ETV Bharat / state

ରାଣିଓଳା ପ୍ରାଣୀଧନ ଚିକିତ୍ସାଳୟରେ ଝୁଲୁଛି ତାଲା, ପଶୁ ଚିକିତ୍ସା ବାଧାପ୍ରାପ୍ତ - ପ୍ରାଣୀ ଚିକିତ୍ସାଳୟରେ ନାହାଁନ୍ତି ପ୍ରାଣୀଧନ ନିରୀକ୍ଷକ

ନିଆଳି ବ୍ଳକ ଅଞ୍ଚଳରେ ୧୫ଟି ପ୍ରାଣୀଧନ ଚିକିତ୍ସାଳୟ ମଧ୍ୟରୁ ୫ଟି ଚିକିତ୍ସାଳୟରେ ନାହାଁନ୍ତି ପ୍ରାଣୀଧନ ନିରୀକ୍ଷକ । ଫଳରେ ପଶୁ ଚିକିତ୍ସା ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗୋପାଳକ । ଅଧିକ ପଢ଼ନ୍ତୁ

raniola Veterinary hospital
raniola Veterinary hospital
author img

By ETV Bharat Odisha Team

Published : Nov 6, 2023, 1:01 PM IST

ରାଣିଓଳା ପ୍ରାଣୀଧନ ଚିକିତ୍ସାଳୟରେ ଝୁଲୁଛି ତାଲା

ନିଆଳି: କଟକ ଜିଲ୍ଲା ନିଆଳି ଅଞ୍ଚଳରେ ମୁଖ୍ୟ ବେଉସା ହେଉଛି ଧାନ, ଗୋପାଳନ ଓ ଦୁଗ୍ଧ ଜାତୀୟ ବ୍ୟବସାୟ । ଏହାରି ଉପରେ ନିର୍ଭର କରିଥାଆନ୍ତି ନିଆଳି ବାସିନ୍ଦା । ହେଲେ ସବୁଠାରୁ ବିଡ଼ମ୍ବନାର ବିଷୟ ଯେ, ଗୋସମ୍ପଦ ବିଭାଗ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ନିଆଳି ବ୍ଳକ ଅଞ୍ଚଳରେ ୧୫ ଟି ପ୍ରାଣୀଧନ ଚିକିତ୍ସାଳୟ ମଧ୍ୟରୁ ୫ଟି ପ୍ରାଣୀଧନ ଚିକିତ୍ସାଳୟରେ ନାହାଁନ୍ତି ଏଲଆଇ ଅର୍ଥାତ୍ ପ୍ରାଣୀଧନ ନିରୀକ୍ଷକ । ଫଳରେ ପଶୁ ଚିକିତ୍ସା ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗୋପାଳକ ।

ସୂଚନା ଅନୁସାରେ, ନିଆଳି ପ୍ରାଣୀ ଚିକିତ୍ସାଳୟ ଅଧିନରେ ରହିଛି ରାଣିଓଳା ପଞ୍ଚାୟତର ପ୍ରାଣୀଧନ ଚିକିତ୍ସାଳୟ । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବି ହୋଇଛି । କିନ୍ତୁ ବର୍ଷ ବର୍ଷ ଧରି ଏହି ଗୋସେବା କେନ୍ଦ୍ରରେ ତାଲା ଝୁଲୁଥିବା ନେଇ ରାଣିଓଳା ପଞ୍ଚାୟତର ଗୋପାଳକ ଅଭିଯୋଗ କରିଛନ୍ତି । ଫଳରେ ଗୋରୁଗାଈ, ଛେଳି କିମ୍ବା ମେଣ୍ଢାମାନେ ଅସୁସ୍ଥ ହେଲେ ନିଆଳି, ବିଳାଶୁଣୀ, ଏରଞ୍ଚ ଓ କସର୍ଦ୍ଦା ପ୍ରାଣୀଧନ ଚିକିତ୍ସାଳୟରେ ନିର୍ଭର କରିଥାଆନ୍ତି ରାଣିଓଳା ପଞ୍ଚାୟତର ଗୋପାଳକ ।‌

ତେବେ ରାଣିଓଳା ପଞ୍ଚାୟତ ପରିସରରେ ୨୦୧୪ ମସିହାରୁ ପ୍ରାଣୀଧନ ଚିକିତ୍ସାଳୟ ନିର୍ମାଣ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ । କିନ୍ତୁ ଆଜି ଯାଏଁ ସ୍ଥାୟୀ ଏଲ୍‌ଆଇ ନାହାଁନ୍ତି । ଫଳରେ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାହିଁକି ଓ କେଉଁଥି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ରାଣିଓଳା ପଞ୍ଚାୟତ ପରିସରରେ ପ୍ରାଣୀଧନ ଚିକିତ୍ସାଳୟ ନିର୍ମାଣ କରାଯାଇଛି ଏବଂ ଉଦ୍ଦେଶ୍ୟ କ'ଣ ବୋଲି ପ୍ରଶ୍ନ କରିଛନ୍ତି ରାଣିଓଳା ପଞ୍ଚାୟତର ଗୋପାଳକ ।

ଏହା ମଧ୍ୟ ପଢନ୍ତୁ- ବିକାଶ ଧାରାରେ ସାମିଲ ହେବେ ସମ୍ବଲପୁରର ଗୋପାଳକ, ଦୁଗ୍ଧ ଉତ୍ପାଦକ ଓ ବିତରଣ ପ୍ରକଳ୍ପ ଅନୁମୋଦନ

ସେପଟେ ଏ ସମ୍ପର୍କରେ ନିଆଳି ପ୍ରାଣୀ ଚିକିତ୍ସାଳୟ ଭିଏସ୍‌ଏସ୍‌ ମୃତ୍ୟୁଞ୍ଜୟ ବେଉରା କହିଛନ୍ତି, "ନିଆଳି ବ୍ଳକ ଅଞ୍ଚଳରେ ମୋଟ ୧୫ଟି ପ୍ରାଣୀଧନ ଚିକିତ୍ସାଳୟ ରହିଛି । ଏବେ ସୁଦ୍ଧା ୫ଟି ସ୍ଥାନରେ ଏଲ୍‌ଆଇ ପଦବୀ ଖାଲି ପଡ଼ିଛି । ରାଣିଓଳା ପ୍ରାଣୀଧନ ଚିକିତ୍ସାଳୟରେ ଏଲ୍‌ଆଇ ପଦବୀ ମଧ୍ୟ ଖାଲି ପଡ଼ିଥିବା ନେଇ ମଧ୍ୟ ସୂଚନା ଦେବା ସହ ଏରଞ୍ଚ ଏଲ୍‌ଆଇ ଦାୟିତ୍ଵରେ ଅଛନ୍ତି । ଦୁଇଟି ସ୍ଥାନରେ ଗୋସେବା କରିବା ସମ୍ଭବ ନୁହେଁ ଏଥିପାଇଁ ରାଣିଓଳା ପ୍ରାଣୀଧନ ଚିକିତ୍ସାଳୟରେ ସେବା ଯୋଗାଇ ପାଇଁ ଅସୁବିଧା ହେଉଥିବା ସୂଚନା ଦେଇଛନ୍ତି ଭିଏସ୍‌ଏସ୍‌ । ତେବେ ନିଆଳି ବ୍ଲକ ଅଞ୍ଚଳରେ ନୂଆଗାଁ, ରାଣିଓଳା ସମେତ 5ଟି ସ୍ଥାନରେ ଏଲ୍‌ଆଇ ପଦବୀ ଖାଲି ପଡ଼ିଛି । ତେଣୁ ଏସବୁ ଅଞ୍ଚଳରେ ଗୋ ସେବା ବାଧାପ୍ରାପ୍ତ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.