ETV Bharat / state

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ତ୍ରିନାଥ ମିଶ୍ରଙ୍କ ପତ୍ନୀ - ତ୍ରିନାଥ ମିଶ୍ର ଗିରଫ ମାମଲା

ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପତ୍ନୀଙ୍କ ନାଁରେ ମାମଲା ପ୍ରସଙ୍ଗ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପତ୍ନୀ ଦିପ୍ତିମୟୀ ଚୌଧୁରୀ । ଅଧିକ ପଢନ୍ତୁ

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ତ୍ରିନାଥ ମିଶ୍ରଙ୍କ ପତ୍ନୀ

author img

By

Published : Feb 18, 2022, 11:41 AM IST

କଟକ: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦିପ୍ତିମୟୀ ଚୌଧୁରୀ । ତାଙ୍କ ନାମରେ କଟକ ଭିଜିଲାନ୍ସ ଥାନାରେ ରୁଜୁ ହୋଇଥିବା ମାମଲାରେ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତାଙ୍କ ନାମରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଅମୂଳକ ବୋଲି ଦର୍ଶାଇ ଦିପ୍ତିମୟୀ ଏହି ଆଗୁଆ ଜାମିନ ଆବେଦନ କରିଛନ୍ତି । ତାଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମକଦ୍ଦମା ପରିଚାଳନା କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ:ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍, ସ୍କାନରରେ ନବରଙ୍ଗପୁର-ଯାଜପୁର ଘର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର । ଏହି ମାମଲାରେ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ହାଇକୋର୍ଟରେ ହାଜର ହେବା ପରେ ଏବେ ବିଭାଗୀୟ ହାଜତରେ ରହିଛନ୍ତି । ସେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଆସନ୍ତା ୨୧ ତାରିଖ ଦିନ ଏହି ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ ।

ପ୍ରକାଶଥାଉ କି, ଗତ ମଙ୍ଗଳବାର ଦିନ ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ରେଡ୍‌ ସମୟରେ ତ୍ରିନାଥଙ୍କ ଅମାପ ସମ୍ପତ୍ତି ଠାବ ହୋଇଥିଲା । ପ୍ରାୟ ୨ କୋଟିରୁ ଅଧିକ ସମ୍ପତ୍ତି ଭିଜିଲାନ୍ସର ହାତରେ ଲାଗିଥିବା କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.