ETV Bharat / state

ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ - ବାର୍ କାଉନସିଲ ଅଫ ଇଣ୍ଡିଆ

ଆଇନଜୀବୀଙ୍କୁ ଆର୍ଥିକ ସହାୟତା ମାମଲାରେ ବାର୍ କାଉନସିଲ ଅଫ ଇଣ୍ଡିଆ ଓ ରାଜ୍ୟ ବାର୍ କାଉନସିଲ୍କୁ ଜବାବ ଦାଖଲ ଲାଗି ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

Allowance to lawyers: supreme court issues notice to State and Bar Council of India
ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ
author img

By

Published : Aug 6, 2020, 8:07 PM IST

କଟକ: କୋରୋନା ଜନିତ ଲକଡାଉନ କାରଣରୁ ହାତବାନ୍ଧି ବସିଛନ୍ତି ଯୁବ ଆଇନଜୀବୀ । ସେମାନଙ୍କୁ ଆର୍ଥିକ ସହାୟତା ନେଇ ଏକ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ।

ମାମଲାକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ ବାର୍ କାଉନସିଲ ଅଫ ଇଣ୍ଡିଆ ଓ ରାଜ୍ୟ ବାର୍ କାଉନସିଲ୍କୁ ଜବାବ ଦାଖଲ ଲାଗି ନୋଟିସ ଜାରି କରିଛନ୍ତି ।

ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ଚାରି ମାସରୁ ଅଧିକ ସମୟ ଧରି ରାଜ୍ୟର ସମସ୍ତ ଅଦାଲତ କାର୍ଯ୍ୟ ପ୍ରାୟତଃ ବନ୍ଦ ରହିଛି । ଫଳରେ ରାଜ୍ୟର ଅନେକ ଯୁବ ଆଇନଜୀବୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ଆବେଦନରେ ଦର୍ଶାଯାଇଛି । ଯୁବ ଆଇନଜୀବୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଏହି ଅର୍ଥ କେବେ ମିଳିବ ତାହା ସ୍ପଷ୍ଟ ହୋଇନାହିଁ । ତେବେ ତୁରନ୍ତ ଏହି ଅର୍ଥରାଶି ଯୋଗାଇଦେବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.