ETV Bharat / state

3 ପ୍ରମୁଖ ଦାବି ନେଇ କ୍ୟାନ୍ସର ହସ୍ପିଟାଲର ସେବିକାଙ୍କ ଆନ୍ଦୋଳନ, ବଢ଼ିଲା ସେବା ଚିନ୍ତା

author img

By ETV Bharat Odisha Team

Published : Dec 1, 2023, 3:57 PM IST

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଧାରଣା ଦେଲେ ଷ୍ଟାଫ ନର୍ସ । 3 ପ୍ରମୁଖ ଦାବି ନେଇ ଆରମ୍ଭ ହେଲା ଆନ୍ଦୋଳନ । ଯଦି ସରକାର ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆସନ୍ତା 11 ତାରିଖରୁ ସମୂହ ଛୁଟିରେ ଯିବେ ସେବିକା ସଙ୍ଘ । ଅଧିକ ପଢ଼ନ୍ତୁ

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର

କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଧାରଣା ଦେଲେ ଷ୍ଟାଫ ନର୍ସ । ରୋଗୀ ସେବାରେ କୌଣସି ବାଧା ନଦେଇ ଆଗାମୀ ଚାରିଦିନ ଯାଏଁ ଧାରଣାରେ ବସିଲେ ସେବିକା ସଂଘ । 3 ପ୍ରମୁଖ ଦାବି ନେଇ ଆରମ୍ଭ ହେଲା ଆନ୍ଦୋଳନ । ଯଦି ଏହି ଦିଗରେ ସରକାର କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆସନ୍ତା 11 ତାରିଖରୁ ସମୂହ ଛୁଟିରେ ଯିବେ ସେବୀକା ସଙ୍ଘ । ଯାହାଦ୍ୱାରା ରୋଗୀ ସେବା ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହେବ ବୋଲି କହିଛନ୍ତି ସେବିକା ସଂଘ ସମ୍ପାଦିକ ।

ତେବେ ସେବିକା ସଂଘର ଦାବି ସମୂହ ମଧ୍ୟରେ ଆଚାର୍ଯ୍ୟ ହରିହର ସ୍ନାତ୍ତକୋତ୍ତର କର୍କଟ ରୋଗ ଅନୁଷ୍ଠାନର ସମସ୍ତ ଷ୍ଟାଫ ନର୍ସ କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ରାଜ୍ୟ କ୍ୟାଡରରେ ଅନ୍ତର୍ଭୁକ୍ତ କରାଯାଉ ଏବଂ ସମସ୍ତ ଷ୍ଟାଫନର୍ସମାନଙ୍କୁ ଏଚଆରଏମଏସରେ ଅନ୍ତର୍ଭୁକ୍ତ କରାଯିବା ନେଇ ଦାବି କରାଯାଇଛି । ଏହି ଆନ୍ଦୋଳନ ଆଜିଠୁ ଆରମ୍ଭ ହୋଇ 4 ଦିନ ବ୍ୟାପି କ୍ୟାନ୍ସର କେନ୍ଦ୍ରରେ କରାଯିବ । ଫଳରେ ରୋଗୀ ସେବା ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହେବ । ଯଦି ଦେଖିଯାଏ ତେବେ ପୂର୍ବରୁ ମଧ୍ୟ କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଠିକାରେ ଥିବା ନର୍ସିଂ ଷ୍ଟାଫ୍ ଆନ୍ଦୋଳନକୁ ଓହ୍ଲାଇଥିଲେ । ଦୀର୍ଘ ଦିନ ଧରି କର୍କଟ ରୋଗ ପ୍ରତିଷ୍ଠାନରେ ୧୯୫ଜଣ ନର୍ସିଂ ଅଫିସର ଠିକାରେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଆନ୍ଦୋଳନରତ କର୍ମଚାରୀମାନେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ........ହଜାର ଶଯ୍ୟାକୁ ବୃଦ୍ଧି ପାଇବ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ବେଡ ସଂଖ୍ୟା

ଏ ସମ୍ପର୍କରେ ଠିକା ନର୍ସିଂ ଅଫିସରମାନେ କର୍କଟ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ନିର୍ଦ୍ଦେଶକ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା କର୍ମଚାରୀମାନେ ଅଭିଯୋଗ ମଧ୍ୟ କରିଥିବାର ସ୍ପଷ୍ଟ କହିଥିଲେ ଆନ୍ଦୋଳନରତ କର୍ମଚାରୀ । କର୍କଟ ରୋଗ ପ୍ରତିଷ୍ଠାନର ପରିଚାଳନା କମିଟି ବୈଠକରେ ଯୋଗ ଦେଵା ପାଇଁ ଆସିଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଆନ୍ଦୋଳନରତ କର୍ମଚାରୀମାନେ ସେମାନଙ୍କର ଅଭିଯୋଗ ଜଣାଇଥିଲେ । ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରାଉ କରି ପ୍ରଶ୍ନ ପଚାରିଥିଲେ ଠିକା କର୍ମଚାରୀ । ସମସ୍ତଙ୍କୁ ଲିଖିତ ଆକାରାରରେ ଦାବି ଜଣାଇଲେ ମଧ୍ୟ କୌଣସି ବିଚାରକୁ ନେଲେ ନାହିଁ । ତେଣୁ ବାଧ୍ୟ ହୋଇ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ସେବିକା ସଂଘ ସମ୍ପାଦିକ ରୀନାବାଳା ପରିଡ଼ା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.