ETV Bharat / state

ସିଏମସିରେ ଦିନକରେ ୬୪ କୋରୋନା ପଜିଟିଭ ଚିହ୍ନଟ - କଟକରେ ୬୪ କୋରୋନା ପଜିଟିଭ ଚିହ୍ନଟ

କଟକ ମହାନଗର ନିଗମରେ ଗୁରୁବାର ୬୪ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୩୮୯ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସିଏମସିରେ ଦିନକରେ ୬୪ କୋରୋନା ପଜିଟିଭ ଚିହ୍ନଟ
ସିଏମସିରେ ଦିନକରେ ୬୪ କୋରୋନା ପଜିଟିଭ ଚିହ୍ନଟ
author img

By

Published : Aug 6, 2020, 10:25 PM IST

କଟକ: କଟକ ମହାନଗର ନିଗମରେ ଗୁରୁବାର ୬୪ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୧୯ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୧ ଜଣ ଶିକ୍ଷାନୁଷ୍ଠାନ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ତେବେ ୨୪ ପଜିଟିଭ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

ସମସ୍ତ ପଜିଟିଭ କେବଳ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ କରାଯାଇଛି । ସେଥିରୁ ୧୭ ଜଣ ପୁରୁଷ ଥିଲାବେଳେ ୭ ଜଣ ମହିଳା ଅଛନ୍ତି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୩୮୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲାବେଳେ ୬୭୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି କୋଭିଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭୦୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.