ETV Bharat / state

୯ଦଫା ଦାବି ନେଇ ଦୁଗ୍ଧ ଚାଷୀ ମହାସଂଘର ଆନ୍ଦୋଳନ ଧମକ - ୯ଦଫା ଦାବି ନେଇ ମୁହଁ ଖୋଲିଲା ଦୁଗ୍ଧ ଚାଷୀ ମହାସଂଘ

ସରକାରଙ୍କ ଦୁଗ୍ଧଚାଷୀ ମାରଣା ନୀତି । ଏହି ନୀତିକୁ ନେଇ ବିରୋଧ କରିଛି ଦୁଗ୍ଧ ଚାଷୀ ମହାସଂଘ । ଏହାସହ ସରକାରଙ୍କ ଆଗରେ ରଖିଛି ୯ଦଫା ଦାବି । ଅଧିକ ପଢ଼ନ୍ତୁ

୯ଦଫା ଦାବି ନେଇ ମୁହଁ ଖୋଲିଲା ଦୁଗ୍ଧ ଚାଷୀ ମହାସଂଘ

author img

By

Published : Jul 31, 2022, 9:15 PM IST

ନିଆଳି : ଦିନକୁ ଦିନ ଦୁଗ୍ଧ, ଛେନାର ମୂଲ୍ୟ ବଢ଼ି ଚାଲିଛି । ସରକାର ଏହା ଉପରେ ମନଇଚ୍ଛା ଜିଏସଟି ଲଗାଉଛନ୍ତି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେବେ ଏହି ଦୁଗ୍ଧଚାଷୀ ମାରଣ ନୀତି ବିରୋଧରେ ସରକାରଙ୍କୁ ଚେତାବନୀ ଦେଇଛି ଦୁଗ୍ଧ ଚାଷୀ ମହାସଂଘ । ଆଜି କଟକ ଜିଲ୍ଲା ନିଆଳି ବ୍ଲକ ବିଣାଶୁଣି ଓ କଣ୍ଟାପଡ଼ା ବ୍ଲକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୁଗ୍ଧ ଚାଷୀ ମହାସଂଘ ଏହି ଚେତାବନୀ ଦେଇଛି ।

୯ଦଫା ଦାବି ନେଇ ମୁହଁ ଖୋଲିଲା ଦୁଗ୍ଧ ଚାଷୀ ମହାସଂଘ

ସୂଚନାନୁସାରେ କଟକ ଜିଲ୍ଲା ନିଆଳି ଓ କଣ୍ଟାପଡ଼ା ବ୍ଲକ ଦୁଗ୍ଧ ଓ ଛେନା ପାଇଁ ପ୍ରସିଦ୍ଧ ଲାଭ କରିଛି । ଗତ କିଛି ବର୍ଷ ହେବ ଏଥିରେ ଦୁର୍ନୀତି ଚାଲିଥିବା ନେଇ ସଂଘ ଅଭିଯୋଗ କରିଛି । ରାଜ୍ୟ ସରକାରଙ୍କ ଓମଫେଡରେ ଅନେକ ଦୁର୍ନୀତି ହୋଇଥିବା କହିଛି ସଂଘ । ଏନେଇ ଆଜି ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ୯ଦଫା ଦାବି ରଖଯାଇଛି । ଦୁଗ୍ଧ ଜାତ ଦ୍ରବ୍ୟ ଉପରେ ଲାଗୁ ହୋଇଥିବା ଦରବୃଦ୍ଧି କମ୍ କରାଯାଉ, ଓମଫେଡ ଅଡଶପୁର ମିକ୍ସି ୟୁନିୟନ ଦୁର୍ନୀତିର ତଦନ୍ତ କରାଯାଉ, ବନ୍ଦ ହୋଇପଡ଼ିଥିବା ୩୦ଟି ଦୁଗ୍ଧ ସମବାୟ ସମିତି କେନ୍ଦ୍ରକୁ ଖୋଲାଯିବା ଓ ସେଠାରେ ସମ୍ପାଦକ ନିଯୁକ୍ତି କରାଯାଉ, ଗୃହପାଳିତ ପଶୁଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଡାକ୍ତର କିମ୍ବା ଏଲଆଇ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ।

ଏଭଳି ୯ ଗୋଟି ଦାବି ରଖିଛି ଓଡିଶା ଦୁଗ୍ଧ ଚାଷୀ ମହାସଂଘ ନିଆଳି ଓ କଣ୍ଟାପଡ଼ା ଆଞ୍ଚଳିକ କମିଟି ।‌ ତେବେ ଏହି ୯ଟି ଦାବି ତୁରନ୍ତ ସରକାର ପୂରଣ ନକଲେ ସଙ୍ଗଠନ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।

ନିଆଳି କଣ୍ଟାପଡ଼ା ଜୋନାଲ କମିଟିର ସଭାପତି ତୃପ୍ତି ରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଅନଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ନାରାୟଣ ଡାଳୁଆ ଏଥିରେ ଯୋଗଦେଇ ଓଡ଼ିଶା ସରକାରଙ୍କୁ ଓ ଓମଫେଡ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି । ସମ୍ମିଳନୀରେ ଦୁଗ୍ଧଚାଷୀ ନେତା ବିଜୟ ବେହେରା, ଅଶ୍ବନୀ ମହାନ୍ତି, ବିଜୟାନନ୍ଦିନୀ ଲେଙ୍କା, ବନଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.