ETV Bharat / state

ମୃତଦେହ ସତ୍କାର କରିବାକୁ ଯାଇ ମହାନଦୀରେ ବୁଡି ଯୁବକ ମୃତ

author img

By

Published : May 10, 2021, 6:02 PM IST

ମୃତଦେହ ସତ୍କାର ପରେ ଗାଧୋଇବା ବେଳେ ମହାନଦୀରେ ବୁଡି ପ୍ରାଣ ହରାଇଲେ ଯୁବକ। ଅଧିକ ପଢନ୍ତୁ...

ମହାନଦୀରେ ବୁଡି ଯୁବକ ମୃତ
ମହାନଦୀରେ ବୁଡି ଯୁବକ ମୃତ

କଟକ :ମହାନଦୀରେ ବୁଡିଯାଇ ଯୁବକର ମୃତ୍ୟୁ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମରେ । ମୃତକ ଜଣଙ୍କ 25 ବର୍ଷୀୟ ପ୍ରଫୁଲ୍ଲ ସେଠୀ ବୋଲି ଜଣାପଡିଛି ।

ମହାନଦୀରେ ବୁଡି ଯୁବକ ମୃତ

ସୂଚନା ଅନୁଯାୟୀ ରତାପାଟ ଗ୍ରାମର ମିଛୁ ସେଠୀଙ୍କ ପୁଅ ପ୍ରଫୁଲ୍ଲ ସେଠୀ ବଡମ୍ବା ଥାନା ଅନ୍ତର୍ଗତ କଣ୍ଢା ଗ୍ରାମକୁ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁରେ ମୃତଦେହ ସତ୍କାରରେ ଯାଇଥିଲେ । ସତ୍କାର ସରିବା ପରେ ପ୍ରଫୁଲ୍ଲ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମା ଭଟାରିକା ପୀଠ ନିକଟସ୍ଥ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ନଦୀରେ ଗାଧୋଇବା ସମୟରେ ପ୍ରଫୁଲ୍ଲଙ୍କ ଗୋଡ ଖସିଯିବାରୁ ସେ ବୁଡି ଯାଇଥିଲେ ।

ପରିବାରର ଅନ୍ୟ ସଦସ୍ୟ ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ଉଦ୍ଧାର କରି କୂଳକୁ ଅଣାଯାଇଥିଲା । ବଡମ୍ବା ଅଗ୍ନିଶମ ବାହିନୀ ସହାୟତାରେ ପ୍ରଫୁଲ୍ଲଙ୍କୁ ବଡମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏପରି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.