ETV Bharat / state

ଅବସରପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ସଂଘ ବୈଠକ, ସୁସ୍ଥ ସମାଜ ଗଠନ ନେଇ ଆଲୋଚନା - ସମାଜ ରୁ ଲୁପ୍ତ ହେବ ଅପରାଧ

ରାଜ୍ୟକୁ ଅପରାଧ ମୁକ୍ତ କରିବା ପାଇଁ ଜନସାଧାରଣ ଏବଂ ପୋଲିସକୁ ଆହ୍ବାନ ଦେଇଛନ୍ତି ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ସଂଘ । ଅଧିକ ପଢ଼ନ୍ତୁ

ସମାଜ ରୁ ଲୁପ୍ତ ହେବ ଅପରାଧ
ସମାଜ ରୁ ଲୁପ୍ତ ହେବ ଅପରାଧ
author img

By

Published : Feb 5, 2023, 7:07 PM IST

ସମାଜ ରୁ ଲୁପ୍ତ ହେବ ଅପରାଧ ,ପୋଲିସ ଅଫିସର କଲ୍ୟାଣ ସଂଘ ଆହ୍ବାନ

କଟକ: ପୋଲିସ ସାଧାରଣ ଲୋକଙ୍କ ସହ ସୁସମ୍ପର୍କ ରଖିଲେ ସମାଜରୁ ଉଭେଇ ଯିବ ଅପରାଧ । ଅପରାଧ ଦୂର କରିବା ପାଇଁ ସମାଜରେ ସାଧାରଣ ଲୋକ ଏବଂ ପୋଲିସ ଏକତ୍ର କାର୍ଯ୍ଯ କରିବା ନିତ୍ୟାନ୍ତ ଅବଶ୍ୟକ । ସଚେତନତାର ନୈତିକ ବାର୍ତା ବାଣ୍ଟିବା ଦ୍ୱାରା ଏକ ସୁସ୍ଥ ସମାଜ ମଧ୍ୟ ଗଠନ ହେବ । ଏହାଛଡ଼ା ଭାଇଚାରା ଭାବନା ମଧ୍ୟ ସମାଜ ଗଠନରେ ଏକ ମୁଖ୍ୟ ଉପାଦାନ । ଯାହାକୁ ଆଜି ପ୍ରମୁଖ ଦିଗ ରଖିଛି କଟକ ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ସଂଘ । ଆଜି କଟକ ଓସିଏ କନ୍ଫରେନ୍ସ ହଲ୍‌ରେ ଆୟୋଜିତ ଅବସରପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ସଂଘ ବୈଠକରେ ଏହି ତମାମ ଦିଗରେ ଆଲୋଚନା ହୋଇଛି ।

ଅଧିକ ପଢ଼ନ୍ତୁ: ମୋ କଲେଜ ଅଭିଯାନରେ ୧୫ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସାମିଲ, ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜୀବନ ମୂଲ୍ୟବୋଧର ଶିକ୍ଷା

କିପରି ପୋଲିସ ଓ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ , ସାହି ମୁରବି ଓ ପୂଜା କମିଟି ସହ ଉତ୍ତମ ବୁଝାମଣା ରହିବ ତାହା ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହାସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଯେପରି କ୍ୟାନ୍ସର ସଚେତନତା ପ୍ରୋଗ୍ରାମ, ବୃକ୍ଷ ରୋପଣ, ଟ୍ରାଫିକ ସଚେତନତା ଓ ରକ୍ତଦାନ ଭଳି ମହତ ଦିଗକୁ କିପରି କଲ୍ୟାଣ ସମିତି ଆଗମୀ ଦିନରେ ସମାଜରେ କାର୍ଯ୍ୟକାରୀ କରି ପାରିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି । ରାଜ୍ୟକୁ ଅପରାଧମୁକ୍ତ କରିବା ପାଇଁ ସାଧାରଣ ଲୋକ ଏବଂ ପୋଲିସକୁ ଆହ୍ବାନ ଦେଇଛନ୍ତି ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ସଂଘ ।

ଅଧିକ ପଢ଼ନ୍ତୁ: ‌ରେଳ ଅବହେଳାକୁ ନେଇ ବର୍ଷିଲା ବିଜେଡି, କହିଲା ଓଡିଶା ଉପରେ ସାବତ ମାଆ ଭଳି ଆଚରଣ କରୁଛି କେନ୍ଦ୍ର

ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଲୋକସେବା ଆୟୋଗ ଅଧକ୍ଷ ସତ୍ୟଜିତ ମହାନ୍ତି, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକର ଅନ୍ୟାନ୍ୟ ବରିଷ୍ଠ ଅବସର ପ୍ରାପ୍ତ ପୋଲିସ ଅଫିସର ଏହି ବୈଠକରେ ଉପସ୍ଥିତ ଥିଲେ । ଗତବର୍ଷ ତୁଳନାରେ ଏହି ସଂଘ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମାଜରେ ଗ୍ରହଣ କରିଛି । ପୋଲିସ ଚାକିରି ସମୟରେ ସମାଜ ପାଇଁ ନିରବଚ୍ଛିନ୍ନ ଭାବେ କର୍ତ୍ତବ୍ୟ କରିବା ପରେ ଚାକରି ପରେ ମଧ୍ୟ ଏହିଭଳି ସଚେତନତା କାର୍ଯ୍ୟକ୍ରମ ଅବସର ଭଳି ଶବ୍ଦକୁ ଭୁଲିବାକୁ ସହଜ ହେବ ବୋଲି କହିଛନ୍ତି ସଂଘ କର୍ମକର୍ତ୍ତା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.