ETV Bharat / state

ସାବଧାନ ! ମାଞ୍ଜା ସୂତା ବିକିଲେ କି ଗୁଡି ଉଡାଇଲେ ହେବ କାର୍ଯ୍ୟାନୁଷ୍ଠାନ

author img

By

Published : Jan 4, 2023, 9:58 PM IST

ଗୁଡି ଉପରେ କଟକଣା ଲାଗୁ କରିବାକୁ ଗତକାଲି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ବିଶେଷକରି ନାଇଲନ ସୂତା, ପ୍ଲାଷ୍ଟିକ ସୂତା ଓ ମାଞ୍ଜା ସୁତାର ପ୍ରସ୍ତୁତି, ବିକ୍ରୀ ଓ ଗୁଡ଼ି ଉଡା ଉପରେ ସଂପୂର୍ଣ୍ଣ ବ୍ୟାନ କରିବା ପାଇଁ କୋର୍ଟରେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଅଧିକ ପଢନ୍ତୁ

DCP Cuttack
DCP Cuttack
ସାବଧାନ, ମାଞ୍ଜା ସୂତା ବିକ୍ରୟ କଲେ କିମ୍ବା ଗୁଡି ଉଡାଇଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ: ମାଞ୍ଜା ସୂତା ବିକ୍ରି ଏବଂ ବ୍ୟବହାର ଉପରେ କଟକଣାକୁ ଜୋରଦାର କରାଯିବ । କଟକର କୌଣସି ଦୋକାନରେ ଯେପରି ଏହି ସୂତା ବିକ୍ରି ନହେବ ସେନେଇ ସଜାଗ ରହିବାକୁ ସହରର ସମସ୍ତ ଥାନା ଥାନାଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। ଏପରିକି କୌଣସି ବ୍ୟକ୍ତି ମଧ୍ୟ ଏହି ମାଞ୍ଜାସୂତା ବ୍ୟବହାର ନକରିବେ ସେଥିପ୍ରତି ଥାନାଧିକାରୀ ମାନେ କଡା ନଜର ରଖିବେ ।

କେବଳ ସେତିକି ନୁହେଁ ଯଦି କେହି ନିୟମକୁ ଉଲଂଘନ କରି ମାଞ୍ଜା ସୂତା ବିକ୍ରି କିମ୍ବା ବ୍ୟବହାର କରନ୍ତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମସ୍ତ ଜନସାଧାରଣ ଏଥିପ୍ରତି ସଜାଗ ରହିବାକୁ ଡିସିପି ଅନୁରୋଧ କରିଛନ୍ତି। ଏନେଇ ଦୋକାନ ବଜାର ଅଞ୍ଚଳରେ କଡା ଚେକିଂ କରିବ ପୋଲିସ । ଯେଉଁ ଦୋକାନରେ ଏହା ବିକ୍ରୟ ହେଉଥିବ ସମ୍ପୃକ୍ତ ଦୋକାନ କୁ ସିଲ କରାଯିବ ବୋଲି ଡିସିପି କହିଛନ୍ତି ।

ଏହାବି ପଢନ୍ତୁ- Free Ration Politics: ମାଗଣା ରାସନକୁ ନେଇ ସରକାର ବିରୋଧୀ ମୁହାଁମୁହିଁ

ଗୁଡି ଉପରେ କଟକଣା ଲାଗୁ କରିବାକୁ ଗତକାଲି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା। ବିଶେଷକରି ନାଇଲନ ସୂତା, ପ୍ଲାଷ୍ଟିକ ସୂତା ଓ ମାଞ୍ଜା ସୁତାର ପ୍ରସ୍ତୁତି, ବିକ୍ରୀ ଓ ଗୁଡ଼ି ଉଡା ଉପରେ ସଂପୂର୍ଣ୍ଣ ବ୍ୟାନ କରିବା ପାଇଁ କୋର୍ଟରେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ପୁଷ୍ପାଞ୍ଜଳି ମହାପାତ୍ରଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଏବଂ ପରିବେଶ ବିଭାଗ ସଚିବ,ପୋଲିସ ଡିଜି, ଡିସିପି ଏବଂ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ପଡୁଥିବାରୁ ଏହି ଅବସରରେ ଗୁଡି ଉଡାଇବାର ପରମ୍ପରା ରହିଛି । ପ୍ରତ୍ୟକ ବର୍ଷ ଏହି ଗୁଡି ଉଡାଇବା ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଉଛି । ବିଶେଷକରି ମାଞ୍ଜା ସୂତା ବ୍ୟବହାର କାରଣରୁ ଅନେକ ଲୋକଙ୍କ ବେକ କଟି ପ୍ରାଣ ଚାଲି ଯାଉଛି । କଟକ ସହରରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ଏକାଧିକ ଲୋକଙ୍କ ଜୀବନ ଯାଇଛି। ଅନେକ ଲୋକ ଏହା ଦ୍ୱାରା ଗୁରୁତ୍ୱର ଆହତ ମଧ୍ୟ ହେଉଛନ୍ତି ।

ଏହାବି ପଢନ୍ତୁ- Achievements of OSSC: ଆଗାମୀ 9 ମାସରେ ପୂରଣ ହେବ 10 ହଜାର ପଦବୀ

ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଗୁଡି ଉଡା ଉପରେ କଟକଣା ଯଦିଓ ଲାଗୁ କରାଯାଇଥିଲା ମାତ୍ର କଟକଣା କେବଳ କାଗଜ କଲମରେ ସୀମିତ ରହି ଯାଇଛି। ଅନେକ ବ୍ୟକ୍ତି ଏହି ନିୟମକୁ ଉଲଂଘନ କରି ମାଞ୍ଜା ସୂତାରେ ଗୁଡି ଉଡାଉଛନ୍ତି। ଦୋକାନ ବଜାରରରେ ଏହି ମାଞ୍ଜା ସୂତାରେ ତିଆରି ଗୁଡି ମଧ୍ୟ ବିକ୍ରୟ ହେଉଛି। ଫଳରେ ଆଗକୁ ଆହୁରି ଅଘଟଣ ଘଟିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ।

ତେବେ ମାଞ୍ଜା ସୂତା ବିକ୍ରୟ ଉପରେ ସମ୍ପୁର୍ଣ୍ଣ ବ୍ୟାନ କରାଯିବା ଆବଶ୍ୟକତା ରହିଛି। ଏପରିକି ଯେଉଁ ମାନେ ତିଆରି କରିବେ, କିମ୍ବା ବିକ୍ରୟ କରିବେ ଏବଂ ବ୍ୟବହାର କରିବେ ସେମାନଙ୍କ ଉପରେ ଦୃଢ ପଦକ୍ଷେପ ନେବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.