କଟକ: ବହୁ ଲୋକପ୍ରିୟ ମୋଟିଭେସନାସ ସ୍ପିକର ଆଦିତ୍ୟ ଦାସଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଲୋକେ । ସେ ଜଣେ ପ୍ରେରଣାଦାୟକ ବକ୍ତା ହୋଇ ଅନ୍ୟମାନଙ୍କୁ ବଞ୍ଚିବା ଶିଖାଉଥିବା ବ୍ୟକ୍ତି କେମିତି ଜୀବନ ଯୁଦ୍ଧରେ ହାର୍ ମାନି ଆତ୍ମହତ୍ୟାକୁ ଆପଣେଇଲେ । ଏସବୁକୁ ନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ମାନସିକ ଅବସାଦ ବା ଡିପ୍ରେସନରେ ଥିବା କୁହାଯାଉଛି ।
ନିକଟରେ ବଲିଉଡର ଜଣେ ଲୋକପ୍ରିୟ ଖୁବ ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମଧ୍ୟ ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରିଥିଲେ । ଏବେ ପ୍ରାୟ ପ୍ରତିଦିନ ଅନେକ ଯୁବପୀଢି ଏହି ମାନସିକ ଅବସାଦର ଶିକାର ହୋଇ ଆତ୍ମହତ୍ୟାର ରାସ୍ତାକୁ ଆପଣେଇଛନ୍ତି ।
ତେବେ ଜଣେ ମୋଟିଭେସନାଲ ସ୍ପିକର କଣ ପାଇଁ ଆତ୍ମହତ୍ୟା କଲେ ? ଏହା ପଛର କଣ ଥାଇପାରେ କାରଣ ? ମାନସିକ ବିଭାଗର ଡାକ୍ତରଙ୍କ କହିବା କଥା ଡିପ୍ରେସନ ବି ମନୁଷ୍ୟ ଶରୀରର ଅନ୍ୟ ରୋଗଙ୍କ ଭଳି । ଏହାର ମଧ୍ୟ ଚିକିତ୍ସା କରିବା ଦରକାର । ଯଦି କେହି ଜଣେ ମାନସିକ ଅବସାଦର ଶିକାର ହେଉଛି, ଏହାକୁ ଆଦୌ ହେଳଜ୍ଞାନ ନକରି ତୁରନ୍ତ ଡାକତ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରାନ୍ତୁ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ