ETV Bharat / state

Mahanga Murder Case: ଜୀବନ ପାଇଁ ସୈତାନ ଦାଦା ଗୋଡ ଧରିଥିଲେ ପୁତୁରା-ଝିଆରୀ

author img

By

Published : Apr 13, 2022, 9:47 PM IST

ସାମ୍ନାକୁ ଆସୁଛି ମାହାଙ୍ଗା ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ସତ୍ୟ । ହତ୍ୟା ପରେ ସମସ୍ତଙ୍କ ହାତ, ଗୋଡ ଶିର କାଟିଥିଲା ଅଭିଯୁକ୍ତ ଶିବ ସାହୁ । ଅଧିକ ପଢନ୍ତୁ

Mahanga Murder Case: ହତ୍ୟା ପରେ ହାତ-ଗୋଡ ଶିର କାଟିଥିଲା ଅଭିଯୁକ୍ତ

କଟକ: ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ମାହାଙ୍ଗା ହତ୍ୟାକାଣ୍ଡ । ବଡଭାଇର ସମ୍ପୂର୍ଣ୍ଣ ପରିବାରକୁ ସାନ ଭାଇ ନିଶ୍ଚିନ୍ନ କରି ଦେଇଥିବା ମାମଲାର ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ସମସ୍ତ ୫ ଜଣଙ୍କୁ ହତ୍ୟା କରିବା ପରେ ମୃତକଙ୍କ ହାତ ଓ ଗୋଡର ଭେନ୍ କାଟି ଦେଇଥିବା ଜଣାପଡିଛି ।

ସେହିପରି କଟୁରୀ ସାହାଯ୍ୟରେ ଅତି ବୀଭତ୍ସ ଭାବେ ବଡଭାଇ ସମେତ ଭାଉଜ, ଦୁଇ ପୁତୁରା ଓ ଝିଆରୀଙ୍କୁ ହତ୍ୟା କରିଛି ଶିବ । ମଧ୍ୟ ରାତ୍ରିରେ କେହି କିଛି ସୁରାକ ପାଇବା ପୂର୍ବରୁ ଗୋଟିଏ ପରେ ଗୋଟିଏ ହତ୍ୟା କରି ଚାଲିଥିଲା ଶିବ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପ୍ରଥମେ ଭାଉଜଙ୍କୁ ହତ୍ୟା କରିବା ଭାଇକୁ ହତ୍ୟା କରିଥିଲା ଅଭିଯୁକ୍ତ ଶିବ । ଆଖି ଆଗରେ ବାପା ଓ ମାଆଙ୍କ ହତ୍ୟା ଦେଖି ପୁଅ ଝିଅମାନେ ବି ସାହସ ଜୁଟାଇ ପାରି ନଥିଲେ ସୈତାନ ଦାଦାଙ୍କ କବଳରୁ ବର୍ତ୍ତିବା ପାଇଁ ।

ବାଧ୍ୟ ହୋଇ ୩ ଜଣ ମିଶି ଦାଦାଙ୍କ ପାଦତଳେ ପଡି ହାତ ଯୋଡି ବଞ୍ଚିବାକୁ ନେହୁରା ହୋଇଥିଲେ । ହେଲେ ସୈତାନ ଦାଦା କବଳରୁ ବର୍ତ୍ତିପାରି ନ ଥିଲେ । ଏକ ଧାରୁଆ କଟୁରୀ ସାହାଯ୍ୟରେ ସମସ୍ତଙ୍କୁ ହତ୍ୟା କରିଥିଲା ଶିବ । ସବୁଠାରୁ ବଡ଼ କଥା ହେଉଛି କି, ହତ୍ୟା କରି ସାରି ସମସ୍ତଙ୍କ ହାତ ଓ ଗୋଡ଼ ଶିରକୁ ମଧ୍ୟ କାଟି ଦେଇଥିଲା, ଯେପରି କେହି ବଞ୍ଚି ନପାରନ୍ତି । ପରେ ବାହାର ପଟୁ କବାଟ ଦେଇ ନଦୀରେ ଶୌଚ ହୋଇଥିଲା ଶିବ ।

ସକାଳ ପ୍ରାୟ ୭ ଟା ସମୟରେ ସାଇକେଲ ନେଇ ଏକ ଜଳଖିଆ ଦୋକାନରେ ଜଳଖିଆ ଖାଇ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ଶିବ । ଅନ୍ୟପଟେ ଆଜି(ବୁଧବାର) କଟକ ବଡ଼ ମେଡିକାଲରେ ସମସ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ହେବା ପରେ କାଳିଆବୁଦା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ସେପଟେ ଏପରି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୁକ୍ତକୁ ଶିବ ସାହୁକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ମୃତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.