ETV Bharat / state

ମଦ୍ୟପ ଡ୍ରାଇଭର ସାବଧାନ ! ଏଣିକି ଫାଇନ ନୁହେଁ ବରଂ ବାନ୍ଧିବ ପୋଲିସ

author img

By

Published : Mar 24, 2023, 8:05 PM IST

ସଡକ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବା ଲାଗି କଠୋର ହେଲା ପରିବହନ ବିଭାଗ । ମଦ୍ୟପାନ କରି ଗାଡି ଚଳାଇଲେ ଏଣିକି ଫାଇନ ନୁହେଁ ବରଂ ବାନ୍ଧିବ ପୋଲିସ । ସଡକ ଦୁର୍ଘଟଣା ରୋକିବାକୁ ଏଭଳି ଚରମ ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ଅଧିକ ପଢ଼ନ୍ତୁ

ମଦ୍ୟପାନ କରି ଗାଡି ଚଳାଇଲେ ଏଣିକି ହେବେ ଗିରଫ
ମଦ୍ୟପାନ କରି ଗାଡି ଚଳାଇଲେ ଏଣିକି ହେବେ ଗିରଫ
ମଦ୍ୟପାନ କରି ଗାଡି ଚଳାଇଲେ ଏଣିକି ହେବେ ଗିରଫ

କଟକ: ମଦ୍ୟପାନ କରି ଗାଡି ଚଳାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ ! ଏଣିକି ଫାଇନ ନୁହେଁ ବରଂ ବାନ୍ଧିବ ପୋଲିସ । ସଡକ ଦୁର୍ଘଟଣା ରୋକିବାକୁ ଏଭଳି ଚରମ ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ପୋଲିସ ଆଉ ପରିବହନ ବିଭାଗର ମିଳିତ ସହଯୋଗରେ ଚେକିଂକୁ କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଏହା ସହିତ ଗାଡ଼ି ଚଳାଉଥିବା ଛାତ୍ରଛାତ୍ରୀ ଧରାପଡ଼ିଲେ ସେମାନଙ୍କ ଅଭିଭାବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଦିନକୁ ଦିନ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ବିଶେଷକରି ମଦ୍ୟପାନ କରି ଗାଡି ଚଳାଇବା କାରଣରୁ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ ବିଗତ ୧୦ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ ୪୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଗତ ୨୦୨୧ ମସିହାରେ ୫ ହଜାର ୮୧ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅଧିକ ବେଗରେ ଗାଡି ଚାଳନା କରି ୩ ହଜାର ୬୯୫ ଜଣଙ୍କର ମୃତ୍ୟୁ ଘଟିଛି । ୨୦୨୨ରେ ୫ ହଜାର ୪୬୭ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ରୋକିବା ଲାଗି ରାଜ୍ୟ ପରିବହନ ବିଭାଗ ଅନେକ କାର୍ଯ୍ୟପନ୍ଥା ଆପଣାଇଛି । ମଦ୍ୟପଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି । ଗତକାଲି ୨୬୮ ଜଣ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମସ୍ତଙ୍କୁ ଗିରଫ କରାଯାଇଥିବା ପରିବହନ ବିଭାଗର ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି ।

ଏନେଇ ପରିବହନ ବିଭାଗର ଅତିରିକ୍ତ କମିଶନର କହିଛନ୍ତି, "ବିଗତ ୧ ବର୍ଷ ମଧ୍ୟରେ ପାଖାପାଖି ୧୯ ହଜାର ୩୧୮ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେମାନଙ୍କ ଠାରୁ ମଧ୍ୟ ଫାଇନ ଆଦାୟ କରାଯାଇଛି । ଗତକାଲି ରାଜ୍ୟରେ ଅନେକ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ତେବେ ମଦ୍ୟପ ଡ୍ରାଇଭର ମାନଙ୍କ ପାଇଁ ଗୋଟିଏ ସପ୍ତାହ ମଧ୍ୟରେ ୩ ଦିନ କଡା ଚେକିଂ କରାଯିବ । ଆଜିଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏହିପରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଯାହାକି ଅନେକ ମଦ୍ୟପ ଡ୍ରାଇଭର ମାନଙ୍କ ଉପରେ ପ୍ରଭାବ ପକାଇବ ।" ଫଳରେ ସଡକ ଦୁର୍ଘଟଣାକୁ ରୋକା ଯାଇପାରିବ ବୋଲି ଅତିରିକ୍ତ କମିଶନର କହିଛନ୍ତି । ଗତକାଲି ୬ଟି ଜୋନରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଳାହାଣ୍ଡି ଏବଂ ଫୁଲବାଣୀରୁ ଅଧିକ ମଦ୍ୟପଙ୍କୁ ଗିରଫ କରାଯାଇଛି । କଟକରେ ୧୫ ଜଣ ମଦ୍ୟପଙ୍କୁ ବାନ୍ଧିଛି ପୋଲିସ ।

ତେବେ ମଦ୍ୟପାନ କରି ଗାଡି ଚାଳନା ନକରିବାକୁ ପରିବହନ ବିଭାଗ ପରାମର୍ଶ ଦେଇଛି । ଆଗକୁ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛି ବିଭାଗ । ବିଶେଷକରି ରାସ୍ତା ପାର୍ଶ୍ଵରେ ଥିବା ମଦ ଦୋକାନ ନିକଟରେ କଡାକଡି ଚେକିଂ କରାଯିବ । ପୋଲିସ ଆଉ ପରିବହନ ବିଭାଗର ମିଳିତ ସହଯୋଗରେ ଏଭଳି ଚେକିଂ କରାଯିବ । ସହରାଞ୍ଚଳରେ ରବିବାର, ଶୁକ୍ରବାର ଏବଂ ବୁଧବାର ଚେକିଂକୁ କଡାକଡି କରାଯିବ ବୋଲି ରାଜ୍ୟ ପରିବହନ ବିଭାଗର ଅତିରିକ୍ତ କମିଶନର କହିଛନ୍ତି । କେବଳ ସେତିକି ନୁହେଁ, ଆସନ୍ତା ସପ୍ତାହରୁ ସ୍କୁଲ ଛାତ୍ରଛାତ୍ରୀମାନେ ଗାଡି ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ କମିଶନର ଚେତାବନୀ ଦେଇଛନ୍ତି । ବିଶେଷକରି କମ ବୟସର ଛାତ୍ରଛାତ୍ରୀମାନେ ଗାଡି ଚାଳନା କରୁଛନ୍ତି । ତେବେ ତାହା ରୋକିବା ପାଇଁ ସେମାନଙ୍କ ଅଭିଭାବକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଅଭିଭାବକଙ୍କ ଲାଇସେନ୍ସ ମଧ୍ୟ ୨୫ ବର୍ଷ ପାଇଁ ବାତିଲ କରାଯିବ ବୋଲି ଅତିରିକ୍ତ କମିଶନର କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.