ETV Bharat / state

ହକ୍ ମାଗିଲେ ଅଙ୍ଗନବାଡି କର୍ମୀ

ସରକାରଙ୍କ ଶୋଷଣର ଶିକାର ହେଉଛନ୍ତି ଅଙ୍ଗନବାଡ଼ି କର୍ମଚାରୀ । ଶୁଣୁନାହାଁନ୍ତି କୌଣସି ସମସ୍ୟା । ଏନେଇ ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ

Anganwadi demand rights
ହକ୍ ପାଇଁ ଲଢ଼େଇ
author img

By

Published : Dec 29, 2022, 11:27 AM IST

ହକ୍ ପାଇଁ ଲଢ଼େଇ

କଟକ: ୮ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାକର୍ସ ଆସୋସିଏସନ । ଗତ ନଭେମ୍ବର ୨୧ ତାରିଖରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରେ ଧାରଣା ପ୍ରଦର୍ଶନ ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି । ଦୀର୍ଘ ଦିନର ଆନ୍ଦୋଳନ ପରେ ମଧ୍ୟ ସରକାର ଏ ଦିଗରେ କୌଣସି କର୍ଣ୍ଣପାତ କରୁନାହାଁନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଯାହାର ପ୍ରତିବାଦରେ ଗତକାଲି ସାରା ରାଜ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ୮ଦଫା ଦାବି ପତ୍ର ପ୍ରଦାନ କରାଯାଉଛି । ଦୀର୍ଘ ବର୍ଷ ଧରି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ଅଙ୍ଗନବାଡି କର୍ମୀ ।

ଏହାମଧ୍ୟ ପଢ଼ନ୍ତୁ. Hockey World Cup: ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଅନେକ ଥର ଦାବି ଉଠାଇବା ସତ୍ତ୍ୱେ କିଛି ନିଷ୍କର୍ସ ସାମ୍ନାକୁ ଆସି ପାରୁନାହିଁ । ତେଣୁ ଗତକାଲି କଟକରେ ଶତାଧିକ ଅଙ୍ଗନବାଡି କର୍ମୀ ନିଜ ଦାବି ପାଇଁ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ଆନ୍ଦୋଳନକାରୀ । ତେବେ ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ଭାରତୀୟ ମଜଦୂର ସଂଘର କଟକ ଜିଲ୍ଲା ସମ୍ପାଦକ ବସନ୍ତ ସାହୁ ।

ଏହାମଧ୍ୟ ପଢ଼ନ୍ତୁ. ୩୨ ଦିନ ହେଲା ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ, ରାଜ୍ୟ ସରକାରଙ୍କୁ ବିଜେପି ମହିଳା ନେତ୍ରୀଙ୍କ ଟାର୍ଗେଟ

ଏ ସମ୍ପର୍କରେ ଆନ୍ଦୋଳନକାରୀ ବସନ୍ତ ସାହୁ କହିଛନ୍ତି, ''ଆଜିକୁ ୪୭ ବର୍ଷ ଧରି ଅଙ୍ଗନବାଡ଼ି କର୍ମଚାରୀ ଶୋଷଣର ଶିକାର ହେଉଛି । ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ଅଙ୍ଗନବାଡ଼ି କର୍ମଚାରୀଙ୍କୁ ଗ୍ରାଚ୍ୟୁଟି ଦେବା ପାଇଁ । ହେଲେ ଏଯାଏଁ ତାହା ମଧ୍ୟ କର୍ମଚାରୀଙ୍କୁ ମିଳିନି । ତେଣୁ ସରକାର ଯେଉଁ ଅଙ୍ଗନବାଡ଼ି କର୍ମୀଙ୍କୁ ଶୋଷଣ କରି ଚାଲିଛନ୍ତି ତାର ପ୍ରତିବାଦରେ ଭୟଙ୍କର ଜନଆନ୍ଦୋଳନ ସୃଷ୍ଟି ହେବ । ଆମର ମୁଖ୍ୟତଃ ୮ ଦଫା ଦାବି ରହିଛି । ପ୍ରଥମ ଦାବି ହେଉଛି ଯେଉଁଭଳି ଅନ୍ୟାୟ ଭାବେ ୬ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ସେମାନଙ୍କୁ ପ୍ରଥମେ ନିଯୁକ୍ତି ଦିଆଯାଉ । ଅଙ୍ଗନବାଡ଼ି କର୍ମୀଙ୍କୁ ସର୍ବନିମ୍ନ ମାସିକ ୧୮ ହଜାର ଟଙ୍କା ଦରମା ଦିଆଯାଉ ଯେପର୍ଯ୍ୟନ୍ତ ସରକାରୀ କର୍ମଚାରୀ ନକରିଛନ୍ତି । ସେହିପରି ଅବସରକାଳୀନ ୫ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ଓ ମାସିକ ୨ହଜାର ଟଙ୍କା ପେନସନ, ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ରକୁ ଅଙ୍ଗନବାଡି ଘୋଷଣା କର ଏବଂ ସହାୟିକାମାନଙ୍କୁ ମାସିକ ଅନ୍ୟୁନ ୯ ହଜାର ଟଙ୍କା ଦରମା ପ୍ରଦାନ, କୌଣସି ଅଙ୍ଗନବାଡି କର୍ମଚାରୀ ଅକର୍ମଣ୍ୟ ହେଲେ ତାଙ୍କୁ ଅନ୍ୟୁନ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ, ଗାଁ ସମିତି ଅଧୀନରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଉ ।''

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.