କଟକ: ହାଇକୋର୍ଟରେ ଆକାଶ ପାଠକ ମାମଲା। ନିଜ ଓକିଲଙ୍କ ସହ ଦେଖାସାକ୍ଷାତ ପାଇଁ ଅନ୍ତରୀଣ ଅନୁମତି ଦେଲେ ହାଇକୋର୍ଟ। ମାମଲାର ଗୁରୁତ୍ବ ଦୃଷ୍ଟିରୁ ବିସ୍ତ୍ରୃତ ଶୁଣାଣି ପାଇଁ ଗ୍ରହଣ କଲେ ହାଇକୋର୍ଟ।
ରାଜ୍ୟ ସରକାରଙ୍କ ସମେତ ଜେଲ ଡ଼ିଜି ଓ ରାଜ୍ୟ ଆଇନସେବା ପ୍ରାଧିକରଣକୁ ନୋଟିସ ଜାରି କରିଛନ୍ତି। ମୋକଦ୍ଦମାରେ ହାଇକୋର୍ଟଙ୍କୁ ସହାୟତା କରିବାକୁ ନିର୍ଦ୍ଦେଶ ରହିଛି। ଜେଲରେ ଅନ୍ତେବାସୀଙ୍କ ପାଇଁ କି କି ସୁବିଧା ରହିଛି ସେ ବିଷୟରେ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସୂଚନା ଥାଉକି, ଏପ୍ରିଲ ୧୬ ରେ ମାମଲାର ପରବର୍ତ୍ତୀ ଶୁଣାଣି। ତା ପୂର୍ବରୁ ଜେଲର ସୁବିଧା ସୁଯୋଗ ସମ୍ପର୍କରେ ବିସ୍ତ୍ରୁତ ତଥ୍ୟ ଦେବେ ସରକାର। ସମ୍ବିଧାନର ମୌଳିକ ଅଧିକାର ଧାରା ୨୧ କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରି ମାମଲା ଦାୟର କରିଥିଲେ ଆକାଶ ପାଠକ। ଆକାଶଙ୍କ ମୋକଦ୍ଦମା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ