କଟକ: କଟକ ମହାନଗର ନିଗମରେ ଆଜି ୪୦ କୋରୋନା ପଜେଟିଭ ଚିହ୍ନଟ କରାଯାଇଛି। ୨ ଜଣ ହୋମକ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଅବଶିଷ୍ଟ 20 ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି ।
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୩୮୫ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୪ ହଜାର ୫୪୫ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି ୭୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୭୬୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
କଟକରୁ ନାରାୟଣ ସାହୁ , ଇଟିଭି ଭାରତ