ETV Bharat / state

Covid Death In Odisha: ରାଜ୍ୟରେ କୋରୋନାରେ ଜଣଙ୍କ ମୃତ୍ୟୁ

author img

By

Published : Apr 14, 2023, 9:42 AM IST

Updated : Apr 14, 2023, 11:28 AM IST

ଜୀବନ ନେଲା କୋରୋନା । କଟକ ଏସସିବି ମେଡିକାଲରେ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ରାଜ୍ୟରେ କୋରୋନା ମୃତ୍ୟୁ
ରାଜ୍ୟରେ କୋରୋନା ମୃତ୍ୟୁ

କଟକ: ରାଜ୍ୟରେ କୋରୋନା ମୃତ୍ୟୁ । କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣେ କୋରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ରୋଗୀ ଜଣକ କ୍ୟାପିଟାଲ ହସ୍ପିଟାଲରୁ ରେଫର ହୋଇ ଗତ ୧୨ ତାରିଖ ସନ୍ଧ୍ୟା ସମୟରେ SCB ଆସିଥିଲେ । ଗତକାଲି(ଗୁରୁବାର) ରାତିରେ ତାଙ୍କର ମୃତ୍ୟୁ ଘଟିଥିବା SCB କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରୋଗୀ ଜଣକ କୋଭିଡ ସହ ବିଭିନ୍ନ ପ୍ରକାର ରୋଗରେ ପୀଡିତ ଥିଲେ ।

କିଛି ଦିନର ନୀରବତା ପରେ ପୁଣି ଦେଶରେ କାୟା ମେଲାଉଛି କୋରୋନା । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇ ଦୈନିକ ୧ ଲକ୍ଷ ହେବ ବୋଲି ବିଶେଷଜ୍ଞ ଅନୁମାନ କଲେଣି । ଏହି ମାସ ଶେଷ ବେଳକୁ କୋରୋନାରେ ଦୈନିକ ୧ ଲକ୍ଷ ଲୋକ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । ତାଙ୍କ କହିବା କଥା, ଚଳିତ ମାସ ଶେଷ ସୁଦ୍ଧା ଚତୁର୍ଥ ଲହରୀ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଲେ ବି ଚିନ୍ତାଜନକ ନଥିବା ସେ କହିଛନ୍ତି । କୌଣସି ଲୋକ ପୂର୍ବଭଳି ଗୁରୁତର ହେବେ ନାହିଁ ।

ଦେଶରେ ଦୈନିକ ସଂଖ୍ୟାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହାର ସଂଖ୍ୟା ଦୈନିକ ୨୦୦ ରହିଛି । କଟକ ବଡ଼ ମେଡ଼ିକାଲରେ ୨ ଜଣ ରୋଗୀ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଦୁଇ ଜଣ ରୋଗୀଙ୍କର ବିଭିନ୍ନ ପ୍ରକାର ରୋଗ ରହିଛି । ମାତ୍ର ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ନାହିଁ । ଓଡ଼ିଶାରେ ମଧ୍ୟ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ କୋରୋନାର ଏହା ଶେଷ ସମୟ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

ମହାମାରୀର ଶେଷ ସମୟ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ମାତ୍ର ଲୋକଙ୍କର ସେତିକି କ୍ଷୟକ୍ଷତି ହେବ ନାହିଁ ବୋଲି ସେ ଆଶଙ୍କା କରିଛନ୍ତି । ଏହା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ । ଏଥିପାଇଁ ଲୋକମାନେ ବି ସଚେତନ ରହିବା କଥା । ବିଶେଷକରି ଭିଡ଼ ସ୍ଥାନକୁ ଗଲେ ମାସ୍କ ବ୍ୟବହାର କରିବା ବା ସାମାଜିକ ଦୂରତା ଅବଲମ୍ବନ କରିବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । କୋରୋନା ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ସଜାଗ ରହିବାକୁ କୁହାଯାଇଛି ।

ଏହି ପରିପ୍ରେକ୍ଷୀରେ କଟକ ବଡ଼ ମେଡିକାଲରେ କୋଭିଡ ମକଡ୍ରିଲ କରାଯାଇଛି । ଏହି ମକ ଡ୍ରିଲ ସମୟରେ ଏସସିବି କୋଭିଡ ହସ୍ପିଟାଲର ସ୍ଥିତି ଓ ଭିତ୍ତିଭୂମି ସମ୍ପର୍କିତ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହି ତଥ୍ୟ ମୁତାବକ ବର୍ତ୍ତମାନ ଏସସିବିରେ ୨୦ଟି ଶଯ୍ୟା ବିଶିଷ୍ଟ ଗୋଟିଏ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଛି । ଏହି ହସ୍ପିଟାଲରେ ୨ଟି ICU ବେଡ଼ର ବ୍ୟବସ୍ଥା କରାଯାଇଛି । ଏହାଛଡା ୨୪ ଘଣ୍ଟିଆ ଖୋଲା ରହୁଥିବା ଫିବର କ୍ଲିନିକ ବି କାର୍ଯ୍ୟକ୍ଷମ ରହିଛି । ରୋଗୀ ସଂଖ୍ୟା ବୃଦ୍ଧି ପାଇଲେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ।

ପୂର୍ବରୁ ପ୍ରତିଦିନ ହାରାହାରି ଦେଢ଼ ହଜାର କୋଭିଡ ଟେଷ୍ଟ କରାଯାଉଥିବା ବେଳେ ଏବେ ଅଧିକରୁ ଅଧିକ ସଂଖ୍ୟାକ ଟେଷ୍ଟ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି ଏବଂ ୨୪ ଘଣ୍ଟିଆ ଟେଷ୍ଟ ସୁବିଧା ଉପଲବ୍ଧ କରାଯାଇଛି । ଟେଷ୍ଟ ପାଇଁ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ ପରିମାଣର ଟେଷ୍ଟିଂ କିଟ୍ ମହଜୁଦ ରଖାଯାଇଛି । ଏହା ବ୍ୟତୀତ କୋଭିଡ ରୋଗୀଙ୍କ ପାଇଁ ଔଷଧ ଓ ଅକ୍ସିଜେନ ମଧ୍ୟ ମହଜୁଦ ରଖାଯାଇଛି । ରୋଗୀ ସଂଖ୍ୟା ବଢିଲେ ଉଭୟ ଔଷଧ ଓ ଅକ୍ସିଜେନ ଆମଦାନୀ ବୃଦ୍ଧି କରାଯିବ । ସେହିପରି କୋଭିଡ ହସ୍ପିଟାଲ ଦାୟିତ୍ବରେ ଜଣେ ଡାକ୍ତରଙ୍କୁ ସୁପରଭାଇଜିଂ ନିୟୋଜିତ କରାଯାଇଛି । ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବରେ ନିୟୋଜିତ କରାଯାଇଥିବା ଏସସିବି କତ୍ତୃପକ୍ଷ ସୂଚନା ଦେଇଛନ୍ତି । ପୂର୍ବ ଅଭିଜ୍ଞତାକୁ ନେଇ କୋରୋନାରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ଚିକିତ୍ସା କରାଯିବ ।

ଇଟିଭି ଭାରତ, କଟକ

Last Updated : Apr 14, 2023, 11:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.