ETV Bharat / state

ମହାନଦୀ ପଠାରୁ 8 ଫୁଟିଆ ମୃତ କୁମ୍ଭୀର ଉଦ୍ଧାର

author img

By

Published : Aug 31, 2019, 6:57 PM IST

ସ୍ଥାନୀୟ ତିଗିରିଆ ବ୍ଲକ ଶାଳିଜଙ୍ଗା ଗ୍ରାମ ନିକଟସ୍ଥ ମହାନଦୀ କୂଳ ନିକଟରେ ଦେଖିବାକୁ ମିଳିଛି ଏକ ମୃତ କୁମ୍ଭୀର । ତେବେ ଏହି 8ଫୁଟ ଲମ୍ବର ମୃତ କୁମ୍ଭୀରଟି ବନ୍ୟାରେ ଭାସି ଆସିଥିବା 10 କୁମ୍ଭୀରଙ୍କ ମଧ୍ୟରୁ ଗୋଟିଏ ବୋଲି ଅନୁମାନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସ୍ଥାନୀୟ ତିଗିରିଆ ବ୍ଲକ ଶାଳିଜଙ୍ଗା ଗ୍ରାମ ନିକଟସ୍ଥ ମହାନଦୀ କୂଳ ନିକଟରେ ଦେଖିବାକୁ ମିଳିଛି ଏକ ମୃତ କୁମ୍ଭୀର । ଗତ ବନ୍ୟାରେ ସାତକୋଶିଆ ଅଭୟାରଣ୍ୟରେ ବନ୍ୟାପାଣି ପଶିବା ଫଳରେ 10ରୁ ଊର୍ଦ୍ଧ୍ବ କୁମ୍ଭୀର ମହାନଦୀକୁ ଭାସି ଆସିଥିଲେ । ତେବେ ଏହି 8ଫୁଟ ଲମ୍ବର ମୃତ କୁମ୍ଭୀରଟି ସେହି 10 କୁମ୍ଭୀରଙ୍କ ମଧ୍ୟରୁ ଗୋଟିଏ ବୋଲି ଅନୁମାନ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପ୍ରକାଶ ଯେ, ବନ୍ୟାପାଣିରେ ଭାସି ଆସିଥିବା କୁମ୍ଭୀରଙ୍କ ମଧ୍ୟରୁ 3ଟି କୁମ୍ଭୀର ଆଠଗଡ କନ୍ଦରପୁର ଓ ମୁଣ୍ଡୁଳି ବ୍ରିଜ ନିକଟରେ ଭାସୁଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ମତ୍ସ୍ୟଜୀବୀ ମାନେ ଆତଙ୍କିତ ହୋଇ ପଡିଥିବା ଦେଖିବାକୁ ମିଳିଛି । ତେବେ ବନ୍ୟାପାଣି କମିବା ପରେ ବାଙ୍କୀ ବ୍ଲକ ଆନନ୍ଦପୁରଠାରେ ଗତ 10 ଦିନ ତଳେ ଆଉ ଏକ ମୃତ କୁମ୍ଭୀର ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଜିଲ୍ଲା ତିଗିରିଆ ବ୍ଲକ ଶାଳିଜଙ୍ଗା ଗ୍ରାମ ନିକଟସ୍ଥ ମହାନଦୀ କୂଳ ନିକଟରେ ଏକ ୮ ଫୁଟ ଲମ୍ବର ମୃତ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଛି। ଗତ ବନ୍ଯାରେ ସାତକୋଶିଆ ଅଭୟାରଣ୍ୟ ରେ ବନ୍ଯାପାଣି ପଶିବା ଫଳରେ ୧୦ ରୁ ଉର୍ଦ୍ଧ୍ବ କୁମ୍ଭୀର ମହାନଦୀ
ଆସିଥିଲେ।ପ୍ରାୟ 3 ଟି କୁମ୍ଭୀର ବନ୍ଯା ପାଣିରେ ଆସି ଆଠଗଡ କନ୍ଦରପୁର ଓ ମୁଣ୍ଡଳୀ ବ୍ରିଜ ନିକଟରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ମତ୍ସ୍ୟଜୀବୀ ମାନେ ଆତଙ୍କିତ ହୋଇପଡିଥିଲେ।ତେବେ ବନ୍ୟାପାଣି କମିବା ପରେ ବାଙ୍କୀ ବ୍ଲକର ଆନନ୍ଦପୁର ଠାରେ ଗତ ୧୦ ଦିନ ତଳେ ଏକ ମୃତ କୁମ୍ଭୀର ଗ୍ରାମବାସୀ ମାନେ ଉଦ୍ଧାର କରିଥିବା ବେଳେ ଆଜି ମହାନଦୀର ପଠାରେ ଥିବା କାଶତଣ୍ଡି ବୁଦାରେ ଆଉ ଏକ 8 ଫୁଟିଆ କୁମ୍ଭୀର ଗ୍ରାମବାସୀ ମାନେ ଦେଖିବାକୁ ପାଇଛନ୍ତି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.