ETV Bharat / state

ମାଞ୍ଜା ସୂତା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ - cuttack news

Manja Thread Ban: କଟକରେ ମାଞ୍ଜା ସୂତା ବ୍ୟାନ । ଏହି ସୂତା ବିକ୍ରି କରୁଥିବା ବ୍ୟବସାୟୀ ଓ ଗୁଡି ଉଡାଉଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୋଲିସ । ଅଧିକ ପଢନ୍ତୁ

ମାଞ୍ଜା ସୂତା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ

author img

By ETV Bharat Odisha Team

Published : Jan 8, 2024, 8:23 PM IST

ମାଞ୍ଜା ସୂତା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ

କଟକ: ମାଞ୍ଜା ସୂତା ବା କାଚ ମିଶା ସୂତାରେ ଗୁଡି ଉଡାଉ ଥିଲେ ସାବଧାନ । ଏଭଳି ସୂତାରେ ଗୁଡି ଉଡାଇଲେ ଆପଣଙ୍କ ଉପରେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ । ଆଗକୁ ଆସୁଛି ମକର ସଂକ୍ରାନ୍ତି । ଏହି ସମୟରେ ପ୍ରାୟ ସ୍ଥାନରେ ଗୁଡି ଉଡି ଥାଏ । ମାଞ୍ଜା ସୂତା ବା ଚାଇନିଜ ସୂତା ବା କାଚ ମିଶା ସୂତାରେ ଗୁଡି ଉଡାଇ ଅନେକ ଜୀବନ ଯିବା ସହ ଦୁର୍ଘଟଣା ମଧ୍ୟ ଘଟିଥାଏ । ଏଭଳି ସୂତା ବିକ୍ରି କରୁଥିବା ବ୍ୟବସାୟୀ ଓ ଗୁଡି ଉଡାଉ ଥିବା ବ୍ୟକ୍ତିଙ୍କ ଉପରେ କଟକ କମିସନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ।

କଟକର କୌଣସି ଦୋକାନରେ ଯେପରି ଏହି ସୂତା ବିକ୍ରି ନହେବ ସେନେଇ ସଜାଗ ରହିବାକୁ ସହରର ସମସ୍ତ ଥାନା ଥାନାଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସୂତା ପ୍ରତି ସମସ୍ତ ଜନସାଧାରଣ ସଜାଗ ରହିବାକୁ ଏଡିସିପି ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ଏଭଳି ସୂତା ବିକ୍ରି କରୁଥିବା ଦୋକାନ ବଜାର ଅଞ୍ଚଳରେ କଡା ଚେକିଂ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

ଏହା ମଧ୍ୟ ପଢନ୍ତୁ .....ସାବଧାନ ! ମାଞ୍ଜା ସୂତା ବିକିଲେ କି ଗୁଡି ଉଡାଇଲେ ହେବ କାର୍ଯ୍ୟାନୁଷ୍ଠାନ

ତେବେ ସଙ୍କ୍ରାନ୍ତିରେ କଟକର ଅନେକ ସ୍ଥାନରେ ଗୁଡି ଉଡାଯାଇଥାଏ । ଛୋଟଠୁ ବଡ଼ ସମସ୍ତେ ଏହି ପର୍ବକୁ ବେଶ ଆଡ଼ମ୍ବର ସହ ପାଳନ କରିଥାନ୍ତି । ହେଲେ ଏହାରି ଭିତରେ ଅନେକ ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ଯେପରି ମାଞ୍ଜା ସୂତା ବେକରେ ଲାଗି ଲୋକମାନେ ବିଶେଷ ଭାବରେ ଆହତ ହୁଅନ୍ତି । ଏପରିକି ଅନେକ ବ୍ୟକ୍ତି ପ୍ରାଣ ମଧ୍ୟ ହରାଇ ଥିବା ନଜିର ରହିଛି । ତେବେ ଏହି ମାଞ୍ଜା ସୂତା ବ୍ୟବହାରକୁ ରୋକିବା ପାଇଁ ପୋଲିସ ବର୍ତ୍ତମାନ ଆକ୍ସନ ମୁଡରେ ରହିଛି । ତେବେ ଆଗାମୀ ଦିନ ମାନଙ୍କରେ ଏହି ସୂତା ବ୍ୟବସାୟ ଓ ଗୁଡିରେ ଲଗାଇ ଉଡେଇବା ଦିଗ ଉପରେ ପୋଲିସ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ।

ତେବେ ପୂର୍ବରୁ ଏହି ମାଞ୍ଜା ସୂତା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଛି । ବିଶେଷକରି ନାଇଲନ ସୂତା, ପ୍ଲାଷ୍ଟିକ ସୂତା ଓ ମାଞ୍ଜା ସୂତାର ପ୍ରସ୍ତୁତି, ବିକ୍ରୀ ଓ ଗୁଡ଼ି ଉଡା ଉପରେ ସଂପୂର୍ଣ୍ଣ ବ୍ୟାନ କରିବା ପାଇଁ କୋର୍ଟରେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ପୁଷ୍ପାଞ୍ଜଳି ମହାପାତ୍ରଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଏବଂ ପରିବେଶ ବିଭାଗ ସଚିବ, ପୋଲିସ ଡିଜି, ଡିସିପି ଏବଂ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.