ETV Bharat / state

ଅଡୁଆରେ ହ୍ୟୁମାନ ସାଗର, ପତ୍ନୀ ଆଣିଲେ ନିର୍ଯାତନା ଅଭିଯୋଗ

author img

By

Published : Jan 18, 2023, 10:46 AM IST

Updated : Jan 18, 2023, 12:23 PM IST

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ପତ୍ନୀ । ଅଧିକ ପଢ଼ନ୍ତୁ

ହ୍ୟୁମାନ ସାଗର
ହ୍ୟୁମାନ ସାଗର
ଅଡୁଆରେ ହ୍ୟୁମାନ ସାଗର

କଟକ: ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ପତ୍ନୀ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଗତ କିଛି ଦିନ ହେବ ପତ୍ନୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଡିସିପିଙ୍କ ଦ୍ବାରସ୍ଥ ହୋଇଛନ୍ତି ହ୍ୟୁମାନ ସାଗରଙ୍କ ପତ୍ନୀ । ଗତକାଲି (ମଙ୍ଗଳବାର) ଡିସିପିଙ୍କ ଅଫିସ ଯାଇ ଅଭିଯୋଗ କରିଛନ୍ତି । ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ କାଉନସେଲିଂ କଟକ ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଇ ନାବାଳିକାଙ୍କୁ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ

ନିର୍ଯାତନା ନେଇ ହ୍ୟୁମାନ ସାଗରଙ୍କ ପତ୍ନୀ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହ୍ୟୁମାନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଉଭୟଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଛି । ଆସନ୍ତାକାଲି (ବୁଧବାର) ଉଭୟେ ମହିଳା ଥାନାରେ ହାଜର ହେବେ । ଏହାପରେ ଦୁହିଙ୍କୁ କାଉନସେଲିଂ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ହ୍ୟୁମାନ ସାଗରଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ହୋଇଛି । ଏହି ମାମଲାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ମହିଳା ଥାନା ଏହି ଘଟଣାର ପ୍ରାଥମିକ ତଦନ୍ତ କରୁଛି । ଆପୋଷ ବୁଝାମଣା ପାଇଁ ଉଭୟଙ୍କୁ କାଉନସେଲିଂ କରାଯିବ । ଏହାପରେ ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ: ନାବାଳିକା ନିଖୋଜ ଘଟଣାକୁ ବିତିଲା ଅଢେଇ ମାସ, ଏସପିଙ୍କ ଦ୍ୱାରସ୍ଥ ହେଲେ ବାପା ମା’

ହ୍ୟୁମାନ ସାଗର ହେଉଛନ୍ତି ଓଡ଼ିଶାର ଜଣେ ଲୋକପ୍ରିୟ ଗାୟକ । ନିଜ ଗୀତର ଯାଦୁରେ ସେ ଦର୍ଶକଙ୍କ ମନ ଜିଣିଛନ୍ତି । କେହି କେହି ତାଙ୍କୁ ଓଡ଼ିଶାର ଅରଜିତ ସିଂ ବୋଲି କୁହନ୍ତି । ତାଙ୍କ ଚମତ୍କାର ସଙ୍ଗୀତ ପାଇଁ ଆଜି ସେ ଘରେ ଘରେ ପରିଚିତ । ହ୍ୟୁମାନ ସାଗରଙ୍କ ଘର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ । ବର୍ତ୍ତମାନ ସେ କଟକର ସେକ୍ଟର 6ରେ ରହୁଛନ୍ତି । ହ୍ୟୁମାନ ତାଙ୍କ ବାନ୍ଧିବୀ ଶ୍ରେୟାଙ୍କୁ ବିବାହ କରିଥିଲେ । ମାତ୍ର ବର୍ତ୍ତମାନ ହ୍ୟୁମାନ ସାଗର ନିର୍ଯାତନା ଦେଉଥିବା ପତ୍ନୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jan 18, 2023, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.