ETV Bharat / state

ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ସ୍କୁଲକୁ ଆବୁଧାବି ଓଡ଼ିଆ ସମାଜର ସହାୟତା

ଫନିରେ କ୍ଷତିଗ୍ରସ୍ତ ହୋଇଥିବା ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଘର ଓ ସ୍କୁଲର ପୁନରୁଦ୍ଧାର ପାଇଁ ଆବୁଧାବିରେ ବାସ କରୁଥିବା ଓଡିଆ ସମାଜ 2ଲକ୍ଷ ଟଙ୍କାର ସହାୟତା କରିଛନ୍ତି ।

author img

By

Published : Jun 1, 2019, 9:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଫନିରେ କ୍ଷତିଗ୍ରସ୍ତ ହୋଇଥିବା ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଘର ଓ ସ୍କୁଲର ପୁନରୁଦ୍ଧାର ପାଇଁ ଆବୁଧାବିରେ ବାସ କରୁଥିବା ଓଡିଆ ସମାଜ ସହାୟତା କରିଛନ୍ତି । ଆବୁଧାବି ଓଡିଆ ସମାଜର ଏକ ପ୍ରତିନିଧି ଦଳ ପଦ୍ମଶ୍ରୀ ଶ୍ରୀ ରାଓଙ୍କୁ ଭେଟିବା ସହ 2ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ, ବାତ୍ୟା ଫନିର ପ୍ରଭାବରେ ପ୍ରକାଶ ରାଓଙ୍କ ଦ୍ଵାରା ପରିଚାଳିତ ସ୍କୁଲଟି ଭାଙ୍ଗି ଯାଇଥିଲା । ଭାଙ୍ଗିଯାଇଥିବା ସ୍କୁଲର ନୂତନ ଗୃହ ନିର୍ମାଣ ପାଇଁ ଆବୁଧାବି ଓଡ଼ିଆ ସମାଜ ପକ୍ଷରୁ ଏହି ସହାୟତା ଦିଆଯାଇଛି । ଏହା ସହିତ ଆଗାମୀ ଦିନରେ ସ୍କୁଲର ଅନ୍ୟାନ୍ୟ ସମସ୍ୟା ପ୍ରତି ଗୁରୁତ୍ବ ଦେଇ ସହାୟତା ଯୋଗାଇ ଦିଆଯିବ ବୋଲି ସମାଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ସହାୟତା ପାଇଁ ଶ୍ରୀ ରାଓ ଆବୁଧାବି ଓଡ଼ିଆ ସମାଜର ପ୍ରତିନିଧିଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.