରେ ଦେଢ଼ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ନଭେମ୍ବର ୭ରେ ରେଜଲ୍ଟ ପ୍ରକାଶ ପରେ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିଲେ । ହେଲେ ଓପିଏସସି ଏହି ପରୀକ୍ଷାରେ ଅନିୟମିତତା କରିଥିବା ନେଇ ଅଭିଯୋଗ କରି ଅନେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପ୍ରତି ବିଷୟରେ ୪୦ ପ୍ରତିଶତ ମାର୍କ ରଖିଥିବା ପରୀକ୍ଷାର୍ଥୀ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ବେଳେ ଏହା ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬ରେ ଉଲ୍ଲେଖ ନାହିଁ ବୋଲି ଅଭିଯୋଗ କରି କୋର୍ଟରେ ଯୁକ୍ତି କରିଥିଲେ ଆବେଦନକାରୀ । ଯାହାକୁ ନେଇ ଏବେ ପ୍ରଶ୍ନ ଘେରକୁ ଆସିଛି ଓପିଏସସି । ଅନ୍ୟପଟେ ମିରିଟ ଲିଷ୍ଟରେ ସ୍ଥାନ ପାଇବା ପାଇଁ ସଙ୍ଘର୍ଷ କରିଥିବା ପରୀକ୍ଷାର୍ଥୀ ଓପିଏସି ସାମ୍ନାରେ କାନ୍ଦିଛନ୍ତି । ପ୍ରସ୍ତୁତି ପାଇଁ ବର୍ଷ ବର୍ଷ ପରିଶ୍ରମ, ଏହାପରେ ପରୀକ୍ଷା ପରେ କୋର୍ଟରେ ମାମଲା, ଆଉ ବର୍ତ୍ତମାନ କୋର୍ଟଙ୍କ ଏପରି ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ମେରିଟ ତାଲିକାରେ ଥିବା ଛାତ୍ରଛାତ୍ରୀ ।

ପ୍ରକାଶ ଥାଉ କି, ଗତକାଲି ହାଇକୋର୍ଟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ହୋଇଥିଲା । ମାମଲାର ଶୁଣାଣି କରି ହାଇକୋର୍ଟ, OPSCର ମେରିଟ ଲିଷ୍ଟକୁ ଖାରଜ କରିବା ସହ ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଲିଖିତ ପରୀକ୍ଷାରେ ମୋଟ ମାର୍କ ଆଧାରରେ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହାଇକୋର୍ଟ ଏଏସଓ ପରୀକ୍ଷା ମାମଲାର ଶୁଣାଣି କରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶନ ଉପରେ ରୋକ ଲଗାଇଥିଲେ । କିନ୍ତୁ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଜାରି ରହିବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ଏଏସଓ ପରୀକ୍ଷାରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଧାର୍ଯ୍ୟ ହୋଇଥିବା କଟ୍‌ ଅଫ୍‌ ମାର୍କକୁ ନେଇ ରଜତ କୁମାର ମିଶ୍ର ଓ ଅନ୍ୟକିଛି ଆଶାୟୀଙ୍କ ପକ୍ଷରୁ ରୁଜୁ ହୋଇଥିଲା ଏହି ମାମଲା । ନିୟମ ବାହାରକୁ ଯାଇ କଟ୍‌ ଅଫ୍‌ ମାର୍କ ଓପିଏସସି ଧାର୍ଯ୍ୟ କରିଛି ବୋଲି ମାମଲାରେ ଦର୍ଶାଯାଇଥିଲା । ଏଭଳି ପିଟିସନ ଉପରେ ଲୋକସେବା ଆୟୋଗକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ । ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ରଖିବା ପାଇଁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.