ETV Bharat / state

2 ବର୍ଷ ପରେ ମିଳିବ କ୍ଷତିପୂରଣ; ସେସୁକୁ ମାନବାଧିକାର କମିଶନରଙ୍କ ନିର୍ଦ୍ଦେଶ

author img

By

Published : Aug 13, 2019, 3:48 PM IST

ଘଟଣାର 2 ବର୍ଷ ପରେ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ । ସେସୁର ଦାୟିତ୍ବହୀନତାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 2ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛି ମାନବଧିକାର କମିଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୁରୀ ମଙ୍ଗଳପୁର ଗାଁର ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କଲା ମାନବଧିକାର କମିଶନ । 2 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେସୁକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ମାନବାଧିକାର କମିଶନ । ବିଦ୍ୟୁତ ସରାବରାହ ସଂସ୍ଥା ସେସୁର ଦାୟିତ୍ବହୀନତାରୁ ମୃତ୍ୟୁ ହୋଇଥିବା କାରଣ ଦର୍ଶାଇ ଆଇନଜୀବୀ ନିଶିକାନ୍ତ ମିଶ୍ର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାୟର କରିଥିଲେ । ସେପଟେ, ବନ୍ୟା, ବାତ୍ୟା ତଥା କୌଣସି ପ୍ରାକୃତିକ ବିପର୍ଯ୍ୟୟକୁ ଛାଡିଦେଲେ ବିଦ୍ୟୁତ ସଂସ୍ପର୍ଶରେ ଯେ କୌଣସି ବ୍ୟକ୍ତିର ମୃତ୍ୟୁ ହୁଏ, ଏଥିପାଇଁ ସେସୁ ଦାୟୀ ରହିବ ବୋଲି କମିଶନର ସୂଚାଇ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ, 4 ମେ, 2016ରେ ଗୋପାଳ ପ୍ରଧାନ ବିଲରେ କାମ କରୁଥିବାବେଳେ ବିଲରେ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା । ଗୋପାଳ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଓ ତାଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ଓ 4 ଝିଅଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ସେନେଇ ପରିବାରଙ୍କୁ କ୍ଷତିପୂରଣ ଓ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ଆଇନଜୀବୀ ନିଶିକାନ୍ତ ମାନବଧିକାର କମିଶନଙ୍କ ନିକଟରେ ନିବେଦନ ଜଣାଇଥିଲେ ।

ଏହାକୁ ବିଚାର କରି କମିଶନର ସେସୁର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର, ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ ଜାରି କରିଥିଲେ । ଏହି ରିପୋର୍ଟକୁ ଆଧାର କରି ଘଟଣାରେ ସେସୁ ଦାୟୀ ବୋଲି କମିଶନ ମତ ଦେଇଛନ୍ତି । ଏଥିସହ କ୍ଷତିପୂରଣ ଆକାରରେ 2 ଲକ୍ଷ ଟଙ୍କା ଦେବା ସହ ସେସୁର ମୁଖ୍ୟ କାର୍ଯ୍ୟ ନିର୍ବାହୀକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମାସକ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି କମିଶନ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଖଣ୍ଡି ମଙ୍ଗଳପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତି ଙ୍କ ପ୍ରାଣହାନି ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା କୁ ସେଶୁକୁ ନିର୍ଦ୍ଧେଶ ଦେଇଛନ୍ତି।ସୂଚନା ଯୋଗ୍ୟ ଗତ 2016 ମସିହା ମେ 4 ତାରିଖ ରେ ଖଣ୍ଡମଙ୍ଗଳ ପୁର ଗ୍ରାମର ଗୋପାଳ ପ୍ରଧାନ ନିଜ ଧାନ ବିଲକୁ ଯାଇଥିବା ବେଳେ ସେଠାରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ର ସଂସ୍ପର୍ଶ ରେ ଆସି ଗୁରୁତ୍ୱର ଆହତ ହୋଇଥିଲେ।ପରେ ତାଙ୍କର ମୃତ୍ୟ ଘଟିଥିଲା।ବିଦ୍ୟୁତ ବଣ୍ଟନ କମ୍ପାନୀ ସେଶୁର ଦାୟିତ୍ୱ ହୀନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଦର୍ଶାଇ ଆଇନଜୀବୀ ନିଶିକାନ୍ତ ମିଶ୍ର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାୟର କରିଥିଲେ।ଗୋପାଳ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଓ ତାଙ୍କ ମୃତୁ ପରେ ତାଙ୍କ ବିଧବା ସ୍ତ୍ରୀ ଓ 4 ଝିଅ ଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ବୋଲି ସେ କମିଶନର ଙ୍କୁ ଜଣାଇଥିଲେ।ପରିବାରlଙ୍କୁ କ୍ଷତିପୂରଣ ଓ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ଶ୍ରୀ ମିଶ୍ର ନିବେଦନ କରିଥିଲେ।ଏହାକୁ ବିଚାର କରି କମିଶନ ସେଶୁର ମୁଖ୍ୟ କାର୍ଯ୍ୟନିବାହି ଅଧିକାରୀ,ମୁଖ୍ୟ ଏଲେକ୍ଟ୍ରିକାଲ ଇନ୍ସପେକ୍ଟର,ପୁରୀ ଜିଲ୍ଲାପାଳ ଓ ଏସ୍ପି ଙ୍କୁ ନୋଟିସ ଜାରିକରିଥିଲେ। ଏହି ରିପୋର୍ଟ ଗୁଡିକର ବିଚାର କରି ଏହି ଘଟଣା ପାଇଁ ସେଶୁ ଦାୟୀ ବୋଲି କମିଶନ ମତ ଦେଇଛନ୍ତି।ତେଣୁ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ସେଶୁର ମୁଖ୍ୟ କାର୍ଯ୍ୟନିବାହ କମିଶନ ନିର୍ଦ୍ଧେଶ ଦେଇଛନ୍ତି।ମାସକ ମଧ୍ୟରେ ଏହି ନିର୍ଦେଶ କୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ବାଇଟ -ନିଶିକାନ୍ତ ମିଶ୍ର,ଆଇନଜୀବୀ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.