ETV Bharat / state

ଆସନ୍ତା ୨୨ରେ ବିଧାନସଭା ଘେରାଉ କରିବ ଘରୋଇ ବସ୍‌ ମାଲିକ ସଂଘ

author img

By ETV Bharat Odisha Team

Published : Nov 20, 2023, 5:27 PM IST

ଆସନ୍ତା ୨୨ ତାରିଖରେ ବିଧାନସଭା ସମ୍ମୁଖରେ ଧାରଣା ଦେବ ରାଜ୍ୟ ଘରୋଇ ମାଲିକ ସଂଘ । ସକାଳ ୭ ଘଟିକାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରାଜ୍ୟର ୧୦୦୦ରୁ ଊର୍ଦ୍ଧ୍ବ ବସ୍‌ ମାଲିକ ହେବେ ସାମିଲ । ଅଧିକ ପଢ଼ନ୍ତୁ

22ରୁ ବିଧାନସଭା ଆଗରେ ଧର୍ମଘଟ
22ରୁ ବିଧାନସଭା ଆଗରେ ଧର୍ମଘଟ
22ରୁ ବିଧାନସଭା ଆଗରେ ଧର୍ମଘଟ

କଟକ: ଲକ୍ଷ୍ମୀ ବସ ଓ ମୋ ବସ ବିରୋଧରେ ବିଧାନସଭା ଘେରାଉ କରିବେ ଘରୋଇ ବସ୍‌ ମାଲିକ ସଂଘ । ରାଜ୍ୟ ବସ ମାଲିକ ସଂଘକୁ ସମର୍ଥନ ଜଣାଇଲା କଟକ ଘରୋଇ ବସ ମାଲିକ ସଂଘ । ଧାରଣାରେ କଟକ ଘରୋଇ ମାଲିକ ସଙ୍ଘ ପକ୍ଷରୁ ଯୋଗ ଦେବେ ଶତାଧିକ ମାଲିକ । ଆସନ୍ତା ୨୨ ତାରିଖରେ ବିଧାନସଭା ସମ୍ମୁଖରେ ଧାରଣା ଦେବ ରାଜ୍ୟ ଘରୋଇ ମାଲିକ ସଂଘ । ସକାଳ ୭ ଘଟିକାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରାଜ୍ୟର ୧୦୦୦ରୁ ଊର୍ଦ୍ଧ୍ବ ବସ୍‌ ମାଲିକ ହେବେ ସାମିଲ । ସେହିପରି 1 ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ ବନ୍ଦ ରଖିବା ନେଇ ସୂଚନା ଦେଇଛନ୍ତି କଟକ ଘରୋଇ ବସ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀ ।

ତେବେ କଟକ ଘରୋଇ ବସ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ଧରି ରାଜ୍ୟ ଘରୋଇ ବସ ମାଲିକ ସଂଘ ଅନେକ ଅସୁବିଧା ଦେଇ ଗତି କରୁଛନ୍ତି । ସରକାର ଯେବେଠୁ ମୋ ବସ ଓ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଛନ୍ତି ଘରୋଇ ମାଲିକ ସଂଘମାନେ ଏହାଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରଭାବିତ ହେଉଛନ୍ତି । ତେବେ ଏହି ଆନ୍ଦୋଳନରେ ବସ ମାଲିକ ସଂଘର ଦାବି ଯେ, ଲକ୍ଷ୍ମୀ ବସ ପରିଚାଳନାରେ କିଛି ପରିବର୍ତ୍ତନ କରାଯାଉ । ଯେପରେ ବସ ବ୍ଲକରୁ ଗ୍ରମପଞ୍ଚାୟତରେ ଚାଲୁ । ସେହିପରି ମୋ ବସ ସହରାଞ୍ଚଳରେ ଚାଲୁ । ଦ୍ୱିତୀୟରେ କିଲୋମିଟର ପିଛା ଯେତିକି ସରକାରୀ ବସରେ ମୂଲ୍ୟ ଧାର୍ଯ୍ୟ କରଯାଇଛି ସେହି ଅନୁସାରେ ଘରୋଇ ବସ ଗୁଡିକରେ ମୂଲ୍ୟ ବୃଦ୍ଧି କରି ତାହାକୁ ଏହି ଯୋଜନାରେ ସାମିଲ କରିବା ପାଇଁ ମଧ୍ୟ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.......ଡିସେମ୍ବର ୧ରୁ ବସ୍‌ ଧର୍ମଘଟ, ୨୨ରେ ବିଧାନସଭା ସମ୍ମୁଖରେ ଧାରଣା

ସେହିପରି ପୂର୍ବରୁ ଯେଉଁ ଆନ୍ଦୋଳନ ଡାକରା ଦେଇଥିଲା ସଂଘ ସେଥିରେ ଟୁଇନ ସିଟି ବେଶ ପ୍ରଭାବିତ ହେଇଥିଲା । ବିଶେଷକରି କଟକ ନେତାଜୀ ବସ ଟର୍ମିନାଲରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ବସ ଧର୍ମଘଟ ଖବର ଶୁଣିବା ପରେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଟର୍ମିନାଲରେ ନାହିନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ରାତ୍ରି କାଳୀନ ବସ ତୁଳନାରେ ଯାତ୍ରୀଙ୍କ ସଂଖ୍ୟା ବହୁ ଗୁଣିତ ହୋଇଥିବାରୁ ଅନେକ ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରି ନଥିଲେ । ଯାହାକୁ ନେଇ ସ୍ଥିତି ଅସମ୍ଭାଳ ହେଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.