ETV Bharat / state

କଟକ ଜିଲ୍ଲାକୁ ୨୩ଟି ଅକ୍ସିଜେନ କନସେନଟ୍ରେଟର ଦେଲା ଆମେରିକା-ଇଣ୍ଡିଆ ଫାଉଣ୍ଡେସନ - ସ୍ବଚ୍ଛାସେବୀ ସଂଗଠନ "ଆମେରିକାନ-ଇଣ୍ଡିଆ ଫାଉଣ୍ଡେସନ ’

କୋଭିଡର ତୃତୀୟ ଲହରୀକୁ ନେଇ ଆଶଙ୍କା ବୃଦ୍ଧି ପାଉଥିବାବେଳେ ସରକାର ଆରମ୍ଭ କିରଛନ୍ତି ପ୍ରସ୍ତୁତି । ସହାୟତାର ହାତ ବଢାଉଛି ସ୍ବେଚ୍ଛାସେବୀ ସଂଗଠନ "ଆମେରିକାନ-ଇଣ୍ଡିଆ ଫାଉଣ୍ଡେସନ ’ । ଅଧିକ ପଢନ୍ତୁ...

କୋଭିଡ ମୁକାବିଲା ପାଇଁ ଆମେରିକା ଇଣ୍ଡିଆ ଫାଉଣ୍ଡେସନ ଦେଲା ୨୩ ଟି ଅକ୍ସିଜେନ କନସନଷ୍ଟ୍ରେଟର

author img

By

Published : Jul 2, 2021, 6:29 AM IST

କଟକ: କୋଭିଡର ଦ୍ବିତୀୟ ଲହର ଯେତିକି ଯେତିକି ନିମ୍ନଗାମୀ ହେବାରେ ଲାଗୁଛି ତୃତୀୟ ଲହରୀକୁ ନେଇ ଆଶଙ୍କା ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଉଛି । ରାଜ୍ୟର କୋଭିଡ ମୁକାବିଲା ଲାଗି ବିଭିନ୍ନ ବିଦେଶୀ ସଂଗଠନ ମଧ୍ୟ ରାଜ୍ୟ ସରକାରଙ୍କ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି । ଏହି କ୍ରମରେ ‘ଆମେରିକାନ-ଇଣ୍ଡିଆ ଫାଉଣ୍ଡେସନ’ ନାମକ ଏକ ସଂସ୍ଥା ରାଜ୍ୟ ସରକାରଙ୍କ ସହାୟତାରେ ଓଡ଼ିଶାରେ ଶହେ ବେଡ ବିଶିଷ୍ଟ ଦୁଇଟି କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛି ।

କୋଭିଡ ମୁକାବିଲା ପାଇଁ ଆମେରିକା ଇଣ୍ଡିଆ ଫାଉଣ୍ଡେସନ ଦେଲା ୨୩ ଟି ଅକ୍ସିଜେନ କନସନଷ୍ଟ୍ରେଟର

ପ୍ରାୟ 8 କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହେବାକୁ ଥିବା ଗୋଟିଏ ହସ୍ପିଟାଲ କଟକର ନିଶ୍ଚିତକୋଇଲି ଓ ଅନ୍ୟଟି ଗଞ୍ଜାମରେ ପ୍ରତିଷ୍ଠା କରାଯିବ । ବଡ଼ କଥା ହେଲା ଏହି ହସ୍ପିଟାଲ ଏକ ପେଟେବୁଲ ହସ୍ପିଟାଲ ଭାବେ ପ୍ରତିଷ୍ଠା କରାଯିବ। ଅର୍ଥାତ ଏକ କଙ୍କ୍ରିଟ୍ ଷ୍ଟ୍ରକଚର ଖଞ୍ଜା ଯାଉଥିବା ଏହି ହସ୍ପିଟାଲର ଭିତ୍ତିଭୁମିକୁ ଆବଶ୍ୟକ ମୁତାବକ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତରିତ ମଧ୍ୟ କରାଯାଇ ପରିବ । ଆଇଆଇଟି ଚେନ୍ନାଇ ସହିତ ମଡ୍ୟୁଲସ୍ ନାମକ ଏକ ସଂସ୍ଥା ଦ୍ବାରା ନିର୍ମିତ ଏହି ପ୍ରକଳ୍ପରେ ଆମେରିକାନ-ଇଣ୍ଡିଆ ଫାଉଣ୍ଡେସନ ମଧ୍ୟ ଅନୁବନ୍ଧିତ ରହିଛି ।

ମହାରାଷ୍ଟ୍ର ଏବଂ ବେଙ୍ଗଲୁରୁରେ 2ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । କଟକରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସଂସ୍ଥା ପକ୍ଷରୁ ଏହା ଘୋଷଣା କରାଯିବା ସହ ସମ୍ପୃକ୍ତ ସଂସ୍ଥା କଟକ ଜିଲ୍ଲା ପାଇଁ 23 ଟି ଅକ୍ସିଜେନ କନସେନଟ୍ରେଟର ମଧ୍ୟ ପ୍ରଦାନ କରିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.