ETV Bharat / state

Ambabhona PS Vandalism Case: ପୋଲିସ DGଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ମଣ୍ଡଳୀ

author img

By ETV Bharat Odisha Team

Published : Nov 7, 2023, 5:54 PM IST

ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳ କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ଆସି ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଅବସରରେ ବିଜେପି ପ୍ରତିନିଧୀ ଦଳ ଦାବି କରିଛି, ‘‘ଅମ୍ବାଭନା ଥାନା ଭଙ୍ଗା ରୁଜା ଘଟଣାରେ ବିଜେଡି ବିଧାୟକ ସୁଶାନ୍ତ ସିଂ ଓ ତାଙ୍କ ସମର୍ଥକଙ୍କ ସଂପୃକ୍ତି ରହିଛି ।" ଅଧିକ ପଢନ୍ତୁ

Ambabhona PS Vandalism case: ପୋଲିସ DG ଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ମଣ୍ଡଳୀ

କଟକ: ଅମ୍ବାଭନା ଥାନା ଭଙ୍ଗା ରୁଜା ଘଟଣାରେ ବିଜେଡି ବିଧାୟକ ସୁଶାନ୍ତ ସିଂ ଓ ତାଙ୍କ ସମର୍ଥକଙ୍କ ସଂପୃକ୍ତି ରହିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ଥାନା ପ୍ରତି ଲୋକଙ୍କ ଆସ୍ଥା ପୂର୍ବଭଳି ବଜାୟ ରଖିବା ଦିଗରେ ପୋଲିସ କାମ କରୁ । ବରଗଡ ଅମ୍ବାଭନା ଥାନାରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଛି ଏଭଳି ଦାବି କରିଛି ବିଜେପି ପ୍ରତିନିଧିଦଳ ।

ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳ କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ଆସି ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଅବସରରେ ବିଜେପି ପ୍ରତିନିଧୀ ଦଳ ଦାବି କରିଛି, ‘‘ଅମ୍ବାଭନା ଥାନା ଭଙ୍ଗା ରୁଜା ଘଟଣାରେ ବିଜେଡି ବିଧାୟକ ସୁଶାନ୍ତ ସିଂ ଓ ତାଙ୍କ ସମର୍ଥକଙ୍କ ସଂପୃକ୍ତି ରହିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ଥାନା ପ୍ରତି ଲୋକଙ୍କ ଆସ୍ଥା ପୂର୍ବଭଳି ବଜାୟ ରଖିବା ଦିଗରେ ପୋଲିସ କାମ କରୁ ।’’

ଅଧିକ ପଢନ୍ତୁ- Naba Das Murder Mystery: ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: କଂଗ୍ରେସ ବିଧାୟକ

ବିଜେପି ଅଭିଯୋଗ କରି କହିଛି ବରଗଡ ଜିଲ୍ଲା ଅମ୍ବାଭନା ଥାନାରେ ଏକ ଉତ୍ସବରୁ ବିଜେଡି ବିଧାୟକଙ୍କ ସମର୍ଥକ ମାନେ ଥାନା ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଏହି ଭଙ୍ଗା ରୁଜାରେ ବିଜେଡି ବିଧାୟକ ସୁଶାନ୍ତ ସିଂ ସାମିଲ ଅଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରାଯାଉ । ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ଅନେକ ସଂଗୀନ ଅଭିଯୋଗ ରହିଛି । ତେଣୁ ଲୋକ ମାନଙ୍କର ବିଶ୍ବାସର ପ୍ରତୀକ ଥାନାରେ ଯଦି ଏପରି ସ୍ଥିତି ସୃଷ୍ଟି କରିବେ ତେବେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବ । ଏହି ସମ୍ବେଦନଶୀଳ ଘଟଣା ଉପରେ ପୋଲିସ ମହାନିର୍ଦ୍ଦେଶକ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ଦଳ ଦାବି କରିଛି ।

ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧୀ ମଣ୍ଡଳୀରେ ଦଳୀୟ ନେତା ମନୋରଞ୍ଜନ ମହାପାତ୍ର, ଠାକୁର ରଞ୍ଜିତ ଦାସ, ସୋନାଲି ସାହୁ , ସ୍ମୃତି ପଟ୍ଟନାୟକ, ଲଲାଟେନ୍ଦୁ ବଡୁ, ଦିଲ୍ଲୀପ ମଲ୍ଲିକ, ଶ୍ରୀତମ ଦାସ ପ୍ରମୁଖ ସାମିଲ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.