ETV Bharat / state

ଅନୁଗୋଳ ଦୁଷ୍କର୍ମ ମାମଲା: ପୀଡିତାକୁ ଭେଟିଲେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା

author img

By

Published : Jul 23, 2019, 8:40 PM IST

ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିନ୍ଦୁ ପାଲଟିଛି ଅନୁଗୋଳ ଦୁଷ୍କର୍ମ ମାମଲା । ଘଟଣାରେ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଥିବା ବେଳେ ପୀଡିତାର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିନ୍ଦୁ ପାଲଟିଛି ଅନୁଗୋଳ ଦୁଷ୍କର୍ମ ମାମଲା । ଗୋଟିଏ ପଟେ ନ୍ୟାୟ ଅପେକ୍ଷାରେ ପୀଡିତା ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟପଟେ ଘଟଣାରେ ତ୍ବରିତ ପଦକ୍ଷେପ ନେବା ପାଇଁ ଚେତିଛନ୍ତି ସରକାର । ଏନେଇ ମଙ୍ଗଳବାର ମେଡିକାଲକୁ ଯାଇ ପୀଡିତାକୁ ଭେଟିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ସୂଚନା ଅନୁଯାୟୀ ଦୁଇ ଦିନ ତଳେ ଅନୁଗୋଳ ସହରରେ ଜଣେ 8 ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲା । ପୀଡିତାର ବିଭିନ୍ନ ଡାକ୍ତରୀ ପରୀକ୍ଷା କରିବା ସହ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାରେ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଥିବା ବେଳେ ପୀଡିତାର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ସେ ପୀଡିତାର ସ୍ବାସ୍ଥ୍ୟାବସ୍ଥା ପରଖିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଯେପରି ନାବାଳିକାର ସ୍ବାସ୍ଥ୍ୟାବସ୍ଥାରେ ଶୀଘ୍ର ଉନ୍ନତି ଆସିବ ସେନେଇ ଭଲ ଚିକିତ୍ସା ଚାଲିଥିବା ସେ ପ୍ରକାଶ କରିଛନ୍ତି । ଏଥିସହ ଆଗ ଅପେକ୍ଷା ବର୍ତ୍ତମାନ ପୀଡିତାର ଅବସ୍ଥା ସ୍ଥିର ଥିବା ସେ କହିଛନ୍ତି ।

ସନ୍ଧ୍ୟାବତୀଙ୍କ କହିବା ଅନୁଯାୟୀ ନାବାଳିକାର ସମସ୍ତ ପ୍ରକାର ଡାକ୍ତରୀ ପରୀକ୍ଷା ସରିଛି । ଏଥିସହ ତାଙ୍କର ଅବସ୍ଥାରେ ସୁଧାର ମଧ୍ୟ ଦେଖିବାକୁ ମିଳୁଛି । ତେଣେ ପୋଲିସ ପାଖରେ ଦାୟର ହୋଇଥିବା ମାମଲା ଅନୁଯାୟୀ ତଦନ୍ତ ହେବ ଓ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଅନୁଗୋଳ ଦୁଷ୍କର୍ମ ପିଡିତା ନାବାଳିକା କୁ କଟକ ବଡ଼ ମେଡ଼ିକାଲରେ ଭେଟିଲେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ। ଏହା ପରେ ସ୍ବାସ୍ଥ୍ୟ ବସ୍ଥା ସଂମ୍ପର୍କରେ ମେଡିକାଲ କତ୍ତୃପକ୍ଷ ଙ୍କ ସହ ଆଲୋଚନା କଲେ ଆଲୋଚନା । ଯେପରି ନାବାଳିକା ର ସ୍ୱାସ୍ଥ୍ୟ ଅବସ୍ଥା ରେ ଶୀଘ୍ର ଉର୍ଣ୍ଣତି ଆସିବ ସେ ଦିଗରେ ଚାଲିଛି ବେଶ ଭଲ ଚିକିତ୍ସା ।

ସଂଧ୍ୟାବତୀ ପ୍ରଧାନ ଙ୍କ କହିବାନୁସାରେ , ଉକ୍ତ ନାବାଳିକା ର ସ୍ଥିତି ଵର୍ତମାନ ସ୍ଥିର ରହିଚି । ସବୁ ପ୍ରକାର ପରୀକ୍ଷା ନିରୀକ୍ଷା କାମ ଚାଲିଛି ଆଉ ଖୁବ ଶୀଘ୍ର ଉକ୍ତ ନାବାଳିକା ସୁସ୍ଥ ହେବ । ଆଉ ପୋଲିସ ପାଖରେ ଦାୟର ହେଇଥିବା ମାମଲା ଅନୁଯାୟୀ ତଦନ୍ତ ହେବ ଓ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.