ETV Bharat / state

ଶିକ୍ଷକଙ୍କ ବିରୋଧରେ ଛାତ୍ରଙ୍କ ସାଂଘାତିକ ଅଭିଯୋଗ, ଥାନାରେ ଏତଲା - student protest against school teacher

ଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଟକ ଜବାହାର ନବୋଦୟ ବିଦ୍ୟାଳୟର ଜଣେ ଛାତ୍ର ।

ଶିକ୍ଷକଙ୍କ ବିରୋଧରେ ଧାରଣାରେ ଛାତ୍ର
author img

By

Published : Nov 7, 2019, 1:23 PM IST

କଟକ: ଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଟକ ଜବାହାର ନବୋଦୟ ବିଦ୍ୟାଳୟର ଜଣେ ଛାତ୍ର । ଶିକ୍ଷକମାନେ ବ୍ୟକ୍ତିଗତ ରାଗ ରଖି ଆକ୍ରୋଶମୂଳକ ଭାବେ ହଇରାଣ କରୁଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି।

ଅଭିଯୋଗ କରିଥିବା ଛାତ୍ର ଜଣକ ହେଉଛନ୍ତି ଏକାଦଶ କ୍ଲାସର ଛାତ୍ର ଶ୍ରୀମନ ଦାଶ। ତାଙ୍କ ଉପରେ ବ୍ୟକ୍ତିଗତ ରାଗ ରଖି ବିଦ୍ୟାଳୟ ମଧ୍ୟରେ ପ୍ରବେଶ କରାଇବାକୁ ଶିକ୍ଷକ ମନା କରିଥିବା ଜଣାପଡିଛି ।

ଶିକ୍ଷକଙ୍କ ବିରୋଧରେ ଧାରଣାରେ ଛାତ୍ର

ଗତ ୪ ଦିନ ହେବ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଶ୍ରୀମନଙ୍କୁ ତାଙ୍କ ଅଭିଭାବକ ଛାଡିବାକୁ ଯାଇଥିବାବେଳେ ବିଦ୍ୟାଳୟ ମଧ୍ୟରେ ନପୁରାଇବା ସହ ଆଡମିସନ ସମୟରେ ଆଫିଡେଫିଟ ଆଣିବାକୁ କହିଥିଲେ। ଗୁରୁବାର ଆଫିଡେଫିଟ ନେଇଥିଲେ ମଧ୍ୟ ବିଦ୍ୟାଳୟ ପରିସରରେ ଶିକ୍ଷକମାନେ ପୁରାଇ ଦେଉ ନଥିବାବେଳେ ସ୍କୁଲରେ ପ୍ରଧାନଶିକ୍ଷକ ଉପସ୍ଥିତ ନାହାଁନ୍ତି। ପରେ ଆସିବାକୁ କହି ଶିକ୍ଷକମାନେ ହଇରାଣ କରୁଥିବା ଅଭିଯୋଗ ହୋଇଛି।

ଯାହାକୁ ପ୍ରତିବାଦ କରି ଛାତ୍ର ଜଣକ ଗୋଡିସାହି ଫାଣ୍ଡିରେ ଏତଲା ଦେଇଛନ୍ତି। କେଵଳ ସେତିକି ନୁହେଁ, ନ୍ୟାୟ ପାଇଁ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ର ଜଣକ । ଯେପର୍ଯ୍ୟନ୍ତ ତାଙ୍କର ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସେ କହିଛନ୍ତି। ଅନ୍ୟପଟେ ଏନେଇ ଶିକ୍ଷକ କୌଣସି ପ୍ରତିକ୍ରିୟା ଦେଉନାହାଁନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଜବାହାର ନବୋଦୟ ବିଦ୍ୟାଳୟ ର ଜଣେ ଛାତ୍ର ଙ୍କୁ ଶିକ୍ଷକମାନେ ବ୍ୟକ୍ତିଗତ ରାଗରଖି ଆକ୍ରୋଶ ମୂଳକ ଭାବେ ହଇରାଣ କରୁଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି।ଅଭିଯୋଗ କରିଥିବା ଛାତ୍ର ଜଣକ ହେଉଛନ୍ତି ଶ୍ରୀମନ ଦାଶ।ସେ ଏକାଦଶ କ୍ଲାସର ଛାତ୍ର। ଛାତ୍ରଙ୍କୁ ବିଦ୍ୟାଳୟ ମଧ୍ଯରେ ପ୍ରବେଶ କରାଇବାକୁ ବାରଣ କରୁଛନ୍ତି ଶିକ୍ଷକ ମାନେ।ବିଦ୍ୟାଳୟ ୪ ଦିନ ହେବ ଖୋଲିଥିଲେ ମଧ୍ଯ ଶ୍ରୀମନଙ୍କୁ ତାଙ୍କ ଅଭିଭାବକ ବିଦ୍ଯାଳୟକୁ ଛାଡିବାକୁ ଯାଇଥିବା ବେଳେ ବିଦ୍ୟାଳୟ ମଧ୍ଯରେ ନପୁରାଇବା ସହ ଆଡମିସନ ସଯୟରେ ଆଫିଡେଫିଟ ଆଣିବାକୁ କହିଥିଲେ।ଆଜି ଆଫିଡେଫିଟ ନେଇଥିଲେ ମଧ୍ୟ ବିଦ୍ଯାଳୟ ପରିସରରେ ଶିକ୍ଷକ ମାନେ ପୁରାଇ ଦେଉନାହାନ୍ତି ଓ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନାହାଁନ୍ତି ପରେ ଆସିବାକୁ କହି ଶିକ୍ଷକ ମାନେ ହଇରାଣ କରୁଥିବା ଅଭିଯୋଗ ହୋଇଛି।ଏହାକୁ ଆଜି ପ୍ରତିବାଦ କରି ଛାତ୍ର ଜଣକ ଗୋଡିସାହି ଫାଣ୍ଡିରେ ଏତଲା ଦେଇଛନ୍ତି।କେଵଳ ସେତିକି ନୁହେଁ,ନ୍ୟାୟ ପାଇଁ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ର।ଯେ ପର୍ଯ୍ୟନ୍ତ ତାଙ୍କର ଦାବୀ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସେ କହିଛନ୍ତି। ଅନ୍ୟପଟେ ଏନେଇ ଶିକ୍ଷକ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି।

ବାଇଟ - ଶ୍ରୀମନ ଦାସ,ଛାତ୍ରBody:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.