ETV Bharat / state

ଫେବୃଆରୀରୁ ନିଖୋଜ ବିଦେଶରେ ପଢୁଥିବା ଓଡିଆ ଝିଅ

ବିଦେଶରେ ରହି ପାଠ ପଢୁଥିବା କଟକର ଜଣେ ଛାତ୍ରୀଙ୍କର 4 ମାସ ହେବ ପତ୍ତା ମିଳୁନି । ତେବେ ଛାତ୍ରୀଙ୍କ ଶେଷ ଲୋକେସନ ପର୍ତ୍ତୃଗାଲ ଦେଖାଉଥିବା ଛାତ୍ରୀଙ୍କ ବାପା କହିଛନ୍ତି । ଅଧିକ ପଢନ୍ତୁ..

ଫେବୃଆରୀରୁ ନିଖୋଜ ବିଦେଶରେ ପଢୁଥିବା ଓଡିଆ ଝିଅ
ଫେବୃଆରୀରୁ ନିଖୋଜ ବିଦେଶରେ ପଢୁଥିବା ଓଡିଆ ଝିଅ
author img

By

Published : Jun 12, 2020, 7:12 PM IST

Updated : Jun 12, 2020, 8:04 PM IST

କଟକ: ବିଦେଶରେ ରହି ପାଠ ପଢୁଥିବା କଟକର ଜଣେ ଛାତ୍ରୀଙ୍କର 4 ମାସ ହେବ ପତ୍ତା ମିଳୁନି । ଏପରିକି ତାଙ୍କ ସହ କୌଣସି ଯୋଗାଯୋଗ ମଧ୍ୟ ହୋଇ ପାରୁନାହିଁ ।

ତେବେ ଛାତ୍ରୀଙ୍କର ଶେଷ ଲୋକେସନ ପର୍ତ୍ତୃଗାଲ ଦେଖାଉଥିବା ଛାତ୍ରୀଙ୍କ ବାପା କହିଛନ୍ତି । ତେଣୁ ପର୍ତ୍ତୃଗାଲରୁ ସେ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି । ସୂଚନାନୁଯାୟୀ, ପୁରିଘାଟ ଥାନା ଅନ୍ତର୍ଗତ ତେଲେଙ୍ଗାବଜାର ଅଞ୍ଚଳର ରାଜ କିଶୋର ରାଉତରାୟଙ୍କ ଝିଅ ରଶ୍ମି ରାଉତରାୟ । ସେ ଗତ କିଛି ବର୍ଷ ହେବ ସ୍ପେନ ସ୍ଥିତ ବାରସେଲୋନାର ବାରସେଲୋନା ବିଶ୍ବବିଦ୍ୟାଳୟରେ ପିଏଚଡ଼ି କରୁଥିଲେ ।

ଗତ ଫେବୃଆରୀ ମାସ ପର୍ଯ୍ୟନ୍ତ ରଶ୍ମିଙ୍କ ସହ ତାଙ୍କ ପରିବାରର ସବୁ ଯୋଗାଯୋଗ ଠିକଠାକ୍ ଥିଲା । ମାତ୍ର କୋରୋନା ବଢିବା ପରେ ସେ ଆଉ ପରିବାର ସହ ଯୋଗାଯୋଗ କରିପାରି ନଥିଲେ । ଗତ ଫେବୃଆରୀ 27 ତାରିଖରୁ ଝିଅର ଫୋନ ଲାଗୁ ନାହିଁ କିମ୍ବା ଇମେଲକୁ ମେଲ ପଠାଇଲେ ସେଠାରୁ କିଛି ଉତ୍ତର ଆସୁ ନାହିଁ ।

ଏଭଳି ସ୍ଥିତିରେ ଯୋଗାଯୋଗ ପାଇଁ ଉଦ୍ୟମ କରି କିଛି ସୁଫଳ ନମିଳିବାରୁ ଶେଷରେ ତାଙ୍କ ବାପା ଏନେଇ ପୁରୀଘାଟ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ତେବେ ଏହା ବିଦେଶ ସମ୍ପର୍କିତ ଘଟଣା ହୋଇଥିବାରୁ ମାମଲାକୁ କଟକ ଡ଼ିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଲିସ କମିଶନରଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିବା କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 12, 2020, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.