ETV Bharat / state

ଆଦିତ୍ୟ ଦାସ ମୃତ୍ୟୁ ମାମଲା: କୋର୍ଟରେ ପୋଷ୍ଟମର୍ଟମ ରିପୋର୍ଟର ଦୃଶ୍ୟମାନ ସାର୍ଟିଫାଇଡ଼ କପି ଦାଖଲ - ଆଦିତ୍ୟ ଦାସ ମୃତ୍ୟୁ ମାମଲା

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟରେ ପୋଷ୍ଟମର୍ଟମ ରିପୋର୍ଟର ଦୃଶ୍ୟମାନ ସାର୍ଟିଫାଇଡ଼ କପି ଦାଖଲ କରାଯାଇଛି । ଅଧିକ ପଢନ୍ତୁ...

Aditya Das murder case: Certified copy of post-mortem report submitted in High court
ଆଦିତ୍ୟ ଦାସ ମୃତ୍ୟୁ ମାମଲା: କୋର୍ଟରେ ପୋଷ୍ଟମର୍ଟମ ରିପୋର୍ଟର ଦୃଶ୍ୟମାନ ସାର୍ଟିଫାଇଡ଼ କପି ଦାଖଲ
author img

By

Published : Jan 25, 2021, 8:06 PM IST

କଟକ: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟରେ ସୋମବାର ପୋଷ୍ଟମର୍ଟମ ରିପୋର୍ଟର ଦୃଶ୍ୟମାନ ସାର୍ଟିଫାଇଡ଼ କପି ଦାଖଲ କରାଯାଇଛି । କ୍ରାଇମବ୍ରାଞ୍ଚ ଦ୍ୱାରା ବସ୍ତିରୁ ରେକର୍ଡ କରାଯାଇଥିବା ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡକୁ କୋର୍ଟରେ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଆଦିତ୍ୟ ଦାସ ମୃତ୍ୟୁ ମାମଲା: କୋର୍ଟରେ ପୋଷ୍ଟମର୍ଟମ ରିପୋର୍ଟର ଦୃଶ୍ୟମାନ ସାର୍ଟିଫାଇଡ଼ କପି ଦାଖଲ

ସପ୍ତାହକ ପରେ ମାମଲାର ବିସ୍ତ୍ରୁତ ଶୁଣାଣି ହେବ ବୋଲି ଜଣାପଡିଛି । ତେବେ ସୋମବାର ଏହି ମାମଲାର ଶୁଣାଣି ହୋଇନାହିଁ । ଆଦିତ୍ୟଙ୍କ ଅନ୍ୟତମ ମହିଳା ବାନ୍ଧବୀଙ୍କ ବୟାନ ରେକର୍ଡ ହୋଇଛି କି ନାହିଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆଦିତ୍ୟଙ୍କ ମହିଳା ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇ ତାହା ଅଦାଲତରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସିଆଇପିସିର ୧୭୪ ଧାରା ଅନୁସାରେ ତଦନ୍ତ ଚାଲିଛି କି ନାହିଁ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଏହା ହୋମିସାଇଡ଼ କି ସୁଇସାଇଡ଼ ତାହା ସ୍ପଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପତ୍ନୀ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବାପା ଓ ମାଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.